୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟରେ ଭାରତ ଚାମ୍ପିଅନ

ନୂଆଦିଲ୍ଲୀ: ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟରେ ଭାରତ ଚାମ୍ପିଅନ ହୋଇଛି। ଫାଇନାଲରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୮ ୱିକେଟ୍‌ରେ ହରାଇ ଭାରତ ଟାଇଟଲ ହାତେଇଛି। ମନ୍‌ଜୋତି କାଲ୍‌ରା ଜବରଦସ୍ତ ଶତକ ହାସଲ କରିଛନ୍ତି। ଓପନିଙ୍ଗ କରିବାକୁ ଆସି ଶେଷ ପର୍ଯ୍ୟନ୍ତ ନଟ୍ ଆଉଟ୍ ରହି ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଏହା ହେଉଛି ଭାରତର ରେକର୍ଡ। ଚତୁର୍ଥ ଟାଇଟଲ ଗତଥର ଭାରତ ଅଣ୍ଡର ୧୯ ବିଶ୍ୱକପ୍‌ରେ ରନର୍ସ ଅପ୍ ହୋଇଥିଲା। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ […]

india

Rakesh Mallick
  • Published: Saturday, 03 February 2018
  • , Updated: 03 February 2018, 02:08 PM IST

ନୂଆଦିଲ୍ଲୀ: ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟରେ ଭାରତ ଚାମ୍ପିଅନ ହୋଇଛି। ଫାଇନାଲରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୮ ୱିକେଟ୍‌ରେ ହରାଇ ଭାରତ ଟାଇଟଲ ହାତେଇଛି। ମନ୍‌ଜୋତି କାଲ୍‌ରା ଜବରଦସ୍ତ ଶତକ ହାସଲ କରିଛନ୍ତି। ଓପନିଙ୍ଗ କରିବାକୁ ଆସି ଶେଷ ପର୍ଯ୍ୟନ୍ତ ନଟ୍ ଆଉଟ୍ ରହି ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

ଏହା ହେଉଛି ଭାରତର ରେକର୍ଡ। ଚତୁର୍ଥ ଟାଇଟଲ ଗତଥର ଭାରତ ଅଣ୍ଡର ୧୯ ବିଶ୍ୱକପ୍‌ରେ ରନର୍ସ ଅପ୍ ହୋଇଥିଲା। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ଭାରତ ଆଗରେ ୨୧୭ ରନ୍ ଟାର୍ଗେଟ ରଖିଥିଲା। ଭାରତ ପକ୍ଷରୁ ଇଶାନ ପରେଲ, ଶିବମ ମାଓ୍ୱି, ନାଗରକୋଟି ଓ ଅଙ୍କୁଲ ରାୟ ୨ଟି ଲେଖାଏଁ ଓ୍ୱିକେଟ ହାସଲ କରିଥିଲେ।

Related story