ଏହି ରେକର୍ଡ ଉପରେ ବିରାଟଙ୍କ ନଜର୍‌

ଇନ୍ଦୋର: ଆସନ୍ତାକାଲିଠାରୁ ଭାରତ ଓ ବାଂଲାଦେଶ ମଧ୍ୟରେ ହେବାକୁଥିବା ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲିଙ୍କ ପାଖରେ ଏକାଧିକ ରେକର୍ଡ କରିବାର ସୁଯୋଗ ରହିଛି। କୋହଲି ବର୍ତ୍ତମାନ ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ୍ ମାମଲାରେ ଭାରତର ପୂର୍ବତନ କ୍ୟାପଟେନ୍ ଏବଂ ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲିଙ୍କୁ ପଛରେ ପକାଇପାରନ୍ତି। ଗାଙ୍ଗୁଲି ୧୧୩ ଟେଷ୍ଟରେ ୭୨୧୨ ରନ୍ କରିଛନ୍ତି। ସେହିପରି କୋହଲି ୮୨ ମ୍ୟାଚରେ ୭୦୬୬ ରନ୍ କରି ସପ୍ତମ ସ୍ଥାନରେ ଅଛନ୍ତି। ଗାଙ୍ଗୁଲିଙ୍କ ରେକର୍ଡ […]

kohli

Ranjit Kumar Jena
  • Published: Wednesday, 13 November 2019
  • , Updated: 13 November 2019, 06:09 PM IST

ଇନ୍ଦୋର: ଆସନ୍ତାକାଲିଠାରୁ ଭାରତ ଓ ବାଂଲାଦେଶ ମଧ୍ୟରେ ହେବାକୁଥିବା ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲିଙ୍କ ପାଖରେ ଏକାଧିକ ରେକର୍ଡ କରିବାର ସୁଯୋଗ ରହିଛି। କୋହଲି ବର୍ତ୍ତମାନ ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ୍ ମାମଲାରେ ଭାରତର ପୂର୍ବତନ କ୍ୟାପଟେନ୍ ଏବଂ ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲିଙ୍କୁ ପଛରେ ପକାଇପାରନ୍ତି। ଗାଙ୍ଗୁଲି ୧୧୩ ଟେଷ୍ଟରେ ୭୨୧୨ ରନ୍ କରିଛନ୍ତି। ସେହିପରି କୋହଲି ୮୨ ମ୍ୟାଚରେ ୭୦୬୬ ରନ୍ କରି ସପ୍ତମ ସ୍ଥାନରେ ଅଛନ୍ତି।

ଗାଙ୍ଗୁଲିଙ୍କ ରେକର୍ଡ ଭାଙ୍ଗିବା ପାଇଁ କୋହଲିଙ୍କ ଆଉ ୧୫୭ ରନ୍ ଆବଶ୍ୟକ। ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସଚିନ ତେନ୍ଦୁଲକର (୧୫୯୨୧ ରନ୍‌), ରାହୁଲ୍ ଡ୍ରାଭିଡ୍ (୧୩୨୮୮), ସୁନୀଲ ଗାଭାସ୍କର (୧୦୧୨୨), ଭିଭିଏସ୍ ଲକ୍ଷ୍ମଣ (୮୭୧୮) ଓ ବୀରେନ୍ଦ୍ର ସେହ୍ୱାଗ (୮୫୮୬) ସର୍ବାଧିକ ରନ୍ କରିଛନ୍ତି। କୋହଲିଙ୍କ ପାଖରେ ମଧ୍ୟ କ୍ରିସ୍ ଗେଲ୍ (୭୨୧୪), ଷ୍ଟିଫେନ୍ ଫ୍ଲେମିଙ୍ଗ୍ (୭୧୭୨) ଓ ଗ୍ରେଗ ଚାପେଲ (୭୧୧୦)ଙ୍କ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି।

କ୍ୟାପଟେନ୍ ଭାବେ ସର୍ବାଧିକ ଟେଷ୍ଟ ମ୍ୟାଚ୍ ଜିତିବାରେ କୋହଲି ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ଆଲାନ ବର୍ଡରଙ୍କ ରେକର୍ଡ ଭାଙ୍ଗିପାରନ୍ତି। କୋହଲି ୫୧ ମ୍ୟାଚରେ ୩୧ ବିଜୟ ହାସଲ କରିଥିବା ବେଳେ ବର୍ଡର ୯୧ ଟେଷ୍ଟରେ ୩୨ଟି ମ୍ୟାଚ୍ ଜିତିଛନ୍ତି। ଏହି ମାମଲାରେ ଦକ୍ଷିଣ ଆଫ୍ରିକାର ଗ୍ରେମ୍ ସ୍ମିଥ୍ ଆଗରେ ରହିଛନ୍ତି। ସ୍ମିଥ୍ ୧୦୯ ଟେଷ୍ଟରେ ୫୩ଟି ବିଜୟୀ ହୋଇଛନ୍ତି। ଏହା ପରେ ଅଷ୍ଟ୍ରେଲିଆର ରିକି ପଣ୍ଟିଂ (୭୭ ମ୍ୟାଚରେ ୪୮ ବିଜୟ), ଷ୍ଟିଭ୍ ୱ (୫୭ ଟେଷ୍ଟରେ ୪୧ ବିଜୟ) ଏବଂ କ୍ଲାଇବ୍ ଲୟଡ୍ (୭୪ ମ୍ୟାଚରେ ୩୬ ବିଜୟ) ରହିଛନ୍ତି।

Related story