ୟୁଥ୍ ଦିନିକିଆ: ଶେଷ ମ୍ୟାଚରେ ହାରିଲା ଭାରତ

ଇଷ୍ଟ ଲଣ୍ଡନ: ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତୀୟ ୟୁଥ୍ ଟିମ୍ ତା’ର ଶେଷ ଦିନିକିଆ ମ୍ୟାଚରେ ଆୟୋଜକ ଦଳ ନିକଟରୁ ୫ ୱିକେଟରେ ପରାସ୍ତ ହୋଇଛି। ଏହି ମ୍ୟାଚ୍ ହାରିବା ସତ୍ତ୍ୱେ ଭାରତ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୨-୧ରେ ଜିତି ନେଇଛି। ଭାରତ ପ୍ରଥମ ଦୁଇଟି ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଯଥାକ୍ରମେ ୯ ୱିକେଟ୍ ଏବଂ ୮ ୱିକେଟରେ ପରାସ୍ତ କରିଥିଲା। ସୋମବାର ଖେଳାଯାଇଥିବା ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ […]

india-u-19

Ranjit Kumar Jena
  • Published: Monday, 30 December 2019
  • , Updated: 30 December 2019, 09:55 PM IST

ଇଷ୍ଟ ଲଣ୍ଡନ: ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତୀୟ ୟୁଥ୍ ଟିମ୍ ତା'ର ଶେଷ ଦିନିକିଆ ମ୍ୟାଚରେ ଆୟୋଜକ ଦଳ ନିକଟରୁ ୫ ୱିକେଟରେ ପରାସ୍ତ ହୋଇଛି। ଏହି ମ୍ୟାଚ୍ ହାରିବା ସତ୍ତ୍ୱେ ଭାରତ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୨-୧ରେ ଜିତି ନେଇଛି। ଭାରତ ପ୍ରଥମ ଦୁଇଟି ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଯଥାକ୍ରମେ ୯ ୱିକେଟ୍ ଏବଂ ୮ ୱିକେଟରେ ପରାସ୍ତ କରିଥିଲା।

ସୋମବାର ଖେଳାଯାଇଥିବା ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୧୯୨ ରନ୍ କରିବାକୁ ସକ୍ଷମ ହୋଇଥିଲା। ଏଠାକାର ଧିମା ପିଚରେ ରନ୍ କରିବା ପାଇଁ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ସଂଘର୍ଷ କରିବାକୁ ପଡ଼ିଥିଲା।

କ୍ୟାପଟେନ୍ ପ୍ରିୟମ ଗର୍ଗ ସର୍ବାଧିକ ୫୨ (୭୬ ବଲ୍‌, ୬ ଚୌକା) ରନ୍ କରିଥିବା ବେଳେ ତିଳକ ବର୍ମା ୨୫, ଧ୍ରୁବ ଜୁରେଲ୍ ୨୨, ଯଶସ୍ୱୀ ଜୈସୱାଲ୍ ୧୬, ବିଦ୍ୟାଧର ପାଟିଲ୍ ୧୫ ରନ୍ କରିଥିଲେ। ସିଟିଏଲ୍ ରକଶନ୍ ୧୭ ଓ ସୁଶାନ୍ତ ମିଶ୍ର ୧୪ ରନ୍ କରି ଅପରାଜିତ ଥିଲେ। ଦକ୍ଷିଣ ଆଫ୍ରିକା ୟୁଥ୍ ଟିମ୍ ପକ୍ଷରୁ ଫେକୁ ମୋଲେତସେନ୍ ଓ ଆଚିଲ୍ କ୍ଲୋଏଟ୍ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

ଜବାବରେ ଦକ୍ଷିଣ ଆଫ୍ରିକା ୪୮.୨ ଓଭରରେ ୫ ୱିକେଟ୍ ହରାଇ ୧୯୩ ରନ୍ କରି ବିଜୟୀ ହୋଇଥିଲା। ଏହି ଲକ୍ଷ୍ୟର ପିଛା କରିବା ଦକ୍ଷିଣ ଆଫ୍ରିକା ପକ୍ଷେ କଷ୍ଟକର ହୋଇପଡ଼ିଥିଲା। ତେବେ ଜୋନାଥନ୍ ବାର୍ଡଙ୍କ ଅପରାଜିତ ୮୮ (୧୨୧ ବଲ୍‌, ୯ ଚୌକା, ୧ ଛକା) ରନ୍ ବଳରେ ଦକ୍ଷିଣ ଆଫ୍ରିକା ଏହି ଲକ୍ଷ୍ୟକୁ ହାସଲ କରିନେଇଥିଲା। ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଆଣ୍ଡ୍ର୍ୟୁୌ ଲୁ ୩୧, ଜ୍ୟାକ୍ ଲିସ୍ ୨୯, କ୍ୟାପଟେନ୍ ବ୍ରାଇସ୍ ପାର୍ସନ୍ସ ୧୫ ଓ ଲ୍ୟୁକ୍ ବ୍ୟୁଫର୍ଟ ୧୪ ରନ୍ କରିଥିଲେ। ଭାରତ ପକ୍ଷରୁ ଯଶସ୍ୱୀ ୨ଟି ୱିକେଟ୍ ନେଇଥିଲେ।

Related story