ଆସନ୍ତାକାଲି ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ୍

ବିଶାଖାପାଟଣା: ଆସନ୍ତାକାଲି ବିଶାଖାପାଟଣା ଷ୍ଟାଡିୟମରେ ଚଳିତ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ଖେଳା ଯିବ। ଅପରାହ୍ନ ସାଢ଼େ ଗୋଟେରୁ ଖେଳ ଆରମ୍ଭ ହେବ। ଏହି ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। କାରଣ ସିରିଜ୍‌ରେ ଉଭୟ ଦଳ ଦୁଇଟି ଲେଖାଏଁ ମ୍ୟାଚ୍ ଜିତି ବରାବର ସ୍ଥିତିରେ ଅଛନ୍ତି। ଯିଏ ଏହି ମ୍ୟାଚ୍ ଜିତିବ ସେ ସିରିଜ୍ ହାତେଇବ। ସିରିଜ୍‌ର ପ୍ରଥମ ମ୍ୟାଚ୍ ଭାରତ ୬ ୱିକେଟ୍‌ରେ ଜିତି ଥିଲା। ନ୍ୟୁଜିଲାଣ୍ଡ ୧୯୦ରେ […]

dhoni-kohli

Rakesh Mallick
  • Published: Friday, 28 October 2016
  • , Updated: 28 October 2016, 11:25 AM IST

ବିଶାଖାପାଟଣା: ଆସନ୍ତାକାଲି ବିଶାଖାପାଟଣା ଷ୍ଟାଡିୟମରେ ଚଳିତ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ଖେଳା ଯିବ। ଅପରାହ୍ନ ସାଢ଼େ ଗୋଟେରୁ ଖେଳ ଆରମ୍ଭ ହେବ।

ଏହି ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। କାରଣ ସିରିଜ୍‌ରେ ଉଭୟ ଦଳ ଦୁଇଟି ଲେଖାଏଁ ମ୍ୟାଚ୍ ଜିତି ବରାବର ସ୍ଥିତିରେ ଅଛନ୍ତି। ଯିଏ ଏହି ମ୍ୟାଚ୍ ଜିତିବ ସେ ସିରିଜ୍ ହାତେଇବ।

ସିରିଜ୍‌ର ପ୍ରଥମ ମ୍ୟାଚ୍ ଭାରତ ୬ ୱିକେଟ୍‌ରେ ଜିତି ଥିଲା। ନ୍ୟୁଜିଲାଣ୍ଡ ୧୯୦ରେ ଅଲ୍‌ଆଉଟ୍ ହୋଇଯାଇଥିଲା। ଭାରତ ୪ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଦ୍ୱିତୀୟ ମ୍ୟାଚ୍‌ରେ ବାଜି ମାରି ନେଇଥିଲା ନ୍ୟୁଜିଲାଣ୍ଡ। ଦଳ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ୍ ହରାଇ ୨୪୨ ରନ୍ କରିଥିଲା। ତେବେ ଟିମ୍ ଇଣ୍ଡିଆ ୨୩୬ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା। ତୃତୀୟ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଥିଲା। ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୮୫ ରନ୍ କରିଥିଲା। ତେବେ ବିରାଟ କୋହଲି ଅପରାଜିତ ୧୫୪ ରନ୍ କରି ଦଳକୁ ଜିତାଇ ଦେଇଥିଲେ। ଦଳ ୭ ୱିକେଟ୍‌ରେ ଏହି ମ୍ୟାଚ୍ ଜିତି ଥିଲା। ଚତୁର୍ଥ ମ୍ୟାଚ୍‌କୁ ନ୍ୟୁଜିଲାଣ୍ଡ ୧୯ ରନ୍‌ରେ ଜିତି ଥିଲା। ଦଳ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍ ହରାଇ ୨୬୦ ରନ୍ କରିଥିଲା। କିନ୍ତୁ ଧୋନୀ ବାହିନୀ ୨୪୧ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା।

ସୂଚନାଯୋଗ୍ୟ, ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ୍ ସିରିଜ୍‌କୁ ଭାରତ ୩-୦ରେ ଜିତି ଥିଲା।

Related story