ଆସନ୍ତାକାଲି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ

କାନପୁର: କାନପୁରର ଗ୍ରୀନ୍‌ପାର୍କରେ ଆସନ୍ତାକାଲି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସରିଜ୍‌ର ପ୍ରଥମ ମ୍ୟାଚ ଖେଳାଯିବା। ସକାଳ ୯ଟା ୩୦ରେ ଏହି ମ୍ୟାଚ୍‌ ଆରମ୍ଭ ହେବ। ଏହା ଭାରତର ୫୦୦ତମ ଟେଷ୍ଟ ମ୍ୟାଚ୍‌ ହୋଇଥିବାରୁ ଆୟୋଜକ ମାନେ ଉତ୍ସାହିତ ଅଛନ୍ତି। ଆଇସିସି ପକ୍ଷରୁ ଏନେଇ ବିସିସିଆଇକୁ ଶୁଭକାମନା ଜଣାଇଛି। ଆସନ୍ତାକାଲିର ମ୍ୟାଚ୍‌ ପାଇଁ ଉଭୟ ଦଳ ଆଜି ଦୀର୍ଘ ସମୟ ଧରି ଅଭ୍ୟାସ କରିଛନ୍ତି। ଭାରତ ବ୍ୟାଟିଂ ଉପରେ ଧ୍ୟାନ ଦେଉଥିବା ବେଳେ ନ୍ୟୁଜିଲାଣ୍ଡ ଦଳ […]

ind-vs-nz

Rakesh Mallick
  • Published: Wednesday, 21 September 2016
  • , Updated: 21 September 2016, 06:55 PM IST

କାନପୁର: କାନପୁରର ଗ୍ରୀନ୍‌ପାର୍କରେ ଆସନ୍ତାକାଲି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସରିଜ୍‌ର ପ୍ରଥମ ମ୍ୟାଚ ଖେଳାଯିବା। ସକାଳ ୯ଟା ୩୦ରେ ଏହି ମ୍ୟାଚ୍‌ ଆରମ୍ଭ ହେବ। ଏହା ଭାରତର ୫୦୦ତମ ଟେଷ୍ଟ ମ୍ୟାଚ୍‌ ହୋଇଥିବାରୁ ଆୟୋଜକ ମାନେ ଉତ୍ସାହିତ ଅଛନ୍ତି। ଆଇସିସି ପକ୍ଷରୁ ଏନେଇ ବିସିସିଆଇକୁ ଶୁଭକାମନା ଜଣାଇଛି।

ଆସନ୍ତାକାଲିର ମ୍ୟାଚ୍‌ ପାଇଁ ଉଭୟ ଦଳ ଆଜି ଦୀର୍ଘ ସମୟ ଧରି ଅଭ୍ୟାସ କରିଛନ୍ତି। ଭାରତ ବ୍ୟାଟିଂ ଉପରେ ଧ୍ୟାନ ଦେଉଥିବା ବେଳେ ନ୍ୟୁଜିଲାଣ୍ଡ ଦଳ ବୋଲିଂକୁ ପ୍ରାଧାନ୍ୟ ଦେବ ବୋଲି ଆଶା କରାଯାଉଛି।

ଘରୋଇ ଦଳ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୋଟ୍‌ ୫୧ଟି ମ୍ୟାଚ୍‌ ଖେଳାଯାଇଥିବା ବେଳେ ଭାରତ ୧୭ଟି ଓ ନ୍ୟୁଜିଲାଣ୍ଡ ୯ଟି ମ୍ୟାଚ୍‌ ଜିତିଛନ୍ତି। ୨୫ଟି ମ୍ୟାଚ୍‌ ଡ୍ର ରହିଛି।

ଭାରତରେ ଖେଳାଯାଇଥିବା ୩୦ଟି ମ୍ୟାଚ୍‌ରୁ ଭାରତ ୧୨ଟି ଜିତିଥିବା ବେଳେ ନ୍ୟୁଜିଲାଣ୍ଡ ୨ଟି ଜିତିଛି। ୧୬ଟି ମ୍ୟାଚ୍‌ ଡ୍ର ହୋଇଛି।

ନ୍ୟୁଜିଲାଣ୍ଡରେ ଖେଳାଯାଇଥିବା ୨୧ଟି ମ୍ୟାଚ୍‌ ମଧ୍ୟରୁ ଭାରତ ୫ଟି ଜିତିଥିବା ବେଳେ ନ୍ୟୁଜିଲାଣ୍ଡ ୭ଟି ଓ ୯ଟି ମ୍ୟାଚ୍‌ ଡ୍ର ହୋଇଛି।

ସମ୍ଭାବ୍ୟ ଭାରତୀୟ ଦଳ: ବିରାଟ କୋହଲି(ଅଧିନାୟକ), ଆର.ଅଶ୍ୱିନ, ଶିଖର ଧୱାନ, ରବୀନ୍ଦ୍ର ଜେଡେଜା, ଭୁବନେଶ୍ୱର କୁମାର, ଅମିତ ମିଶ୍ରା, ମହମ୍ମଦ ସାମୀ, ଚେତ୍ତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ, ଲୋକେଶ ରାହୁଲ, ରିଦ୍ଧିମାନ୍‌ ଶାହା(ୱିକେଟ ରକ୍ଷକ), ଈଶାନ୍ତ ଶର୍ମା, ରୋହିତ ଶର୍ମା, ମୂରଲୀ ବିଜୟ ଓ ଉମେଶ ଯାଦବ।

ସମ୍ଭାବ୍ୟ ନ୍ୟୁଜିଲାଣ୍ଡ ଦଳ: କେନ୍‌ ୱିଲିୟମ୍‌ସସନ୍(ଅଧିନାୟକ), ଟି.ବୌଲ୍ଟ, ଡି.ବ୍ରେସୱେଲ, ମାର୍କ କ୍ରେଗ୍‌, ମାର୍ଟିନ୍ ଗୁପ୍ତିଲ, ମାଟ୍‌ ହେନେରୀ, ଟମ୍‌ ଲାଥମ୍‌, ଜିମ୍ମି ନିସ୍‌ହାମ୍‌, ହେନେରୀ ନିକୋଲାସ୍‌, ଲ୍ୟୁକ୍‌ ରୋଞ୍ଚୀ, ମିଚେଲ ସନ୍ତନର, ଇଶ ସୋଧୀ, ରସ୍‌ ଟେଲର, ନେଲ ୱାଗ୍‌ନର ଓ ବିଜେ ୱାଲ୍ଟିଂ (ୱିକେଟ କିପର)।

Related story