ଅର୍ଦ୍ଧଶତକ ପୂର୍ବରୁ ଚେତେଶ୍ୱର ଆଉଟ୍‌, ୫୦ ଓଭରରେ ୧୦୦ ରନ୍‌

ଆଡିଲେଡ୍‌: ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ୍ ସିରିଜ୍ ଆରମ୍ଭ ହୋଇଛି। ଆଡିଲେଡ୍‌ରେ ପ୍ରଥମ ମ୍ୟାଚ୍ ଖେଳାଯାଉଥିବା ବେଳେ ପ୍ରଥମେ ବ୍ୟାଟିଂ କରୁଥିବା ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ବୋଲରଙ୍କ ବିରୋଧରେ ସଂଘର୍ଷ କରୁଛି। ୫୦ ଓଭରରେ ଦଳ ମାତ୍ର ୧୦୦ ରନ୍ କରିଥିବା ବେଳେ ୩ଟି ୱିକେଟ୍ ହରାଇଛି। ପୃଥ୍ୱୀ ଶ’ ଓ ମୟଙ୍କ ଅଗ୍ରୱାଲଙ୍କ ୱିକେଟ୍ ଯିବା ପରେ ଚେତେଶ୍ୱର ପୂଜାରା ବି ଆଉଟ୍ ହୋଇଛନ୍ତି। ସେ ୪୯.୪ ଓଭରରେ କ୍ୟାଚ୍ ଆଉଟ ହୋଇଥିଲେ। ସେ ୧୬୦ଟି ବଲ୍ […]

test

Jitendra Garnayak
  • Published: Thursday, 17 December 2020
  • , Updated: 17 December 2020, 02:28 PM IST

ଆଡିଲେଡ୍‌: ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ୍ ସିରିଜ୍ ଆରମ୍ଭ ହୋଇଛି। ଆଡିଲେଡ୍‌ରେ ପ୍ରଥମ ମ୍ୟାଚ୍ ଖେଳାଯାଉଥିବା ବେଳେ ପ୍ରଥମେ ବ୍ୟାଟିଂ କରୁଥିବା ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ବୋଲରଙ୍କ ବିରୋଧରେ ସଂଘର୍ଷ କରୁଛି। ୫୦ ଓଭରରେ ଦଳ ମାତ୍ର ୧୦୦ ରନ୍ କରିଥିବା ବେଳେ ୩ଟି ୱିକେଟ୍ ହରାଇଛି। ପୃଥ୍ୱୀ ଶ’ ଓ ମୟଙ୍କ ଅଗ୍ରୱାଲଙ୍କ ୱିକେଟ୍ ଯିବା ପରେ ଚେତେଶ୍ୱର ପୂଜାରା ବି ଆଉଟ୍ ହୋଇଛନ୍ତି। ସେ ୪୯.୪ ଓଭରରେ କ୍ୟାଚ୍ ଆଉଟ ହୋଇଥିଲେ। ସେ ୧୬୦ଟି ବଲ୍ ଖେଳି ୪୩ ରନ୍ କରିଥିଲେ। ତା’ ଭିତରେ ୨ଟି ଚୌକା ରହିଥିଲା।

ଖବର ଲେଖାଯିବା ସୁଦ୍ଧା ଦଳ ୫୫ ଓଭରରେ ୧୦୭ ରନ୍ କରିଥିବା ବେଳେ ଅଧିନାୟକ ବିରାଟ କୋହଲି ୩୯ ରନ୍ କରି ଖେଳୁଛନ୍ତି। ସେହିପରି ଆଜିଙ୍କ୍ୟ ରାହାଣେ ୨ ରନ୍ କରିଛନ୍ତି।

ଆଜି ବିରାଟ କୋହଲି ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପୃଥ୍ୱୀ ଶ’ ଓ ମୟଙ୍କ ଅଗ୍ରୱାଲ୍ ଓପନିଂ କରିବାକୁ ଆସିଥିଲେ। କିନ୍ତୁ ପ୍ରଥମ ଓଭରରେ ଭାରତକୁ ଝଟକା ଲାଗିଥିଲା। ପ୍ରଥମ ଓଭରର ଦ୍ୱିତୀୟ ବଲ୍‌ରେ ମିଚେଲ୍ ଷ୍ଟାର୍କଙ୍କ ବଲ୍‌ରେ ସେ ବୋଲ୍ଡ ହୋଇଯାଇଥିଲେ। ଏହା ପରେ ୧୮.୧ ଓଭରରେ ପ୍ୟାଟ୍ କମିନ୍ସଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ ମୟଙ୍କ। ସେ ୪୦ଟି ବଲ୍‌ର ସମ୍ମୁଖୀନ ହୋଇ ୧୭ ରନ୍ କରିଥିଲେ। ତା’ମଧ୍ୟରେ ଦୁଇଟି ଚୌକା ଥିଲା।

Related story