ସୁରକ୍ଷା ଭାଙ୍ଗି ଗ୍ରାଉଣ୍ଡରେ ପଶିଲେ ପ୍ରଶଂସକ ଏବଂ ରୋହିତଙ୍କ ପାଦ ଛୁଇଁଲେ

ପୁଣେ: ଭାରତ ଓ ଦକ୍ଷିଣ ଆଫ୍ରିକା ସିରିଜରେ ପୁଣିଥରେ ପ୍ରଶଂସକ ସୁରକ୍ଷା ବଳୟ ଭାଙ୍ଗି ମଇଦାନରେ ପ୍ରବେଶ କରିଛନ୍ତି। ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ (ଏମସିଏ) ଷ୍ଟାଡିୟମରେ ଚାଲିଥିବା ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚର ତୃତୀୟ ଦିବସରେ ଜଣେ ପ୍ରଶଂସକ ସୁରକ୍ଷା ବଳୟ ଭାଙ୍ଗି ଗ୍ରାଉଣ୍ଡରେ ପଶିଯାଇଥିଲେ। ସୁରକ୍ଷା ଭାଙ୍ଗିବା ପରେ ଉକ୍ତ ପ୍ରଶଂସକ ଜଣକ ସିଧା ରୋହିତ୍ ଶର୍ମାଙ୍କ ପାଖକୁ ଚାଲିଯାଇଥିଲେ ଏବଂ ତାଙ୍କ ପାଦ ଚୁଇଁଥିଲେ। କିନ୍ତୁ ଏହାର ଫଳ ବିପରୀତ ହୋଇଥିଲା। ପ୍ରଶଂସକ ଜଣକ […]

fan1

fan1

Ranjit Kumar Jena
  • Published: Saturday, 12 October 2019
  • Updated: 12 October 2019, 05:42 PM IST

Sports

Latest News

ପୁଣେ: ଭାରତ ଓ ଦକ୍ଷିଣ ଆଫ୍ରିକା ସିରିଜରେ ପୁଣିଥରେ ପ୍ରଶଂସକ ସୁରକ୍ଷା ବଳୟ ଭାଙ୍ଗି ମଇଦାନରେ ପ୍ରବେଶ କରିଛନ୍ତି। ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ (ଏମସିଏ) ଷ୍ଟାଡିୟମରେ ଚାଲିଥିବା ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚର ତୃତୀୟ ଦିବସରେ ଜଣେ ପ୍ରଶଂସକ ସୁରକ୍ଷା ବଳୟ ଭାଙ୍ଗି ଗ୍ରାଉଣ୍ଡରେ ପଶିଯାଇଥିଲେ।

ସୁରକ୍ଷା ଭାଙ୍ଗିବା ପରେ ଉକ୍ତ ପ୍ରଶଂସକ ଜଣକ ସିଧା ରୋହିତ୍ ଶର୍ମାଙ୍କ ପାଖକୁ ଚାଲିଯାଇଥିଲେ ଏବଂ ତାଙ୍କ ପାଦ ଚୁଇଁଥିଲେ। କିନ୍ତୁ ଏହାର ଫଳ ବିପରୀତ ହୋଇଥିଲା। ପ୍ରଶଂସକ ଜଣକ ଯେତେବେଳେ ରୋହିତଙ୍କ ପାଦକୁ ଛୁଇଁଲେ, ସେହି ସମୟରେ ରୋହିତ୍ ନିଜ ଉପରୁ ନିୟନ୍ତ୍ରଣ ହରାଇ ତଳେ ପଡ଼ିଯାଇଥିଲେ। ଏହା ପରେ ପାଖରେ ଫିଲ୍ଡିଂ କରୁଥିବା ଆଜିଙ୍କ୍ୟ ରାହାଣେ ଖୁବ୍ ଜୋରରେ ହସିଥିଲେ।

ଦକ୍ଷିଣ ଆଫ୍ରିକାର ସେନୁରାନ ମୁଥୁସ୍ୱାମୀଙ୍କ ଆଉଟ୍ ହେବା ପରେ ଭର୍ନନ୍ ଫିଲାଣ୍ଡର ଯେତେବେଳେ ବ୍ୟାଟିଂ କରିବାକୁ ଆସିଲେ, ସେହି ସମୟରେ ଏହି ଘଟଣା ଘଟିଥିଲା। ତେବେ ଷ୍ଟାଡିୟମରେ ଉପସ୍ଥିତ ସୁରକ୍ଷାକର୍ମୀ ତୁରନ୍ତ ସେହି ପ୍ରଶଂସକଙ୍କୁ ବାହାରକୁ ନେଇଯାଇଥିଲେ।

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଏହି ସିରିଜରେ ତୃତୀୟଥର ପାଇଁ ଏଭଳି ଘଟଣା ଘଟିଛି। ଏହା ପୂର୍ବରୁ ବିଶାଖପାଟଣାରେ ଖେଳାଯାଇଥିବା ମ୍ୟାଚରେ ଜଣେ ପ୍ରଶଂସକ ମଇଦାନକୁ ପଶିଆସିଥିଲେ ଏବଂ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ସହ ହାତ ମିଳାଇଥିଲେ। କେବଳ ଏତିକି ନୁହେଁ, ସେହି ପ୍ରଶଂସକ ଜଣକ ମଇଦାନରେ ଉପସ୍ଥିତ ଖେଳାଳିଙ୍କ ସହ ସେଲଫି ନେବାକୁ ମଧ୍ୟ ପ୍ରୟାସ କରିଥିଲେ। ଏହା ପୂର୍ବରୁ ଦୁଇ ଟିମ୍ ମଧ୍ୟରେ ଖେଳାଯାଇଥିବା ଟି-୨୦ ମ୍ୟାଚ୍ ବେଳେ ମୋହାଲିରେ ପ୍ରଶଂସକ ମଇଦାନକୁ ପ୍ରବେଶ କରିବାରୁ ଦୁଇଥର ଖେଳ ରୋକିବାକୁ ପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story