୨୦୨୩ ପୁରୁଷ ହକି ବିଶ୍ୱକପ୍ ଆୟୋଜନ ଦୌଡ଼ରେ ଭାରତ

ନୂଆଦିଲ୍ଲୀ: ଭାରତ ସମେତ ତିନି ଦେଶ ଆଗାମୀ ପୁରୁଷ ହକି ବିଶ୍ୱ କପର ଆୟୋଜକ ପାଇଁ ବିଡ୍ ଦାଖଲ କରିଛି। ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍) ଗୁରୁବାର ଏହି ସୂଚନା ଦେଇଛି। ଭାରତ ତିନିଥର ବିଶ୍ୱକପ୍ ଆୟୋଜନ କରିସାରିଛି। ଭାରତ ୨୦୨୩ ଜାନୁଆରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ବିଶ୍ୱକପ୍ ଆୟୋଜନ କରିବାକୁ ଚାହୁଁଛି। ଭାରତ ବ୍ୟତୀତ ବେଲଜିୟମ ଓ ମ୍ୟାଲେସିୟା ମଧ୍ୟ ବିଶ୍ୱକପ୍ ପାଇଁ ବିଡ୍ ଦାଖଲ କରିଛନ୍ତି। ଉଭୟ ଦେଶ ୨୦୨୨, ଜୁଲାଇ ୧ରୁ […]

india-hockey

Ranjit Kumar Jena
  • Published: Thursday, 17 October 2019
  • , Updated: 17 October 2019, 08:17 PM IST

ନୂଆଦିଲ୍ଲୀ: ଭାରତ ସମେତ ତିନି ଦେଶ ଆଗାମୀ ପୁରୁଷ ହକି ବିଶ୍ୱ କପର ଆୟୋଜକ ପାଇଁ ବିଡ୍ ଦାଖଲ କରିଛି। ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍) ଗୁରୁବାର ଏହି ସୂଚନା ଦେଇଛି। ଭାରତ ତିନିଥର ବିଶ୍ୱକପ୍ ଆୟୋଜନ କରିସାରିଛି। ଭାରତ ୨୦୨୩ ଜାନୁଆରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ବିଶ୍ୱକପ୍ ଆୟୋଜନ କରିବାକୁ ଚାହୁଁଛି। ଭାରତ ବ୍ୟତୀତ ବେଲଜିୟମ ଓ ମ୍ୟାଲେସିୟା ମଧ୍ୟ ବିଶ୍ୱକପ୍ ପାଇଁ ବିଡ୍ ଦାଖଲ କରିଛନ୍ତି।

ଉଭୟ ଦେଶ ୨୦୨୨, ଜୁଲାଇ ୧ରୁ ୧୭ ତାରିଖ ମଧ୍ୟରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏଫଆଇଏଚ୍ ପକ୍ଷରୁ ଜାରି ବିଜ୍ଞପ୍ତିରେ ଆହୁରି କୁହାଯାଇଛି ଯେ, ମହିଳା ବିଶ୍ୱକପର ଆୟୋଜନ ପାଇଁ ପାଞ୍ଚଟି ଦେଶ ବିଡ୍ ଦାଖଲ କରିଛନ୍ତି। ଜର୍ମାନୀ, ସ୍ପେନ୍ ଓ ନେଦରଲ୍ୟାଣ୍ଡ ୨୦୨୨, ଜୁଲାଇ ୧ରୁ ୧୭ ପର୍ଯ୍ୟନ୍ତ ବିଶ୍ୱକପ୍ ଆୟୋଜନ କରିବାକୁ ଚାହୁଁଥିବା ବେଳେ ମ୍ୟାଲେସିୟା ଓ ନ୍ୟୁଜିଲ୍ୟାଣ୍ଡ୍ ୨୦୨୩, ଜାନୁଆରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଏହି ମହାକୁମ୍ଭକୁ ଆୟୋଜନ କରିବାକୁ ଚାହାନ୍ତି।

ଏ ନେଇ ଏଫଆଇଏଚର ସିଇଓ ଥିଏରୀ ୱିଲ୍ କହିଛନ୍ତି, ଅନେକ ଜାତୀୟ ସଂଘ ଏବଂ ଦେଶ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଇଚ୍ଛୁକ ଥିବା ଦେଖି ବହୁତ ଖୁସି ଲାଗୁଛି। ଏଥିରୁ ଜଣାପଡ଼ୁଛି ଯେ, ବିଶ୍ୱରେ ଏବେ ହକିର ଲୋକପ୍ରିୟତା କେତେ ବଢ଼ିବାରେ ଲାଗିଛି। ନଭେମ୍ବର ୬ ତାରିଖରେ ଏଫଆଇଏଚର ଟାସ୍କ ଫୋର୍ସ ବୈଠକରେ ସମସ୍ତ ବିଡ୍ ଦାଖଲ କରିଥିବା ବୋର୍ଡର ତର୍ଜମା କରିବ। ଏହା ଉପରେ ୮ ନଭେମ୍ବର, ୨୦୧୯ରେ ଅନ୍ତିମ ନିଷ୍ପତ୍ତି ନିଆଯିବ।

Related story