୨୦୦ ଛୁଇଁ ପାରିଲାନି ଇଂଲଣ୍ଡ, ସହଳ ଖସିଲା ଶିଖରଙ୍କ ୱିକେଟ୍‌

ବ୍ରିଷ୍ଟଲ: ଇଂଲଣ୍ଡର କାଉଣ୍ଟି କ୍ରିକେଟ୍ ପଡ଼ିଆରେ ଖେଳାଯାଉଥିବା ଇଂଲଣ୍ଡ- ଇଣ୍ଡିଆ ଟି-୨୦ ସିରିଜ୍‌ର ଶେଷ ମ୍ୟାଚ୍‌ରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟ୍‌ ହରାଇ ୧୯୮ ରନ୍‌ କରିଛି। ସିରିଜ୍‌ ଜିତିବା ପାଇଁ ଇଣ୍ଡିଆକୁ ୧୯୯ରନ୍‌ ଟାର୍ଗେଟ୍‌ ଦେଇଛି ଇଂଲଣ୍ଡ। ଦଳ ପକ୍ଷରୁ ଜେସନ୍‌ ରୟ ୩୧ ବଲ୍‌ରେ ୪ ଟି ଚୌକା ୭ ଟି ଛକା ସାହାଯ୍ୟରେ ଧୂଆଁଦାର ୬୭ ରନ୍‌ କରିଛନ୍ତି। ଅନ୍ୟ ପକ୍ଷରେ ମ୍ୟାଚ୍‌ରେ ଭାରତୀୟ ଦଳକୁ ପ୍ରାରମ୍ଭିକ […]

555_1531055090_618x347

Rakesh Mallick
  • Published: Sunday, 08 July 2018
  • , Updated: 08 July 2018, 09:25 PM IST

ବ୍ରିଷ୍ଟଲ: ଇଂଲଣ୍ଡର କାଉଣ୍ଟି କ୍ରିକେଟ୍ ପଡ଼ିଆରେ ଖେଳାଯାଉଥିବା ଇଂଲଣ୍ଡ- ଇଣ୍ଡିଆ ଟି-୨୦ ସିରିଜ୍‌ର ଶେଷ ମ୍ୟାଚ୍‌ରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟ୍‌ ହରାଇ ୧୯୮ ରନ୍‌ କରିଛି। ସିରିଜ୍‌ ଜିତିବା ପାଇଁ ଇଣ୍ଡିଆକୁ ୧୯୯ରନ୍‌ ଟାର୍ଗେଟ୍‌ ଦେଇଛି ଇଂଲଣ୍ଡ। ଦଳ ପକ୍ଷରୁ ଜେସନ୍‌ ରୟ ୩୧ ବଲ୍‌ରେ ୪ ଟି ଚୌକା ୭ ଟି ଛକା ସାହାଯ୍ୟରେ ଧୂଆଁଦାର ୬୭ ରନ୍‌ କରିଛନ୍ତି।

ଅନ୍ୟ ପକ୍ଷରେ ମ୍ୟାଚ୍‌ରେ ଭାରତୀୟ ଦଳକୁ ପ୍ରାରମ୍ଭିକ ବୋଲିଂ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ିଥିଲା। ୭୩ ରନ୍‌ ପର୍ଯ୍ୟନ୍ତ ଭାରତ ଗୋଟିଏ ବି ୱିକେଟ୍‌ ନେବାରେ ସଫଳ ହୋଇ ନ ଥିଲା। ୮ ଓଭର ଚାଲିଥିବା ବେଳେ ସିଦ୍ଧାର୍ଥ କୌଲ ଜୋସ୍ ବଟଲରଙ୍କ ୱିକେଟ୍‌ ନେଇଥିଲେ। ସେହିଭଳି ଦୀପକ ଚହର୍ ଜେସନ୍‌ ରୟଙ୍କ ୱିକେଟ୍ ନେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୪ ୱିକେଟ୍‌ ନେଇଥିଲେ।

୧୯୯ ରନ୍‌ର ଟାର୍ଗେଟ୍‌ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତ ୨୧ ରନ୍‌ରେ ତା’ର ପ୍ରଥମ ୱିକେଟ୍ ହରାଇଛି। ଶିଖର ଧାୱନ ମାତ୍ର ୫ ରନ୍‌ କରି ପ୍ୟାଭିଲିୟନ୍‌କୁ ଫେରିଯାଇଛନ୍ତି। ବର୍ତ୍ତମାନ ସୁଦ୍ଧା ଭାରତ ୨ ୱିକେଟ୍‌ ବିନିମୟରେ ୧୨ ଓଭର୍‌ରେ ସଂଗ୍ରହ କରିଛି ୧୨୫ ରନ୍‌। ରୋହିତ ଶର୍ମା ୭୦ ଓ ବିରାଟ କୋହଲି ୩୨ ରନ୍‌ କରି ଅପରାଜିତ ରହିଛନ୍ତି।

Related story