ପ୍ରଥମ ଦିନିକିଆରେ ଯୁବ ଭାରତୀୟ ଦଳ ବିଜୟୀ

ଇଷ୍ଟ ଲଣ୍ଡନ: ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତୀୟ ଅଣ୍ଡର୍‌-୧୯ ଟିମ୍ ବିଜୟରୁ ଶୁଭାରମ୍ଭ କରିଛି। ଗୁରୁବାର ଭାରତୀୟ ଯୁବ ଟିମ୍ ତା’ର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଅଣ୍ଡର-୧୯ ଟିମକୁ ୯ ୱିକେଟରେ ହରାଇ ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ଉକ୍ତ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ଭ୍ରମଣକାରୀ ଦଳର ବୋଲରଙ୍କୁ ସାମ୍ନା କରିନପାରି ୪୮.୩ ଓଭରରେ ୧୮୭ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଜବାବରେ ଦିବ୍ୟାଂଶ […]

ind-underr-19

Ranjit Kumar Jena
  • Published: Thursday, 26 December 2019
  • , Updated: 26 December 2019, 09:39 PM IST

ଇଷ୍ଟ ଲଣ୍ଡନ: ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତୀୟ ଅଣ୍ଡର୍‌-୧୯ ଟିମ୍ ବିଜୟରୁ ଶୁଭାରମ୍ଭ କରିଛି। ଗୁରୁବାର ଭାରତୀୟ ଯୁବ ଟିମ୍ ତା'ର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଅଣ୍ଡର-୧୯ ଟିମକୁ ୯ ୱିକେଟରେ ହରାଇ ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି।

ଉକ୍ତ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ଭ୍ରମଣକାରୀ ଦଳର ବୋଲରଙ୍କୁ ସାମ୍ନା କରିନପାରି ୪୮.୩ ଓଭରରେ ୧୮୭ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଜବାବରେ ଦିବ୍ୟାଂଶ ସାକ୍ସେନା ଓ ତିଳକ ବର୍ମାଙ୍କ ଅର୍ଦ୍ଧଶତକ ବଳରେ ଭାରତୀୟ ଯୁବ ଟିମ୍ ୪୨.୩ ଓଭରରେ ୧ ୱିକେଟ୍ ହରାଇ ୧୯୦ ରନ୍ କରି ମୁକାବିଲାକୁ ଏକତରଫା ଭାବେ ଜିତି ନେଇଛି। ମ୍ୟାନ୍ ଅଫ୍ ଦି ମ୍ୟାଚ୍ ସାକ୍ସେନା ସର୍ବାଧିକ ୮୬ (୧୧୬ ବଲ୍‌, ୧୧ ଚୌକା) ଓ କୁମାର କୁଶାଗ୍ର ୪୩ (୪୪ ବଲ୍‌, ୬ ଚୌକା) ରନ୍ କରି ଅପରାଜିତ ଥିବା ବେଳେ ତିଳକ ୫୯ (୯୫ ବଲ୍‌, ୯ ଚୌକା) ରନ୍ କରି ଆଉଟ୍ ହୋଇଥିଲେ।

ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକାର ଲ୍ୟୁକ୍ ବ୍ୟୁଫର୍ଟଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିପାରିନଥିଲେ। ସେ ସର୍ବାଧିକ ୬୪ (୯୧ ବଲ୍‌, ୨ ଚୌକା, ୧ ଛକା) ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜ୍ୟାକ୍ ଲିସ୍ ୨୭, ଆଣ୍ଡ୍ର୍ୟୁି ଲୁ ୨୬, ମେରିକ୍ ବ୍ରେଟ୍ ୧୮, ଜୋନାଥନ୍ ବାର୍ଡ ୧୬ ଓ କ୍ୟାପଟେନ୍ ଖାନ୍ୟା କୋଟାନୀ ୧୨ ରନ୍ କରି ଆଉଟ୍ ହୋଇଥିଲେ। ଭାରତ ପକ୍ଷରୁ ରବି ବିଷ୍ଣୋଇ ୩ଟି, କାର୍ତ୍ତିକ ତ୍ୟାଗି, ଶୁଭାଙ୍ଗ ହେଗଡେ ଓ ଅଥର୍ବ ଅଙ୍କୋଲେକର ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

Related story