ସିରିଜ୍‌ କବ୍‌ଜା କଲା ଟିମ୍‌ ଇଣ୍ଡିଆ: ସଚିନ, ସେହେୱାଗ ଓ ରୋହିତଙ୍କୁ ପଛରେ ପକାଇଲେ ଏହି ଷ୍ଟାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶେଷ ଦିନିକିଆକୁ ୮ ଓ୍ୱିକେଟରେ ଜିତି ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ବିପକ୍ଷ ସିରିଜକୁ ୨-୧ରେ କବ୍‌ଜା କରିନେଇଛି।  ଶିଖର ଧଓ୍ୱନଙ୍କ ଅପରାଜିତ ଶତକ ସହାୟତାରେ ୨୧୬ ରନର ବିଜୟ ଲକ୍ଷ୍ୟକୁ ଟିମ୍ ଇଣ୍ଡିଆ ମାତ୍ର ୩୨ ଓଭର ଗୋଟିଏ ବଲରେ ହାସଲ କରି ନେଇଥିଲା। ଧଓ୍ୱନ ମାତ୍ର ୮୫ଟି ବଲରୁ ୧୩ ଚଉକା ଓ ଦୁଇଟି ଛକା ସହାୟତାରେ ଶତକ ପୂରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରେୟସ ଆୟର ୬୫ ରନ୍ କରିଥିଲେ। […]

555_1513521300_618x347

Rakesh Mallick
  • Published: Sunday, 17 December 2017
  • , Updated: 17 December 2017, 09:26 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶେଷ ଦିନିକିଆକୁ ୮ ଓ୍ୱିକେଟରେ ଜିତି ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ବିପକ୍ଷ ସିରିଜକୁ ୨-୧ରେ କବ୍‌ଜା କରିନେଇଛି।  ଶିଖର ଧଓ୍ୱନଙ୍କ ଅପରାଜିତ ଶତକ ସହାୟତାରେ ୨୧୬ ରନର ବିଜୟ ଲକ୍ଷ୍ୟକୁ ଟିମ୍ ଇଣ୍ଡିଆ ମାତ୍ର ୩୨ ଓଭର ଗୋଟିଏ ବଲରେ ହାସଲ କରି ନେଇଥିଲା। ଧଓ୍ୱନ ମାତ୍ର ୮୫ଟି ବଲରୁ ୧୩ ଚଉକା ଓ ଦୁଇଟି ଛକା ସହାୟତାରେ ଶତକ ପୂରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରେୟସ ଆୟର ୬୫ ରନ୍ କରିଥିଲେ। ବିଶାଖାପାଟଣାରେ ଖେଳାଯାଇଥିବା ଅନ୍ତିମ ଦିନିକିଆରେ ଟସ୍ ଜିତି ଭାରତ ଶ୍ରୀଲଙ୍କାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଭାରତୀୟ ସ୍ପିନରଙ୍କ ଆଗରେ ଧରାଶାୟୀ ହୋଇଥିଲା ଶ୍ରୀଲଙ୍କା। ଦଳ। ୪୪ ଓଭର ୫ଟି ବଲରେ ୨୧୫ ରନରେ ଅଲଆଉଟ ହୋଇଥିଲା। ଥରଙ୍ଗା ସର୍ବାଧିକ ୯୫ ରନ୍ କରିଥିଲେ। ଭାରତ ପକ୍ଷରୁ ଚହଲ ଓ କୁଲଦୀପ ପ୍ରତ୍ୟେକ ୩ଟି ଲେଖାଏଁ ଓ୍ୱିକେଟ ହାସଲ କରିଥିଲେ। ଟିମ୍ ଇଣ୍ଡିଆର ଏହା ଲଗାତାର ଅଷ୍ଟମ ଦିନିକିଆ ସିରିଜ ବିଜୟ। ଦୁଇ ଦଳ ମଧ୍ୟରେ ବୁଧବାରଠାରୁ ଟି ଟ୍ୱେଣ୍ଟି ଲଢ଼େଇ ହେବ। ପ୍ରଥମ ମ୍ୟାଚ ବାରବାଟୀରେ ଖେଳାଯିବ। ଅନ୍ୟପଟେ ଶିଖର ଆଜି ଆଉ ଏକ ରେକର୍ଡ ନିଜ ନାଁରେ କରିଛିନ୍ତି। ସେ ବିରାଟ କୋହଲିଙ୍କ ପରେ ଦ୍ୱିତୀୟ ଭାରତୀୟ ଯିଏ କି ଦୃତ ୪ହଜାର ରନ ପୂରଣ କରିଛନ୍ତି। ଏହି ଲିଷ୍ଟରେ କେବଳ ଶିଖରଙ୍କ ଉପରେ ବିରାଟ ଅଛନ୍ତି। ୯୫ଟି ଇଂନିସ ଖେଳି ଶିଖର ୪ହଜାର ରନ୍‌ ପୂରଣ କରିଥିବା ବେଳେ ବିରାଟ ଏଥିପାଇଁ ୯୩ଟି ଇଂନିସ ଖେଳିଥିଲେ। ସଚିନ, ସେହେୱାଗ କି ରୋହିତଙ୍କୁ ସେ ପଛରେ ପକାଇଦେଇଛନ୍ତି।

https://www.youtube.com/watch?v=HUwOyLGspSA

Related story