ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚାମ୍ପିଅନଶିପ୍: ମହିଳା ଓ ପୁରୁଷ ସେମିଫାଇନାଲରେ ଭାରତ

କଟକ,(ଓଡ଼ିଶା ରିର୍ପୋଟର୍): କଟକ ଜବାହରଲାଲ୍ ନେହରୁ ଇନଡୋର୍ ଷ୍ଟାଡିୟମରେ ଚାଲିଥିବା ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ଚାମ୍ପିଅନଶିପରେ ଭାରତୀୟ ମହିଳା ଓ ପୁରୁଷ ଦଳ ବିଜୟଧାରା ଅବ୍ୟାହତ ରଖି ସେମିଫାଇନାଲରେ ପହଞ୍ଚିଛନ୍ତି। ଭାରତୀୟ ମହିଳା ଟିମ୍ ଗ୍ରୁପ୍-ଏଫର ଦ୍ୱିତୀୟ ପର୍ଯ୍ୟାୟରେ ବିଜୟୀ ହୋଇ ଭାରତ ଅନ୍ତିମ-୪ରେ ସ୍ଥାନ ପକ୍କା କରିଛି। ଗୁରୁବାର ଖେଳାଯାଇଥିବା ସମସ୍ତ ତିନିଟି ମ୍ୟାଚରେ ଭାରତ ବିଜୟୀ ହୋଇଛି। ଏହି ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ଭାରତ ୱେଲ୍ସକୁ ପରାସ୍ତ କରିଥିବାବେଳେ ଦ୍ୱିତୀୟ ମ୍ୟାଚରେ ମାଲେସିୟା ଓ […]

TT

Hemant Lenka
  • Published: Thursday, 18 July 2019
  • , Updated: 18 July 2019, 09:58 PM IST

କଟକ,(ଓଡ଼ିଶା ରିର୍ପୋଟର୍): କଟକ ଜବାହରଲାଲ୍ ନେହରୁ ଇନଡୋର୍ ଷ୍ଟାଡିୟମରେ ଚାଲିଥିବା ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ଚାମ୍ପିଅନଶିପରେ ଭାରତୀୟ ମହିଳା ଓ ପୁରୁଷ ଦଳ ବିଜୟଧାରା ଅବ୍ୟାହତ ରଖି ସେମିଫାଇନାଲରେ ପହଞ୍ଚିଛନ୍ତି।

ଭାରତୀୟ ମହିଳା ଟିମ୍ ଗ୍ରୁପ୍-ଏଫର ଦ୍ୱିତୀୟ ପର୍ଯ୍ୟାୟରେ ବିଜୟୀ ହୋଇ ଭାରତ ଅନ୍ତିମ-୪ରେ ସ୍ଥାନ ପକ୍କା କରିଛି। ଗୁରୁବାର ଖେଳାଯାଇଥିବା ସମସ୍ତ ତିନିଟି ମ୍ୟାଚରେ ଭାରତ ବିଜୟୀ ହୋଇଛି। ଏହି ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ଭାରତ ୱେଲ୍ସକୁ ପରାସ୍ତ କରିଥିବାବେଳେ ଦ୍ୱିତୀୟ ମ୍ୟାଚରେ ମାଲେସିୟା ଓ ତୃତୀୟ ତଥା ଶେଷ ମ୍ୟାଚରେ ନାଇଜେରିଆକୁ ସିଧାସଳଖ ୩-୦ ଲେଖାଏ ପଏଣ୍ଟରେ ହରାଇଥିଲା। ଭାରତ ସହିତ ଏହି ଗ୍ରୁପରୁ ନାଇଜେରିଆ ଦୁଇଟି ବିଜୟ ସହ ଦ୍ୱିତୀୟ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି। ଏହି ଦଳ ଦ୍ୱିତୀୟ ପର୍ଯ୍ୟାୟରେ ୱେଲ୍ସକୁ ଓ ମାଲେସିୟାକୁ ହରାଇ ସେମିରେ ସ୍ଥାନ ପକ୍କା କରିବାର ସୁଯୋଗ ପାଇଛି।

ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍ ଭାରତ ଓ ୱେଲ୍ସ ମଧ୍ୟରେ ଖେଳାଯାଇଥିଲା। ପ୍ରଥମ ରାଉଣ୍ତରେ ମାଧୁରିକା ପାଟକର ଆରମ୍ଭରୁ ୬ପଏଣ୍ଟ ବ୍ୟବଧାନରେ ଚାରଲୋଟ କ୍ୟାରିଙ୍କଠୁ ହାରିଥିଲେ। ଏହାପରେ ମାଧୁରିକା ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରି ୧୧-୮, ୧୧-୫, ୧୧-୮ରେ କ୍ୟାରିଙ୍କୁ ପରାସ୍ତ କରିଥିଲେ। ଦ୍ୱିତୀୟ ରାଉଣ୍ଡରେ ଅର୍ଚ୍ଚନା କାମଥ ୧୧-୮, ୧୧-୬, ୧୧-୭ରେ ବେଥ ରିଚାର୍ଡ୍ସଙ୍କୁ ଏବ˚ ତୃତୀୟ ରାଉଣ୍ତରେ ଅହିକା ମୁଖାର୍ଜୀ ୧୧-୩, ୧୧-୮, ୧୧-୭ରେ ଲାରା ହ୍ୱାଇଟନଙ୍କୁ ହରାଇଥିଲେ।

ତେବେ ଦ୍ୱିତୀୟ ମ୍ୟାଚରେ ମାଲେସିୟାକୁ ହରାଇବା ପାଇଁ ଭାରତୀୟ ଦଳକୁ ସଂଘର୍ଷ କରିବାକୁ ପଡିଥିଲା। ପ୍ରଥମ ରାଉଣ୍ଡରେ ଅର୍ଚ୍ଚନା ୧୧-୧, ୧୨-୧୦, ୧୧-୬ରେ ମାଲେସିୟାର ଜିନ୍ ଟି'ଙ୍କୁ ହରାଇଥିଲେ। ଏହାପରେ ମନିକା ବାତ୍ରା ଓ ମାଧୁରିକାଙ୍କୁ ମ୍ୟାଚ୍ ନିଜ ସପକ୍ଷରେ ଆଣିବାକୁ ପରିଶ୍ରମ କରିବାକୁ ପଡିଥିଲା। ଉଭୟ ପଞ୍ଚମ ସେଟ୍ ପର୍ଯ୍ୟନ୍ତ ଖେଳିବାକୁ ପଡିଥିଲା। ଦ୍ୱିତୀୟ ରାଉଣ୍ଡରେ ୟିଙ୍ଗ୍ ହୋ'ଙ୍କ ବିପକ୍ଷରେ ମନିକା ପ୍ରଥମ ସେଟକୁ ୧୩-୧୧ରେ ଜିତିଯାଇଥିଲେ। କିନ୍ତୁ ୟିଙ୍ଗ୍ ପରବର୍ତ୍ତୀ ଦୁଇ ସେଟରେ ମନିକାକୁ ୮-୧୧, ୭-୧୧ ରେ ପରାସ୍ତ କରିଥିଲେ। ଚତୁର୍ଥ ସେଟରେ ଉଭୟଙ୍କ ମଧ୍ୟରେ କଡ୍ଡା ଟକ୍କର ହେବାରୁ ୧୨ ଗେମ୍ ପଏଣ୍ଟ ପର୍ଯ୍ୟନ୍ତ ମ୍ୟାଚ ଯାଇଥିଲା। ମନିକା ଶେଷରେ ୧୧-୯ରେ ପଏଣ୍ଟରେ ଜିତି ନେଇଥିଲେ।

ତୃତୀୟ ରାଉଣ୍ତରେ ମଧୁରିକା ୧୧-୮, ୮-୧୧, ୧୧-୨, ୬-୧୧, ୧୧-୫େର ରେ ଆଲିସ ସିଆନ୍ ଚାଙ୍ଗଙ୍କୁ ପରାସ୍ତ କରିଥିଲେ। ଫଳରେ ଏହି ମ୍ୟାଚରେ ଭାରତ ୩-୦ରେ ବିଜୟୀ ହୋଇ ପ୍ରଥମ ସ୍ଥାନରେ ରହିଥିଲା। ପ୍ରଥମ ରାଉଣ୍ଡରେ ଅର୍ଚ୍ଚନା ୬-୧୧, ୧୧-୪, ୧୧-୭, ୧୧-୮ରେ ଅଫିଅନୋ ଆଡମଙ୍କୁ, ମନିକା ୧୧-୪, ୧୧-୩, ୧୧-୪ରେ ଅଜୋକେ ଓଜମୁଙ୍କୁ ଏବ˚ ସୁତୀର୍ଥା ମୁଖାର୍ଜୀ ୧୧-୪, ୧୧-୮, ୧୧-୮ରେ ସେସିଲିଆ ଅକପନଙ୍କୁ ହରାଇଥିଲେ।

ସେହିପରି ପୁରୁଷ ଦଳ ପ୍ରଥମ ମ୍ୟାଚରେ ଶ୍ରୀଲଙ୍କା ଦଳକୁ ପରାସ୍ତ କରିଥିବା ବେଳେ ଦ୍ୱିତୀୟରେ ମାଲେସିଆ ଓ ତୃତୀୟ ପର୍ଯ୍ୟାୟ ମ୍ୟାଚରେ ୱେଲ୍ସକୁ ପରାସ୍ତ କରିଥିଲା। ଏହି ବିଜୟ ସହ ଭାରତ ହରାଇ ନକଆଉଟ ପର୍ଯ୍ୟାୟରେ ପ୍ରବେଶ କରିଛି। ଗୁରୁବାର ଭାରତ ଖେଳିଥିବା ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ୩-୦ରେ ହରାଇଥିଲା। ପ୍ରଥମ ରାଉଣ୍ଡରେ ଆଣ୍ଟୋନୀ ଅମଲରାଜ ୧୧-୫, ୧୧-୬, ୧୧-୩ରେ କ୍ରୀଷ୍ଣନ୍‌ ବିକିରାମାରତ୍ନଙ୍କୁ ହରାଇଥିଲେ।

ଏହାପରେ ଦ୍ୱିତୀୟ ରାଉଣ୍ଡରେ ଜି.ସାଥିଆନ୍‌ ୧୧-୫, ୧୧-୩, ୧୧-୪ରେ ନିର୍ମଳ ଜୟସିଙ୍ଘେଙ୍କୁ ହରାଇଥିଲେ। ତୃତୀୟ ରାଉଣ୍ଡରେ ମାନବ ଠାକ୍କର ୧୧-୮, ୧୧-୯, ୮-୧୧, ୧୧-୧ରେ ମିଲିଣ୍ତା ଲକ୍ଷିଥାଙ୍କୁ ହରାଇଥିଲେ। ଦ୍ୱିତୀୟ ମ୍ୟାଚରେ ଭାରତ ୩-୦ରେ ମାଲେସିୟାକୁ ହରାଇଥିଲା। ପ୍ରଥମ ରାଉଣ୍ଡରେ ଆଣ୍ଟୋନୀ ଅମଲରାଜ ୭-୧୧, ୧୨-୧୦, ୧୧-୭, ୧୧-୮ ରେ ଫେଙ୍ଗ ଲେଓଙ୍ଗଙ୍କୁ ପରାସ୍ତ କରିଥିଲେ। ଦ୍ୱିତୀୟ ରାଉଣ୍ଡରେ ଭାରତ କ୍ୟାପଟେନ୍ ଶରତ କମଲ ୧୧-୯, ୧୧-୮, ୧୧-୬ରେ ମହମ୍ମଦ ରିଜଲଙ୍କୁ ଓ ତୃତୀୟ ରାଉଣ୍ତରେ ହରମୀତ ଦେଶାଇ ୧୧-୨, ୧୧-୪, ୧୧-୪ରେ ବଙ୍ଗ କ୍ୱି ଶେନ୍‌ଙ୍କୁ ହରାଇଥିଲେ।

ତୃତୀୟ ମ୍ୟାଚରେ ୱେଲ୍ସକୁ ମଧ୍ୟ ୩-୦ରେ ହରାଇ ଭାରତୀୟ ପୁରୁଷ ଦଳ ସେମି ଫାଇନାଲ୍‌ରେ ପହଞ୍ଚିଥିଲା। ପ୍ରଥମ ରାଉଣ୍ତରେ ମାନବ ଠାକ୍କର ୧୧-୯, ୧୧-୬, ୧୧-୩ରେ ଡିନ୍‌ କଣ୍ତିଙ୍କୁ ପରାସ୍ତ କରିଥିଲେ। ଏହାପରେ ହରମୀତ ଦେଶାଇ ୧୧-୯, ୧୧-୭, ୧୧-୫ରେ କାଲମ୍‌ ଇଭାନ୍ସଙ୍କୁ ପରାସ୍ତ କରିଥିବା ବେଳେ ଅମଲରାଜ ୧୧-୫, ୧୧-୬, ୧୧-୫ରେ ବେନେଡିକ୍ଟ ଵାଟସନ୍‌ଙ୍କୁ ହରାଇଥିଲେ।

Related story