ମହିଳା ଟି-୨୦ ବିଶ୍ୱକପ୍‌: ଭାରତ-ପାକିସ୍ତାନ ୱାର୍ମଅପ୍ ମ୍ୟାଚ୍ ବାତିଲ

ବ୍ରିସବେନ୍‌: ଆଇସିସି ମହିଳା ଟି-୨୦ ବିଶ୍ୱକପରେ ଭାରତ ତା’ର ପ୍ରଥମ ଅଭ୍ୟାସ ମ୍ୟାଚ୍ ପାକିସ୍ତାନ ବିପକ୍ଷରେ ଖେଳିବାର ଥିଲା। କିନ୍ତୁ ବର୍ଷା କାରଣରୁ ଏହି ମ୍ୟାଚରେ ଗୋଟିଏ ବି ପକାଯାଇ ପାରିନାହିଁ। ପ୍ରବଳ ବର୍ଷା ଯୋଗୁ ଆଲାନ୍ ବର୍ଡର ଫିଲ୍ଡରେ ହେବାକୁଥିବା ଏହି ମୁକାବିଲା ବିନା ଟସରେ ବାତିଲ କରିଦିଆଯାଇଛି। ଭାରତ ତା’ର ଦ୍ୱିତୀୟ ତଥା ଅନ୍ତିମ ଅଭ୍ୟାସ ମ୍ୟାଚ୍ ଫେବୃଆରୀ ୧୮ ତାରିଖରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିବ। ମହିଳା ଟି-୨୦ ବିଶ୍ୱକପ୍ ଫେବୃଆରୀ ୨୧ ତାରିଖରୁ […]

icc-women-t20

Ranjit Kumar Jena
  • Published: Sunday, 16 February 2020
  • , Updated: 16 February 2020, 07:12 PM IST

ବ୍ରିସବେନ୍‌: ଆଇସିସି ମହିଳା ଟି-୨୦ ବିଶ୍ୱକପରେ ଭାରତ ତା'ର ପ୍ରଥମ ଅଭ୍ୟାସ ମ୍ୟାଚ୍ ପାକିସ୍ତାନ ବିପକ୍ଷରେ ଖେଳିବାର ଥିଲା। କିନ୍ତୁ ବର୍ଷା କାରଣରୁ ଏହି ମ୍ୟାଚରେ ଗୋଟିଏ ବି ପକାଯାଇ ପାରିନାହିଁ। ପ୍ରବଳ ବର୍ଷା ଯୋଗୁ ଆଲାନ୍ ବର୍ଡର ଫିଲ୍ଡରେ ହେବାକୁଥିବା ଏହି ମୁକାବିଲା ବିନା ଟସରେ ବାତିଲ କରିଦିଆଯାଇଛି।

ଭାରତ ତା'ର ଦ୍ୱିତୀୟ ତଥା ଅନ୍ତିମ ଅଭ୍ୟାସ ମ୍ୟାଚ୍ ଫେବୃଆରୀ ୧୮ ତାରିଖରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିବ। ମହିଳା ଟି-୨୦ ବିଶ୍ୱକପ୍ ଫେବୃଆରୀ ୨୧ ତାରିଖରୁ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଭାରତ ଓ ଡିଫେଣ୍ଡିଂ ଚାମ୍ପିୟନ୍ ତଥା ଚାରିଥରର ବିଜେତା ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଖେଳାଯିବ।

ରବିବାର ଖେଳାଯାଇଥିବା ଅନ୍ୟ ଅଭ୍ୟାସ ମ୍ୟାଚରେ ଇଂଲଣ୍ଡ ନ୍ୟୁଜିଲ୍ୟାଣ୍ଡକୁ ୬ ୱିକେଟରେ ପରାସ୍ତ କରିଛି। ସେହିପରି ଦକ୍ଷିଣ ଆଫ୍ରିକା ୩୧ ରନରେ ଶ୍ରୀଲଙ୍କାକୁ ହରାଇଥିବା ବେଳେ ବାଂଲାଦେଶ ଓ ଥାଇଲ୍ୟାଣ୍ଡ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚକୁ ବର୍ଷା ଧୋଇ ଦେଇଛି।

Related story