ଛକାରେ ନୂଆ ବିଶ୍ୱ ରେକର୍ଡ

ବିଶାଖପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଛକାରେ ବିଶ୍ୱ ରେକର୍ଡ ହୋଇଛି। ଏହି ମ୍ୟାଚରେ ଉଭୟ ଦଳ ପକ୍ଷରୁ ମୋଟ ୩୭ଟି ଛକା ମରାଯାଇଛି, ଯାହାକି ଟେଷ୍ଟ କ୍ରିକେଟର କୌଣସି ମ୍ୟାଚରେ ସର୍ବାଧିକ ଛକାର ବିଶ୍ୱ ରେକର୍ଡ। ପୂର୍ବରୁ ୨୦୧୪ରେ ଶାରଜାରେ ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଖେଳାଯାଇଥିବା ଟେଷ୍ଟରେ ମୋଟ ୩୫ଟି ଛକା ମରାଯାଇଥିଲା। ବିଶାଖାପାଟଣା ଟେଷ୍ଟର ଅନ୍ତିମ ଦିବସରେ ଦକ୍ଷିଣ ଆଫ୍ରିକାର ଡେନ୍ ପିଟ୍ ଗୋଟିଏ ଛକା […]

siz

Ranjit Kumar Jena
  • Published: Sunday, 06 October 2019
  • , Updated: 06 October 2019, 04:17 PM IST

ବିଶାଖପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଛକାରେ ବିଶ୍ୱ ରେକର୍ଡ ହୋଇଛି। ଏହି ମ୍ୟାଚରେ ଉଭୟ ଦଳ ପକ୍ଷରୁ ମୋଟ ୩୭ଟି ଛକା ମରାଯାଇଛି, ଯାହାକି ଟେଷ୍ଟ କ୍ରିକେଟର କୌଣସି ମ୍ୟାଚରେ ସର୍ବାଧିକ ଛକାର ବିଶ୍ୱ ରେକର୍ଡ।

ପୂର୍ବରୁ ୨୦୧୪ରେ ଶାରଜାରେ ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଖେଳାଯାଇଥିବା ଟେଷ୍ଟରେ ମୋଟ ୩୫ଟି ଛକା ମରାଯାଇଥିଲା। ବିଶାଖାପାଟଣା ଟେଷ୍ଟର ଅନ୍ତିମ ଦିବସରେ ଦକ୍ଷିଣ ଆଫ୍ରିକାର ଡେନ୍ ପିଟ୍ ଗୋଟିଏ ଛକା ମାରି ଏହି ରେକର୍ଡକୁ ଭାଙ୍ଗିଥିଲେ।

ସେହିପରି ୨୦୦୬ରେ ଫୈସଲାବାଦରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଟେଷ୍ଟରେ ୨୭ ଛକା ଏବଂ ୨୦୧୯ରେ ନ୍ୟୁଜିଲ୍ୟାଣ୍ଡ୍ ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ଟେଷ୍ଟରେ ମୋଟ ୨୪ ଛକା ମରାଯାଇଥିଲା।

Related story