ଶ୍ରୀଲଙ୍କା ବୋଲରଙ୍କୁ ନିର୍ଦ୍ଧୁମ ପିଟିଲେ ଭାରତର ଦୁଇ ବ୍ୟାଟ୍ସମ୍ୟାନ୍‌: ବିଶାଳ ସ୍କୋର ଆଡ଼କୁ ଅଗ୍ରସର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଧିନାୟକ ବିରାଟ କୋହଲି ଓ ଓପ୍ନର ମୁରଲୀ ବିଜୟଙ୍କ ଶତକ ସହାୟତାରେ କୋଟଲା ଟେଷ୍ଟରେ ଦୃଢ଼ ସ୍ଥିତିରେ ଟିମ୍ ଇଣ୍ଡିଆ। ଦିଲ୍ଲୀର ଫିରୋଜଶାହା କୋଟଲା ଗ୍ରାଉଣ୍ଡରେ ଖେଳାଯାଉଥିବା ତୃତୀୟ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ ହୋଇଛି। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ୪ ୱିକେଟ୍ ହରାଇ ୩୭୧ ରନ ସଂଗ୍ରହ କରିଛି। ଟସ୍‌ ଜିତି ପ୍ରଥମ ବ୍ୟାଟିଂ କରିବାକୁ  ନିଷ୍ପତି ନେଇଥିଲା ଭାରତ। ଭାରତ ପକ୍ଷରୁ ଦୁଅ ଓପନ୍‌ର୍‌ ମୁରଲୀ […]

kohli-3-new_1512207637

Rakesh Mallick
  • Published: Saturday, 02 December 2017
  • , Updated: 02 December 2017, 05:43 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଧିନାୟକ ବିରାଟ କୋହଲି ଓ ଓପ୍ନର ମୁରଲୀ ବିଜୟଙ୍କ ଶତକ ସହାୟତାରେ କୋଟଲା ଟେଷ୍ଟରେ ଦୃଢ଼ ସ୍ଥିତିରେ ଟିମ୍ ଇଣ୍ଡିଆ। ଦିଲ୍ଲୀର ଫିରୋଜଶାହା କୋଟଲା ଗ୍ରାଉଣ୍ଡରେ ଖେଳାଯାଉଥିବା ତୃତୀୟ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ ହୋଇଛି। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ୪ ୱିକେଟ୍ ହରାଇ ୩୭୧ ରନ ସଂଗ୍ରହ କରିଛି। ଟସ୍‌ ଜିତି ପ୍ରଥମ ବ୍ୟାଟିଂ କରିବାକୁ  ନିଷ୍ପତି ନେଇଥିଲା ଭାରତ। ଭାରତ ପକ୍ଷରୁ ଦୁଅ ଓପନ୍‌ର୍‌ ମୁରଲୀ ବିଜୟ ଓ ଶିଖର ଧାୱନ ପଡିଆକୁ ଓହ୍ଲାଇଥିଲେ। ଭାରତର ସ୍କୋର ୪୨ ହୋଇଥିବା ବେଳେ ଧାୱନ ଆଉଟ୍‌ ହୋଇଯାଇଥିଲେ। ଏହାପରେ ପୂଜାରା ମଧ୍ୟ ଅଧିକ ସମୟ କ୍ରିଜ୍‌ରେ ରହିପାରିନଥିଲେ। ସେ ୨୩ ରନ କରି ଆଉଟ୍‌ ହେବା ପରେ ଅଧିନାୟକ କୋହଲି ବ୍ୟାଟିଂ କରିବାକୁ ଆସିଥିଲେ। ମୁରଲୀ ବିଜୟ ଓ କୋହଲିଙ୍କ ଜୋଡ଼ି ଭାରତକୁ ଏକ ବିଶାଳ ସ୍କୋର ଆଡ଼କୁ ଆଗ୍ରସର କରିଥିଲା।

ବିଜୟ ଓ କୋହଲି ଉଭୟ ତୃତୀୟ ଓ୍ୱିକେଟ ପାଇଁ ୨୮୩ ରନ୍ ଯୋଡ଼ି ଦଳର ସ୍ଥିତିକୁ ମଜଭୁତ କରିଥିଲେ। ଉଭୟ ବ୍ୟାଟ୍ସମ୍ୟାନ୍ ଶତକ ହସଲ କରିଥିଲେ। ୧୫୫ ରନରେ ବିଜୟ ଆଉଟ୍‌ ହୋଇଥିବା ବେଳେ କୋହଲି ୧୫୬ ରନ କରି ଅପରାଜିତ ଅଛନ୍ତି। ଶ୍ରୀଲଙ୍କା ପକ୍ଷରୁ ଲକ୍ସନ୍‌ ସନ୍ଦାକନ୍‌ ୨ଟି ୱିକେଟ୍‌ ନେଇଥିବା ବେଳେ ପେରେରା ଓ ଲହିରୁ ଗମାଗେ ଗୋଟିଏ ଲେଖାଁଏ ୱିକେଟ୍‌ ହାସଲ କରିଛନ୍ତି। ପ୍ରଥମ ଇଂନିସରେ ଭାରତ ପକ୍ଷରୁ ଅଧିନାୟକ କୋହଲି ଓ ରୋହିତ ଶର୍ମା ଅପରାଜିତ ରହି ବ୍ୟାଟିଂ କରୁଛନ୍ତି। ଏହାପୂର୍ବରୁ କୋଲକାତା ଟେଷ୍ଟ ଡ୍ର ରହିଥିବା ବେଳେ ନାଗପୁର ଟେଷ୍ଟକୁ କବ୍‌ଜା କରିନେଇଥିଲା ଭାରତ। ଭାରତ ବର୍ତ୍ତମାନ ୧-୦ ରେ ଅଗ୍ରଣୀ ରହିଛି।

Related story