ଅଷ୍ଟ୍ରେଲିଆକୁ ୨୬ ରନ୍‌ରେ ହରାଇ ଚେନ୍ନାଇ ଦିନିକିଆକୁ କବ୍‌ଜା କଲା ଭାରତ   

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଥମ ଦିନିକିଆକୁ କବ୍‌ଜା କରିନେଇଛି ଭାରତ। ଚେନ୍ନାଇଠାରେ ଖେଳାଯାଇଥିବା ଚଳିତ ସିରିଜର ପ୍ରଥମ ମ୍ୟାଚରେ ଅଷ୍ଟ୍ରିଲିଆକୁ ୨୬ ରନରେ ହରାଇ ବାଜି ମାରିନେଇଛି ଭାରତ। ବର୍ଷା ଯୋଗୁଁ ଦ୍ୱିତୀୟ ଇଂନିସ ବିଳମ୍ବରେ ଆରମ୍ଭ ହୋଇଥିଲା। ଫଳରେ ଡିଏଲ୍‌ଏସ୍‌ ନିୟମ ଅନୁସାରେ ଅଷ୍ଟ୍ରେଲିଆ ପାଇଁ  ୨୧ ଓଭରରେ ୧୬୪ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ସହଜ ଲାଗୁଥିବା ଏହି ବିଜୟ ଲକ୍ଷ୍ୟକୁ କିନ୍ତୁ ଅଷ୍ଟ୍ରେଲିଆ ହାସଲ କରିପାରିଲାନାହିଁ। ଅଷ୍ଟ୍ରେଲିଆର ମାତ୍ର ୧୩୭ ରନ କରିବାରେ […]

Rakesh Mallick
  • Published: Sunday, 17 September 2017
  • , Updated: 17 September 2017, 10:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଥମ ଦିନିକିଆକୁ କବ୍‌ଜା କରିନେଇଛି ଭାରତ। ଚେନ୍ନାଇଠାରେ ଖେଳାଯାଇଥିବା ଚଳିତ ସିରିଜର ପ୍ରଥମ ମ୍ୟାଚରେ ଅଷ୍ଟ୍ରିଲିଆକୁ ୨୬ ରନରେ ହରାଇ ବାଜି ମାରିନେଇଛି ଭାରତ। ବର୍ଷା ଯୋଗୁଁ ଦ୍ୱିତୀୟ ଇଂନିସ ବିଳମ୍ବରେ ଆରମ୍ଭ ହୋଇଥିଲା। ଫଳରେ ଡିଏଲ୍‌ଏସ୍‌ ନିୟମ ଅନୁସାରେ ଅଷ୍ଟ୍ରେଲିଆ ପାଇଁ  ୨୧ ଓଭରରେ ୧୬୪ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ସହଜ ଲାଗୁଥିବା ଏହି ବିଜୟ ଲକ୍ଷ୍ୟକୁ କିନ୍ତୁ ଅଷ୍ଟ୍ରେଲିଆ ହାସଲ କରିପାରିଲାନାହିଁ। ଅଷ୍ଟ୍ରେଲିଆର ମାତ୍ର ୧୩୭ ରନ କରିବାରେ ସକ୍ଷମ ହୋଇଥିଲା। ପୂର୍ବରୁ ଭାରତ ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍‌ ହରାଇ ୨୮୧ ରନ୍‌ କରିଥିଲା। ଦଳର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ପାଣ୍ଡ୍ୟା ଓ ଧୋନୀଙ୍କ ଆକର୍ଷଣୀୟ ବ୍ୟାଟିଂ ଫଳରେ ଟିମ୍‌ ଇଣ୍ଡିଆର ସ୍କୋର ୨୮୧ ରନ୍‌ରେ ପହଞ୍ଚିପାରିଥିଲା।

Related story