ଆସନ୍ତାକାଲି ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି-ଟ୍ୱେଣ୍ଟି

ରାଞ୍ଚି:­­ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍‌ ଶୁକ୍ରବାର ରାଞ୍ଚିର ଜେଏସ୍‌ସିଏ ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯିବ। ୩ଟି ମ୍ୟାଚ୍ ବିଶିଷ୍ଟ୍ ଏହି ଟି-ଟ୍ୱେଣ୍ଟି ସିରିଜ୍‌ର ପ୍ରଥମ ମ୍ୟାଚରେ ଭାରତ ୯୭ ରନ୍‌ରେ ହାରି ଯାଇଥିଲା। ଫଳରେ ପ୍ରଥମ ମ୍ୟାଚ୍‌ ଜିତି ଶ୍ରୀଲଙ୍କା ସିରିଜ୍‌ରେ ୧-୦ରେ ଆଗୁଆ ରହିଛି। ଆସନ୍ତାକାଲି ଉଭୟ ଦଳ ମ୍ୟାଚ୍‌କୁ ଜିତିବାକୁ ପ୍ରାୟସ କରିବେ। ଶ୍ରୀଲଙ୍କା ମ୍ୟାଚ୍ ଜିତି ସିରିଜ୍ ହାତେଇବାକୁ ଉଦ୍ୟମ କରିବ। ସେହିପରି ଭାରତ ଏହି ମ୍ୟାଚ୍ ଜିତି ସିରିଜ୍‌ରେ […]

rohit-ajinkya

Rakesh Mallick
  • Published: Thursday, 11 February 2016
  • , Updated: 11 February 2016, 11:47 AM IST

ରାଞ୍ଚି:­­ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍‌ ଶୁକ୍ରବାର ରାଞ୍ଚିର ଜେଏସ୍‌ସିଏ ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯିବ। ୩ଟି ମ୍ୟାଚ୍ ବିଶିଷ୍ଟ୍ ଏହି ଟି-ଟ୍ୱେଣ୍ଟି ସିରିଜ୍‌ର ପ୍ରଥମ ମ୍ୟାଚରେ ଭାରତ ୯୭ ରନ୍‌ରେ ହାରି ଯାଇଥିଲା। ଫଳରେ ପ୍ରଥମ ମ୍ୟାଚ୍‌ ଜିତି ଶ୍ରୀଲଙ୍କା ସିରିଜ୍‌ରେ ୧-୦ରେ ଆଗୁଆ ରହିଛି।

ଆସନ୍ତାକାଲି ଉଭୟ ଦଳ ମ୍ୟାଚ୍‌କୁ ଜିତିବାକୁ ପ୍ରାୟସ କରିବେ। ଶ୍ରୀଲଙ୍କା ମ୍ୟାଚ୍ ଜିତି ସିରିଜ୍ ହାତେଇବାକୁ ଉଦ୍ୟମ କରିବ। ସେହିପରି ଭାରତ ଏହି ମ୍ୟାଚ୍ ଜିତି ସିରିଜ୍‌ରେ ଶ୍ରୀଲଙ୍କା ସହିତ ବରାବରି କରିବାକୁ ଚେଷ୍ଟା କରିବ।

ଗତ ମ୍ୟାଚ୍‌ରେ ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଏହି ତ୍ରୁଟିକୁ ସୁଧାରି ଦଳ ଆସନ୍ତାକାଲି ପଡ଼ିଆକୁ ଓହ୍ଲାଇବ। ବ୍ୟାଟିଂରେ ରୋହିତ ଶାର୍ମା, ଶିଖର ଧାୱନ, ଆଜିଙ୍କ୍ୟ ରାହାଣେ, ସୁରେଶ ରାଇନା ଓ ଯୁବରାଜ ସିଂହଙ୍କ ଉପରେ ନଜର ରହିବ। ‍ବୋଲିଂରେ ଆଶିଷ ନେହରା, ଅଶ୍ୱିନ୍ ଓ ବୁମରାଙ୍କ ଉପରେ ଦାୟିତ୍ୱ ରହିବ।

ଅନ୍ୟପକ୍ଷରେ ଶ୍ରୀଲଙ୍କା ପ୍ରଥମ ମ୍ୟାଚରେ ବିଜୟୀ ହୋଇଥିବାରୁ ଦଳର ମନୋବଳ ଦୃଢ଼ ରହିଛି। ଦଳ ଗତ ମ୍ୟାଚ୍‌ରେ ଘାତକ ବୋଲିଂରେ ଭାରତକୁ ପରାଜିତ କରିଥିଲା। ଟପ୍ ବୋଲର କାଶୁନ୍ ରାଜିଥା ଓ ଦାଶୁନ୍ ଶାନାକାଙ୍କୁ ଦଳ ପ୍ରାଧାନ୍ୟ ଦେବ।

Related story