ବାଂଲାଦେଶ କ୍ରିକେଟରଙ୍କ ହରତାଳ ଘୋଷଣା, ଭାରତ ଗସ୍ତ ବର୍ଜନ କରିପାରନ୍ତି

ଢ଼ାକା: ଆସନ୍ତାମାସରେ ବାଂଲାଦେଶ କ୍ରିକେଟ୍ ଟିମ୍ ଭାରତ ଗସ୍ତ କରିବ, କିନ୍ତୁ ଏହା ପୂର୍ବରୁ ଏକ ନୂଆ ସଙ୍କଟ ଦେଖା ଦେଇଛି। ବାଂଲାଦେଶ କ୍ରିକେଟ୍ ଟିମର କିଛି ସିନିୟର ଖେଳାଳି ସୋମବାରଠାରୁ ହରତାଳ କରିବା ନେଇ ଘୋଷଣା କରିଛନ୍ତି। ଖେଳାଳିମାନେ ଦେଶରେ କ୍ରିକେଟର ପରିସ୍ଥିତିରେ ସୁଧାର ଆଣିବା ପାଇଁ ଦାବି କରିଛନ୍ତି। ଟିମର କ୍ରିକେଟରମାନେ ଘୋଷଣା କରିଛନ୍ତି, ଯେପର୍ଯ୍ୟନ୍ତ ସେମାନଙ୍କର ଦାବି ପୂରଣ ନହୋଇଛି, ସେଯାଏ କ୍ରିକେଟରୁ ଦୂରେଇ ରହିବେ। ଖେଳାଳିମାନେ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) […]

bangla

Ranjit Kumar Jena
  • Published: Monday, 21 October 2019
  • , Updated: 21 October 2019, 08:36 PM IST

ଢ଼ାକା: ଆସନ୍ତାମାସରେ ବାଂଲାଦେଶ କ୍ରିକେଟ୍ ଟିମ୍ ଭାରତ ଗସ୍ତ କରିବ, କିନ୍ତୁ ଏହା ପୂର୍ବରୁ ଏକ ନୂଆ ସଙ୍କଟ ଦେଖା ଦେଇଛି। ବାଂଲାଦେଶ କ୍ରିକେଟ୍ ଟିମର କିଛି ସିନିୟର ଖେଳାଳି ସୋମବାରଠାରୁ ହରତାଳ କରିବା ନେଇ ଘୋଷଣା କରିଛନ୍ତି। ଖେଳାଳିମାନେ ଦେଶରେ କ୍ରିକେଟର ପରିସ୍ଥିତିରେ ସୁଧାର ଆଣିବା ପାଇଁ ଦାବି କରିଛନ୍ତି। ଟିମର କ୍ରିକେଟରମାନେ ଘୋଷଣା କରିଛନ୍ତି, ଯେପର୍ଯ୍ୟନ୍ତ ସେମାନଙ୍କର ଦାବି ପୂରଣ ନହୋଇଛି, ସେଯାଏ କ୍ରିକେଟରୁ ଦୂରେଇ ରହିବେ। ଖେଳାଳିମାନେ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଆଗରେ ସେମାନଙ୍କର ପ୍ରାପ୍ୟ ବଢ଼ାଇବା ନେଇ ଦାବି କରିଛନ୍ତି।

ଯଦି ଏହି ହରତାଳ ଜାରି ରୁହେ, ତାହେଲେ ଆସନ୍ତାମାସରେ ଭାରତ ଗସ୍ତ ପାଇଁ ହେବାକୁଥିବା ଟ୍ରେନିଂ କ୍ୟାମ୍ପ୍ ଉପରେ ଏହାର ପ୍ରଭାବ ପଡ଼ିବ। ବାଂଲାଦେଶ ଖେଳାଳିମାନେ ବୋର୍ଡ ଆଗରେ ୧୧ ଦାବି ରଖିଛନ୍ତି। ଏଥିରେ ବାଂଲାଦେଶ ପ୍ରିମିୟର ଲିଗ୍ (ବିପିଏଲ୍)ର ଫ୍ରାଞ୍ଚାଇଜିର ମଡେଲ୍ ବାତିଲ କରିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାର ଦାବି ସାମିଲ୍ ଅଛି। ନିକଟରେ ବୋର୍ଡ ବିପିଏଲରେ ଫ୍ରାଞ୍ଚାଇଜି ମଡେଲକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା। ଏହା ସହ ପ୍ରତି ଫ୍ରାଞ୍ଚାଇଜି ଟିମର ଚୂଡ଼ାନ୍ତ ଏକାଦଶରେ ଜଣେ ଲେଗ୍ ସ୍ପିନରଙ୍କୁ ଖେଳାଇବା ବାଧ୍ୟତାମୂଳକ କରାଯାଇଛି। କେବଳ ଏତିକି ନୁହେଁ, ଏହି ନିୟମକୁ ନମାନୁଥିବା ଦୁଇ ଟିମର ମୁଖ୍ୟ କୋଚଙ୍କୁ ବିସିବି ସସପେଣ୍ଡ କରିଦେଇଛି।

ବୋର୍ଡର ଏହି ନିଷ୍ପତ୍ତି ବିରୋଧରେ ବାଂଲାଦେଶ ଟିମର କ୍ୟାପଟେନ୍ ସାକିବ୍ ଅଲ୍ ହାସନ୍ ସ୍ୱର ଉଠାଇଛନ୍ତି। ସାକିବଙ୍କ ନେତୃତ୍ୱରେ ସୋମବାର ଦ୍ୱିପହରରେ ଏକ ପ୍ରେସ୍ କନଫରେନ୍ସ ଆୟୋଜିତ କରାଯାଇଥିଲା। ଏଥିରେ ତାଙ୍କ ସହ ମହମଦୁଲ୍ଲା, ତମିମ୍ ଇକବାଲ ଓ ମୁଶଫିକର ରହିମଙ୍କ ଭଳି ସିନିୟର ଖେଳାଳି ସାମିଲ୍ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ମେହଦି ହାସନ ମିରାଜ୍, ଫରହାଦ୍ ରେଜା, ଆରାଫତ୍ ସନ୍ନି, ଜୁନେଦ୍ ସିଦ୍ଦିକ୍, ଏନାମୁଲ୍ ହକ୍ ଜୁନିୟର, ତସକିନ୍ ଅହମ୍ମଦ, ଇଲିଆସ୍ ସନ୍ନି ଏବଂ ଅନ୍ୟ କ୍ରିକେଟରମାନେ ଉପସ୍ଥିତ ଥିଲେ। ସେମାନେ ବାଂଲାଦେଶ କ୍ରିକେଟରଙ୍କ ମ୍ୟାଚ୍ ଫି' ଏବଂ ଆଗାମୀ ବିପିଏଲରେ ହେବାକୁଥିବା ପରିବର୍ତ୍ତନକୁ ଦୃଷ୍ଟିରେ ରଖି ବିରୋଧ କରିଛନ୍ତି।

ଖେଳାଳିମାନଙ୍କର କହିବା ଅନୁଯାୟୀ, ବୋର୍ଡ ଯଦି ଫ୍ରାଞ୍ଚାଇଜି ଆଧାରିତ ମଡେଲକୁ ବନ୍ଦ କରନ୍ତି, ତାହେଲେ ଏହାର ପ୍ରଭାବ ସିଧାସଳଖ ଖେଳାଳିମାନଙ୍କର ଆୟ ଉପରେ ପଡ଼ିବ। ଏହାଛଡ଼ା ପ୍ରଥମଶ୍ରେଣୀ କ୍ରିକେଟରେ ମ୍ୟାଚ୍ ଫି'ରେ ବୃଦ୍ଧି କରାନଯିବା ନେଇ ମଧ୍ୟ ଖେଳାଳିମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପେସାଦାର ଖେଳାଳି ମାସେରୁ ଅଧିକ ସମୟ ଧରି ଏ ନେଇ ସ୍ୱର ଉଠାଉଛନ୍ତି। ଏହି ମାମଲାରେ କ୍ୟାପଟେନ୍ ସାକିବ୍ ସିଧାସଳଖ ବୋର୍ଡକୁ ଟାର୍ଗେଟ୍ କରିଛନ୍ତି। ନିକଟରେ ସାକିବ୍ କହିଥିଲେ, ଖେଳାଳିମାନଙ୍କୁ ଦବାଇବାକୁ ପ୍ରୟାସ କରାଯାଉଛି ଏବଂ ସେମାନଙ୍କ ସହ ଉନ୍ନତ ବ୍ୟବହାର କରାଯିବା ଦରକାର। ସାକିବଙ୍କ ଏହି କଥାକୁ ସାଥୀ ଖେଳାଳିମାନେ ସମର୍ଥନ କରିଛନ୍ତି। ତେବେ ବୋର୍ଡ ତରଫରୁ ଏ ନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ।

Related story