ଦିନକ ପରେ ଟି-୨୦ ସିରିଜ୍: ଏହି ୬ ଯୁବ ଖେଳାଳିଙ୍କ ଉପରେ ରହିବ ନଜର୍

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜର ସଫଳ ଗସ୍ତ ପରେ ବିରାଟ୍ କୋହଲିଙ୍କ ଟିମ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦମଦାର ପ୍ରଦର୍ଶନ କରିବା ପାଇଁ ପ୍ରସ୍ତୁତ ଅଛି। ଗସ୍ତର ଶୁଭାରମ୍ଭ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରୁ ଆରମ୍ଭ ହେବ, ଯାହାର ପ୍ରଥମ ମ୍ୟାଚ୍ ରବିବାର ଖେଳାଯିବ। ଦକ୍ଷିଣ ଆଫ୍ରିକା ଟିମ୍ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତ ଯୁବ ଟିମ୍ ଚୟନ କରିଛି, ଯେଉଁଥିରେ ଶ୍ରେୟସ୍ ଆୟର୍, ମନିଷ ପାଣ୍ଡେ, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, କୃନାଲ୍ ପାଣ୍ଡ୍ୟା, ୱାଶିଂଟନ୍ ସୁନ୍ଦର, […]

team-india

team-india

Ranjit Kumar Jena
  • Published: Friday, 13 September 2019
  • Updated: 13 September 2019, 06:25 PM IST

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜର ସଫଳ ଗସ୍ତ ପରେ ବିରାଟ୍ କୋହଲିଙ୍କ ଟିମ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦମଦାର ପ୍ରଦର୍ଶନ କରିବା ପାଇଁ ପ୍ରସ୍ତୁତ ଅଛି। ଗସ୍ତର ଶୁଭାରମ୍ଭ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରୁ ଆରମ୍ଭ ହେବ, ଯାହାର ପ୍ରଥମ ମ୍ୟାଚ୍ ରବିବାର ଖେଳାଯିବ। ଦକ୍ଷିଣ ଆଫ୍ରିକା ଟିମ୍ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତ ଯୁବ ଟିମ୍ ଚୟନ କରିଛି, ଯେଉଁଥିରେ ଶ୍ରେୟସ୍ ଆୟର୍, ମନିଷ ପାଣ୍ଡେ, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, କୃନାଲ୍ ପାଣ୍ଡ୍ୟା, ୱାଶିଂଟନ୍ ସୁନ୍ଦର, ରାହୁଲ ଚହର୍, ଖଲୀଲ ଅହମ୍ମଦ, ଦୀପକ ଚହର୍ ଓ ନଭଦୀପ ସାଇନିଙ୍କ ଭଳି ଯୁବ ଖେଳାଳି ସାମିଲ୍ ଅଛନ୍ତି।

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜକୁ ଭାରତ ୩-୦ରେ ଏକତରଫା ଭାବେ ଜିତି ନେଇଥିଲା। ସ୍ୱାଭାବିକ ଭାବେ ବିରାଟ୍ କୋହଲିଙ୍କ ଟିମ୍ ଆଗରେ ଘରୋଇ ଦର୍ଶକଙ୍କ ସାମ୍ନାରେ ପୁଣିଥରେ ଏଭଳି ପ୍ରଦର୍ଶନ ଦୋହାଇରବାର ଚାପ ରହିବ। ଭାରତୀୟ ଟିମ୍ କୋହଲି, ରୋହିତ୍ ଶର୍ମା ଓ ଶିଖର ଧୱନଙ୍କ ଭଳି ଅଭିଜ୍ଞ ଖେଳାଳି ଅଛନ୍ତି, କିନ୍ତୁ ସମସ୍ତଙ୍କ ନଜର ଯୁବ ଖେଳାଳିଙ୍କ ପ୍ରଦର୍ଶନ ଉପରେ ରହିବ। ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଏହି ଯୁବ ଖେଳାଳି ନିଜ ନିଜର ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କୁ ଚକିତ କରିପାରନ୍ତି।

ନଭଦୀପ ସାଇନି: ହରିୟାଣାର ୨୬ ବର୍ଷୀୟ ଏହି ପେସ୍ ବୋଲର ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜରେ ନିଜ ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ସାଇନି ଏହି ସିରିଜର ଲାଉଡରହିଲରେ ଖେଳାଯାଇଥିବା ମ୍ୟାଚରେ ନିଜର ଅନ୍ତର୍ଜାତୀୟ କ୍ୟାରିୟରର ଶୁଭାରମ୍ଭ କରିଥିଲେ ଏବଂ ନିଜର ପ୍ରଥମ ମ୍ୟାଚରେ ୧୭ ରନ୍ ଦେଇ ୩ଟି ୱିକେଟ୍ ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ନଭଦୀପ ୧୪୫ କିମି ସ୍ପିଡରେ ବୋଲିଂ କରି ବ୍ୟାଟ୍ସମ୍ୟାନଙ୍କ ମନରେ ନିଶ୍ଚୟ ଭୟ ସୃଷ୍ଟି କରିଛନ୍ତି। ଏହାସହ ସେ ସଠିକ୍ ଲାଇନରେ ମଧ୍ୟ ବୋଲିଂ କରୁଛନ୍ତି। ନିଜର ଡେବ୍ୟୁ ମ୍ୟାଚରେ ସେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ସାଇନି ୩ ଟି-୨୦ ଅନ୍ତର୍ଜାତୀୟ ୩ ମ୍ୟାଚ୍ ୫ ୱିକେଟ୍ ନେଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ନିଜର ଦମଦାର ପ୍ରଦର୍ଶନ ଦୋହରାଇବାକୁ ପ୍ରୟାସ କରିବେ।

ରିଷଭ ପନ୍ତ: ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତଙ୍କ ପାଇଁ ୱେଷ୍ଟଇଣ୍ଡିଜ୍ ଗସ୍ତ ନୈରାଶ୍ୟଜନକ ଥିଲା। ପନ୍ତ ଏଭଳି ଜଣେ ବ୍ୟାଟ୍ସମ୍ୟାନ୍, ଯିଏ ନିଜର ବିସ୍ଫୋରକ ବ୍ୟାଟିଂ ଦ୍ୱାରା ବିଶ୍ୱର କୌଣସି ବୋଲରଙ୍କ ଲାଇନଲେନ୍ଥ ବିଗାଡ଼ି ପାରନ୍ତି। କିନ୍ତୁ ସେଟ୍ ହେବା ପୂର୍ବରୁ ସେ ଆବଶ୍ୟକରୁ ଅଧିକ ଆକ୍ରମଣାତ୍ମକ ବ୍ୟାଟିଂ କରି ନିଜ ୱିକେଟ୍ ହରାଇ ବସନ୍ତି। ୨୧ ବର୍ଷୀୟ ପନ୍ତ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜର ଶେଷ ମ୍ୟାଚରେ ୪୨ ବଲରେ ୪ ଚୌକା ଓ ୪ ଛକା ସହ ୬୫ ରନର ଇନିଂସ୍ ଖେଳିଥିଲେ। ୱେଷ୍ଟଇଣ୍ଡିଜରେ ନିଜର ଖରାପ ପ୍ରଦର୍ଶନକୁ ଭୁଲି ପନ୍ତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦମ୍ ଦେଖାଇବାକୁ ନିଶ୍ଚୟ ବ୍ୟଗ୍ର ଥିବେ।

କୃନାଲ୍ ପାଣ୍ଡ୍ୟା: କୃନାଲ୍ ପାଣ୍ଡ୍ୟାଙ୍କ ପ୍ରତିଭା ଏପର୍ଯ୍ୟନ୍ତ ନିଜ ସାନ ଭାଇ ହାର୍ଦ୍ଦିକଙ୍କ ଆଗରେ ଚାପି ହୋଇ ରହିଛି, କିନ୍ତୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜରେ ମ୍ୟାନ୍ ଅଫ୍ ଦି ସିରିଜ୍ ବିବେଚିତ ହେବା ପରେ ସେ ନିଜର ଚମକ ଦେଖାଇଥିଲେ। ଛୋଟିଆ ଫର୍ମାଟର କ୍ରିକେଟ୍ ପାଇଁ କୃନାଲ୍ ଭଲ ବିକଳ୍ପ। ସେ ଉଭୟ ବ୍ୟାଟ୍ ଓ ବଲରେ ଟିମ୍ ପାଇଁ ଯୋଗଦାନ କରିବାକୁ ସକ୍ଷମ। ୨୮ ବର୍ଷୀୟ କୃନାଲ୍ ନା କେବଳ ନିଜର ସ୍ପିନ୍ ବୋଲିଂ ଦ୍ୱାରା ୱିକେଟ୍ ନେଇଛନ୍ତି ବରଂ ଇକୋନମୀ ମଧ୍ୟ ସାବ୍ୟସ୍ତ ହୋଇଛନ୍ତି। ୧୪ ଟି-୨୦ ମ୍ୟାଚ୍ ଖେଳିସାରିଥିବା ଏହି ବାମହାତୀ ଖେଳାଳି ଯଦି ଦକ୍ଷିଣ ଆଫ୍ରିକା ବିପକ୍ଷରେ ସଫଳ ହୁଅନ୍ତି, ତାହେଲେ ଜାତୀୟ ଦିନିକିଆ ଦଳରେ ସ୍ଥାନ ପାଇପାରନ୍ତି।

ଦୀପକ ଚହର୍: ୟୁପିର ଆଗ୍ରା ସହରରେ ଜନ୍ମିତ ଦୀପକ ଚହର୍ ରାଜସ୍ଥାନ ପକ୍ଷରୁ ଘରୋଇ କ୍ରିକେଟ୍ ଖେଳନ୍ତି। ଭୁବନେଶ୍ୱର କୁମାରଙ୍କ ଭଳି ସୁଇଂ ବୋଲିଂ କରି ସେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ନିଜର ଛୋଟିଆ ଅନ୍ତର୍ଜାତୀୟ କ୍ୟାରିୟରରେ ଦୀପକ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ଭରସା ଜିତି ପାରିଛନ୍ତି। ମାତ୍ର ୨ ଟି-୨୦ ମ୍ୟାଚ୍ ଖେଳି ଦୀପକ ୧୧.୭୪ ହାରରେ ୪ ୱିକେଟ୍ ନେଇଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରୋଭିଡେନ୍ସରେ ଖେଳାଯାଇଥିବା ଟି-୨୦ ମ୍ୟାଚର ସେ ତିନି ଓଭରରେ ମାତ୍ର ୪ ରନ୍ ଦେଇ ୩ ୱିକେଟ୍ ନେଇଥିଲେ। ନିଜର ବୋଲିଂ ଦ୍ୱାରା ସେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନଙ୍କୁ ମଧ୍ୟ ଅସୁବିଧାରେ ପକାଇପାରନ୍ତି।

ରାହୁଲ ଚହର୍: ଦୀପକ ଚହରଙ୍କ ସମ୍ପର୍କୀୟ ଭାଇ ରାହୁଲ ମଧ୍ୟ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ଖେଳି ନିଜର ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ହୁଏତ ନିଜର ପ୍ରଥମ ମ୍ୟାଚରେ ସେ ଗୋଟିଏ ୱିକେଟ୍ ନେଇଥିଲେ, କିନ୍ତୁ ଏହି ରିଷ୍ଟ ସ୍ପିନର୍ ଜଣକ ବ୍ୟାଟ୍ସମ୍ୟାନଙ୍କ ପାଇଁ ଚିନ୍ତାର କାରଣ ହୋଇପାରନ୍ତି। ସେଭଳି ଦେଖିବାକୁ ଗଲେ ସ୍ପିନରଙ୍କ ବିରୋଧରେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍ ଖୁବ୍ ଦୁର୍ବଳ। ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳି ଏହି ବୋଲର ଜଣକ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ନିଜର ସ୍ପିନ୍ ଦ୍ୱାରା ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଚକମା ଦେବା ପାଇଁ ସେ ବ୍ୟଗ୍ର ଥିବେ।

ଖଲୀଲ ଅହମ୍ମଦ: ଆଶିଷ ନେହରା, ଜାହିର୍ ଖାନ୍, ଆରପି ସିଂହ ଏବଂ ଇରଫାନ୍ ପଠାନଙ୍କ ପରେ ଚୟନକର୍ତ୍ତା ବାମହାତୀ ପେସ୍ ବୋଲର ସନ୍ଧାନ କରୁଛନ୍ତି। ରାଜସ୍ଥାନର ଯୁବ ପେସର ଖଲୀଲ ଅହମ୍ମଦ ଏହି ସ୍ଥାନର ଭରଣ କରିବା ପାଇଁ ଯୋଗ୍ୟ। ତେବେ ଖଲିଲଙ୍କ ପ୍ରଦର୍ଶନରେ ନିରନ୍ତରତାର ଅଭାବ ରହିଛି, କିନ୍ତୁ ଭାରତର ଅଣ୍ଡର-୧୯ ଟିମର ସଦସ୍ୟ ରହିଥିବା ଏହି ପେସ୍ ବୋଲର ଏବେ ନିଜ ପ୍ରଦର୍ଶନରେ ଧୀରେ ଧୀରେ ସୁଧାର ଆଣିବାରେ ଲାଗିଛନ୍ତି। ୨୧ ବର୍ଷୀୟ ଖଲିଲ୍ ଅନ୍ତର୍ଜାତୀୟ ଟି-୨୦ରେ ୧୧ ୱିକେଟ୍ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story