ମହିଳା ଦିନିକିଆ ରାଙ୍କିଙ୍ଗ୍‌: ଦ୍ୱିତୀୟ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଆଇସିସି ଦିନିକିଆ ରାଙ୍କିଙ୍ଗର ଦ୍ୱିତୀୟ ସ୍ଥାନରେ ବଳବତ୍ତର ରହିଛି। ମିତାଲୀ ରାଜଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ଟିମର ୧୨୫ ପଏଣ୍ଟ ରହିଛି ଏବଂ ଏବେ ଟିମ୍ ତୃତୀୟ ସ୍ଥାନରେ ଥିବା ଇଂଲଣ୍ଡ(୧୨୨)ଠାରୁ ତିନି ପଏଣ୍ଟ ଆଗରେ ରହିଛି। ସେହିପରି ଟି-୨୦ ରାଙ୍କିଙ୍ଗରେ ଭାରତ ପଞ୍ଚମ ସ୍ଥାନରେ ରହିଛି। ତେବେ ଅଷ୍ଟ୍ରେଲିଆ ଉଭୟ ଦିନିକିଆ ଓ ଟି-୨୦ ରାଙ୍କିଙ୍ଗର ଶୀର୍ଷ ସ୍ଥାନରେ ରହିଛି। ଦିନିକିଆ ରାଙ୍କିଙ୍ଗରେ ୱେଷ୍ଟଇଣ୍ଡିଜକୁ ୫ ପଏଣ୍ଟର କ୍ଷତି […]

women-team

Ranjit Kumar Jena
  • Published: Monday, 07 October 2019
  • , Updated: 07 October 2019, 08:15 PM IST

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଆଇସିସି ଦିନିକିଆ ରାଙ୍କିଙ୍ଗର ଦ୍ୱିତୀୟ ସ୍ଥାନରେ ବଳବତ୍ତର ରହିଛି। ମିତାଲୀ ରାଜଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ଟିମର ୧୨୫ ପଏଣ୍ଟ ରହିଛି ଏବଂ ଏବେ ଟିମ୍ ତୃତୀୟ ସ୍ଥାନରେ ଥିବା ଇଂଲଣ୍ଡ(୧୨୨)ଠାରୁ ତିନି ପଏଣ୍ଟ ଆଗରେ ରହିଛି।

ସେହିପରି ଟି-୨୦ ରାଙ୍କିଙ୍ଗରେ ଭାରତ ପଞ୍ଚମ ସ୍ଥାନରେ ରହିଛି। ତେବେ ଅଷ୍ଟ୍ରେଲିଆ ଉଭୟ ଦିନିକିଆ ଓ ଟି-୨୦ ରାଙ୍କିଙ୍ଗର ଶୀର୍ଷ ସ୍ଥାନରେ ରହିଛି। ଦିନିକିଆ ରାଙ୍କିଙ୍ଗରେ ୱେଷ୍ଟଇଣ୍ଡିଜକୁ ୫ ପଏଣ୍ଟର କ୍ଷତି ହୋଇଛି ଏବଂ ଟିମ୍ ପାକିସ୍ତାନଠାରୁ ଦୁଇ ପଏଣ୍ଟ ଆଗରେ ଷଷ୍ଠ ସ୍ଥାନରେ ରହିଛି।

ଗତବର୍ଷ ୱେଷ୍ଟଇଣ୍ଡିଜରେ ଆୟୋଜିତ ଟି-୨୦ ବିଶ୍ୱକପରେ ଅଷ୍ଟ୍ରେଲିଆ ଚାମ୍ପିୟନ୍ ହୋଇଥିଲା। ଅଷ୍ଟ୍ରେଲିଆ ଏବେ ଟି-୨୦ ରାଙ୍କିଙ୍ଗରେ ୨୮୭ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଇଂଲଣ୍ଡ ୨୭୮ ପଏଣ୍ଟ ସହ ଦ୍ୱିତୀୟ, ନ୍ୟୁଜିଲ୍ୟାଣ୍ଡ୍ ୨୭୬ ପଏଣ୍ଟ ସହ ଚତୁର୍ଥ ଏବଂ ୱେଷ୍ଟଇଣ୍ଡିଜ୍ ୨୫୯ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି।

Related story