ବୁଧବାର ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦

ମୋହାଲି: ଧର୍ମଶାଳାରେ ପ୍ରଥମ ଟି-୨୦ ମ୍ୟାଚକୁ ବର୍ଷା ଧୋଇ ଦେବା ପରେ ଭାରତ ବୁଧବାର ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି-୨୦ ମୁକାବିଲା ଜିତି ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ଅଗ୍ରଣୀ ହାସଲ କରିବାକୁ ଲକ୍ଷ୍ୟ ରଖିଛି। ୱିକେଟକିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତଙ୍କ ପାଇଁ ଏହି ମ୍ୟାଚ୍ ବେଶ୍ ମହତ୍ତ୍ୱପୂର୍ଣ୍ଣ ହେବ, କାରଣ ଗତ କିଛି ମ୍ୟାଚରେ ସେ ସୁଯୋଗର ଫାଇଦା ଉଠାଇବାରେ ବିଫଳ ହୋଇଛନ୍ତି ଏବଂ ଭଲ ପ୍ରଦର୍ଶନ କରିବା ନେଇ ତାଙ୍କ ଉପରେ ଲଗାତାର […]

india

india

Ranjit Kumar Jena
  • Published: Tuesday, 17 September 2019
  • Updated: 17 September 2019, 04:53 PM IST

Sports

Latest News

ମୋହାଲି: ଧର୍ମଶାଳାରେ ପ୍ରଥମ ଟି-୨୦ ମ୍ୟାଚକୁ ବର୍ଷା ଧୋଇ ଦେବା ପରେ ଭାରତ ବୁଧବାର ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି-୨୦ ମୁକାବିଲା ଜିତି ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ଅଗ୍ରଣୀ ହାସଲ କରିବାକୁ ଲକ୍ଷ୍ୟ ରଖିଛି। ୱିକେଟକିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତଙ୍କ ପାଇଁ ଏହି ମ୍ୟାଚ୍ ବେଶ୍ ମହତ୍ତ୍ୱପୂର୍ଣ୍ଣ ହେବ, କାରଣ ଗତ କିଛି ମ୍ୟାଚରେ ସେ ସୁଯୋଗର ଫାଇଦା ଉଠାଇବାରେ ବିଫଳ ହୋଇଛନ୍ତି ଏବଂ ଭଲ ପ୍ରଦର୍ଶନ କରିବା ନେଇ ତାଙ୍କ ଉପରେ ଲଗାତାର ଚାପ ବଢ଼ିବାରେ ଲାଗିଛି।

ଆସନ୍ତାବର୍ଷ ହେବାକୁଥିବା ଟି-୨୦ ବିଶ୍ୱକପକୁ ଆହୁରି ୧୨ମାସରୁ ଅଧିକ ସମୟ ବାକି ରହିଲା, କିନ୍ତୁ ଏହା ପୂର୍ବରୁ କ୍ୟାପଟେନ୍ ବିରାଟ୍ କୋହଲି ନିଜର ବିସ୍ତୁତ ଯୋଜନା ପ୍ରସ୍ତୁତ କରିସାରିଛନ୍ତି। କ୍ୟାପଟେନ୍ କୋହଲି ସ୍ପଷ୍ଟ କରିଛନ୍ତି, ଯେତେବେଳେ ସେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବା ପାଇଁ ଓହ୍ଲାଇଥିଲେ, ତାଙ୍କୁ ଅଧିକ ସୁଯୋଗ ମିଳିବା ନେଇ ଆଶା ନଥିଲା। ବର୍ତ୍ତମାନ ଯୁବ ଖେଳାଳିମାନଙ୍କୁ ଯେତିକି ବି ସୁଯୋଗ ମିଳୁଛି, ସେଥିରେ ସେମାନେ ନିଜକୁ ପ୍ରମାଣିତ କରିବାକୁ ପଡ଼ିବ।

ଏହି ଖେଳାଳିମାନଙ୍କ ମଧ୍ୟରେ ୨୧ ବର୍ଷୀୟ ପନ୍ତ ମଧ୍ୟ ସାମିଲ୍ ଅଛନ୍ତି। ଫେବୃଆରୀ, ୨୦୧୭ରେ ପଦାର୍ପଣ କରିଥିବା ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ପର୍ଯ୍ୟାପ୍ତ ଅଭିଜ୍ଞତା ହାସଲ କରିସାରିଛନ୍ତି। ଧର୍ମଶାଳାରେ ସିରିଜର ପ୍ରଥମ ମ୍ୟାଚରେ ଗୋଟିଏ ବି ବଲ୍ ପକାଇବା ସମ୍ଭବ ହୋଇନଥିଲା। ଏଭଳି ସ୍ଥିତିରେ ପନ୍ତଙ୍କୁ ମୋହାଲିରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ଏପରିକି ଟିମ୍ ମ୍ୟାନେଜମେଣ୍ଟ ସ୍ପଷ୍ଟ ଭାବେ କହିଛି ଯେ, ଯଦି ଏହି ୱିକେଟକିପର ବ୍ୟାଟ୍ସମ୍ୟାନ୍ ନିଜ ଭୁଲକୁ ଲଗାତାର ଦୋହରାନ୍ତି, ତାହେଲେ ଏହାର ପରିଣାମ ତାଙ୍କୁ ଭୋଗିବାକୁ ପଡ଼ିବ।

କୋହଲି ଏପର୍ଯ୍ୟନ୍ତ ଟିମରେ ମହେନ୍ଦ୍ର ସିଂହ ଧୋନିଙ୍କ ପ୍ରତ୍ୟାବର୍ତ୍ତନର ବିକଳ୍ପ ଦ୍ୱାରା ଖୋଲା ରଖିଛନ୍ତି ଏବଂ ଏଭଳି ସ୍ଥିତିରେ ପନ୍ତଙ୍କ ଉପରେ ଚାପ ବଢ଼ିବାରେ ଲାଗିଛି। ପନ୍ତଙ୍କ ବ୍ୟତୀତ ଯୁବ ସ୍ପିନର୍ ରାହୁଲ ଚହର୍ ଏବଂ ୱାଶିଂଟନ୍ ସୁନ୍ଦରଙ୍କ ମଧ୍ୟରେ ଚାପ ରହିବ। ଏହି ଦୁଇ ବୋଲରଙ୍କୁ କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କ ସ୍ପିନ୍ ଯୋଡ଼ିଙ୍କ ବିକଳ୍ପ ଭାବେ ରଖାଯାଇଛି।

ଟି-୨୦ ବିଶ୍ୱକପ୍ ପୂର୍ବରୁ ଭାରତକୁ ପାଖାପାଖି ୨୦ ମ୍ୟାଚ୍ ଖେଳିବାକୁ ଅଛି ଏବଂ ଏଭଳି ସ୍ଥିତିରେ ଟିମ୍ ତା'ର ବ୍ୟାଟିଂଲାଇନକୁ ଅଧିକ ମଜଭୁତ୍ କରିବାକୁ ଚାହୁଁଛି। ବିଶେଷକରି ଅଷ୍ଟମ, ନବମ ଏବଂ ୧୦ ନମ୍ବର ବ୍ୟାଟ୍ସମ୍ୟାନଙ୍କୁ ନିୟମିତ ଭାବେ ଅଧିକ ରନ୍ କରିବାକୁ ପଡ଼ିବ। କାରଣ ଏହି ତିନୋଟି ସ୍ଥାନରେ ଭାରତର ବ୍ୟାଟିଂ ଅତ୍ୟନ୍ତ ଦୁର୍ବଳ। ଏହାବ୍ୟତୀତ ଶ୍ରେୟସ ଆୟର୍ ଓ ମନିଷ ପାଣ୍ଡେଙ୍କ ପାଇଁ ଏହି ସିରିଜ୍ ବେଶ ଗୁରୁତ୍ୱପୂର୍ଣ୍ଣ, କାରଣ ଦୁହିଁଙ୍କୁ ମଧ୍ୟକ୍ରମ ମଜଭୁତ୍ କରିବା ପାଇଁ ଟିମରେ ସାମିଲ୍ କରାଯାଇଛି।

ଏହାସହ ଶିଖର ଧୱନଙ୍କ ପାଖରେ ବଡ଼ ଇନିଂସ୍ ଖେଳିବାର ଭଲ ସୁଯୋଗ ରହିଛି। ଏହି ଓପନିଂ ବ୍ୟାଟ୍ସମ୍ୟାନ୍ ଜଣକ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଆଶା ମୁତାବକ ପ୍ରଦର୍ଶନ କରିପାରିନଥିଲେ। ତେବେ ଏଠାକାର ଗ୍ରାଉଣ୍ଡକୁ ଧୱନ୍ ଭଲଭାବେ ଜାଣିଛନ୍ତି। ଏହି ଗ୍ରାଉଣ୍ଡରେ ହିଁ ସେ ଟେଷ୍ଟ କ୍ରିକେଟ୍ ପଦାର୍ପଣ କରି ୧୮୭ ରନର ଇନିଂସ୍ ଖେଳିଥିଲେ। ଏହାଛଡ଼ା ଗତବର୍ଷ ଅଷ୍ଟ୍ରେଲିଆ ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆରେ ସେ ଏଠାରେ ୧୪୩ ରନର ଇନିଂସ୍ ଖେଳିଥିଲେ, କିନ୍ତୁ ଟିମ୍ ଇଣ୍ଡିଆକୁ ପରାୟଜର ସାମ୍ନା କରିବାକୁ ପଡ଼ିଥିଲା।

ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ପକ୍ଷେ ଭାରତକୁ ହରାଇବା ସହଜ ହେବନି । କାରଣ ଭାରତ ଗତ କିଛି ସମୟ ଧରି ଜବରଦସ୍ତ ଫର୍ମରେ ଅଛି। ବିଶ୍ୱକପ୍ ସେମିଫାଇନାଲ୍ ପରାଜୟକୁ ଛାଡ଼ି ଦେଲେ ଭାରତ ଚଳିତ ବର୍ଷ ସବୁ ଫର୍ମାଟରେ ଉନ୍ନତ ପ୍ରଦର୍ଶନ କରିଛି। କାଗିସୋ ରବାଡାଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକାର ବୋଲିଂ ଆକ୍ରମଣ ଭାରତର ଶକ୍ତିଶାଳୀ ବ୍ୟାଟିଂ ଲାଇନକୁ ରୋକିବାକୁ ପ୍ରୟାସ କରିବ। ଏହି ଗ୍ରାଉଣ୍ଡ କୋହଲିଙ୍କ ପାଇଁ ମଧ୍ୟ ବେଶ୍ ଲକି। ୨୦୧୬ରେ ଏଠାରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ବିଶ୍ୱକପର ଏକ ମୁକାବିଲାରେ କୋହଲି ୫୧ ବଲରେ ୮୨ ରନର ଅନ୍ୟତମ ସର୍ବଶ୍ରେଷ୍ଠ ଇନିଂସ୍ ଖେଳି ଭାରତକୁ ଜିତାଇ ସେମିଫାଇନାଲରେ ପହଞ୍ଚାଇଥିଲେ। ତେଣୁ କୋହଲି ନିଜର ବ୍ୟାଟିଂ ଫର୍ମ ଏଠାରେ ଜାରି ରଖିବାକୁ ଚାହିଁବେ।

ଭାରତ: ବିରାଟ୍ କୋହଲି (କ୍ୟାପଟେନ୍), ରୋହିତ୍ ଶର୍ମା, ଶିଖର ଧୱନ୍, ଲୋକେଶ ରାହୁଲ୍, ଶ୍ରେୟସ୍ ଆୟର୍, ମନିଷ ପାଣ୍ଡେ, ରିଷଭ ପନ୍ତ (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, କୃନାଲ୍ ପାଣ୍ଡ୍ୟା, ୱାଶିଂଟନ୍ ସୁନ୍ଦର, ରାହୁଲ୍ ଚହର୍, ଖଲୀଲ ଅହମ୍ମଦ, ଦୀପକ ଚହର୍, ନଭଦୀପ ସାଇନି।

ଦକ୍ଷିଣ ଆଫ୍ରିକା: କ୍ୱିଣ୍ଟନ୍ ଡି'କକ୍ (କ୍ୟାପଟେନ୍), ରାସି ଭାନ୍ ଡର୍ ଡୁସେନ୍ (ଭାଇସ୍ କ୍ୟାପଟେନ୍), ତେମ୍ବା ବାଭୁମା, ଜୁନିୟର୍ ଡାଲା, ଜର୍ନ ଫଟ୍ୟୁନ୍, ବିଉରନ୍ ହେଣ୍ଡ୍ରିକ୍ସ, ରୀଜା ହେଣ୍ଡ୍ରିକ୍ସ, ଡେଭିଡ୍ ମିଲର୍, ଆନରିଚ୍ ନର୍ଟଜେ, ଆଣ୍ଡିଲେ ଫେଲୁକୱାୟୋ, ଡ୍ୱେନ୍ ପ୍ରିଟୋରିୟସ୍, କାଗିସୋ ରବାଡା, ତାବରେଜ୍ ଶାମସି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story