ଦକ୍ଷିଣଆଫ୍ରିକାର ବ୍ୟାଟିଂ ବିପର୍ଯ୍ୟୟ

କେପଟାଉନ୍‌:  ଦକ୍ଷିଣଆଫ୍ରିକା ବିରୋଧରେ ଆଜି ଭାରତ ଜବରଦସ୍ତ ଖେଳିଛି। ଅଧିନାୟକ ବିରାଟ୍‌ କୋହଲିଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଭରତ ୩୦୩ ରନ୍‌ କରିପାରିଛି। ଏହାର ଜବାବରେ ଦକ୍ଷିଣଆଫ୍ରିକା ୩ ୱିକେଟ୍‌ ହରାଇ ୯୦ ରନ୍‌ କରିଛି। କେପଟାଉନ୍‌ରେ ଖେଳାଯାଇଥିବା ମ୍ୟାଚରେ ଦକ୍ଷିଣଆଫ୍ରିକା ଟସ୍‌ ଜିତି ଭାରତକୁ ବ୍ୟାଟିଂ କରିବାକୁ ନିମନ୍ତ୍ରଣ ଦେଇଥିଲା। ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ରୋହିତ ଶର୍ମା ଖାତା ଖୋଲି ନପାରି ଆଉଟ୍‌ ହୋଇଯାଇଥିଲେ। ପରେ ବ୍ୟାଟିଂ କରିବାକୁ ଆସିଥିଲେ ଅଧିନାୟକ ବିରାଟ୍‌ […]

india-vs-south-africa-3rd-oneday

Rakesh Mallick
  • Published: Wednesday, 07 February 2018
  • , Updated: 07 February 2018, 10:22 PM IST

କେପଟାଉନ୍‌:  ଦକ୍ଷିଣଆଫ୍ରିକା ବିରୋଧରେ ଆଜି ଭାରତ ଜବରଦସ୍ତ ଖେଳିଛି। ଅଧିନାୟକ ବିରାଟ୍‌ କୋହଲିଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଭରତ ୩୦୩ ରନ୍‌ କରିପାରିଛି। ଏହାର ଜବାବରେ ଦକ୍ଷିଣଆଫ୍ରିକା ୩ ୱିକେଟ୍‌ ହରାଇ ୯୦ ରନ୍‌ କରିଛି।

କେପଟାଉନ୍‌ରେ ଖେଳାଯାଇଥିବା ମ୍ୟାଚରେ ଦକ୍ଷିଣଆଫ୍ରିକା ଟସ୍‌ ଜିତି ଭାରତକୁ ବ୍ୟାଟିଂ କରିବାକୁ ନିମନ୍ତ୍ରଣ ଦେଇଥିଲା। ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ରୋହିତ ଶର୍ମା ଖାତା ଖୋଲି ନପାରି ଆଉଟ୍‌ ହୋଇଯାଇଥିଲେ। ପରେ ବ୍ୟାଟିଂ କରିବାକୁ ଆସିଥିଲେ ଅଧିନାୟକ ବିରାଟ୍‌ କୋହଲି। ଓପ୍ନର ଶିଖର ଧାୱାନଙ୍କ ସହ ମିଶି ବିରାଟ୍‌ ଯୋଡ଼ି ୧୪୦ ରନ୍‌ କରିଥିଲେ। ବିରାଟଙ୍କୁ ଛାଡ଼ିଦେଲେ ଭାରତର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍‌ ଦକ୍ଷିଣଆଫ୍ରିକା ବୋଲରଙ୍କ ବିରୋଧରେ ବେଶୀ ସମୟ ତିଷ୍ଠି ପାରିନଥିଲେ। ଶିଖର ୭୬, ଆଜିଙ୍କ୍ୟ ରାହାଣେ ୧୧, ହାର୍ଦ୍ଦିକ ପାଣ୍ଡ୍ୟା ୧୪, ଏମ୍‌.ଏସ୍‌ ଧୋନି ୧୦, କେଦାର ଯାଦବ ୧ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ଖେଳ ଶେଷ ସୁଦ୍ଧା ବିରାଟ ୧୬୦ ଓ ଭୁବନେଶ୍ୱର କୁମାର ୧୬ ରନ୍‌ କରି ନଟ୍‌ଆଉଟ୍‌ ଅଛନ୍ତି।

୩୦୪ ରନ୍‌ର ବିଜୟ ଲକ୍ଷ୍ୟକୁ ନେଇ ଦକ୍ଷିଣଆଫ୍ରିକା ପଡ଼ିଆକୁ ଓହ୍ଲାଇଥିଲା। ଦକ୍ଷିଣଆଫ୍ରିକା ମଧ୍ୟ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ୩ ୱିକେଟ୍‌ ହରାଇ ୯୦ ରନ୍‌ କରିଛି। ଭାରତ ଚହଲ ୨, ବୁମ୍ରା ଓ କୁଲଦୀପ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

Related story