ବୁଧବାରଠାରୁ ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି। ସିରିଜର ପ୍ରଥମ ମ୍ୟାଚ୍ ବିଶାଖାପାଟଣାରେ ଖେଳାଯିବ। ଏଥିପାଇଁ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ମ୍ୟାଚ୍ ପାଇଁ ଭାରତ ପାଇଁ ଚୂଡ଼ାନ୍ତ ଏକାଦଶ ଘୋଷଣା କରିସାରିଛି, ଯେଉଁଥିରେ ଅନେକ ପରିବର୍ତ୍ତନ କରାଯାଇଛି। ସୀମିତ ଓଭର୍ କ୍ରିକେଟର ଅନ୍ୟତମ ମହାନ୍ ବ୍ୟାଟ୍ସମ୍ୟାନ୍ ଆଖ୍ୟା ପାଇସାରିଥିବା ରୋହିତ୍ ଶର୍ମା ଦକ୍ଷିଣ ଆଫ୍ରିକା […]

rohit

rohit

Ranjit Kumar Jena
  • Published: Tuesday, 01 October 2019
  • Updated: 01 October 2019, 04:54 PM IST

Sports

Latest News

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି। ସିରିଜର ପ୍ରଥମ ମ୍ୟାଚ୍ ବିଶାଖାପାଟଣାରେ ଖେଳାଯିବ। ଏଥିପାଇଁ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ମ୍ୟାଚ୍ ପାଇଁ ଭାରତ ପାଇଁ ଚୂଡ଼ାନ୍ତ ଏକାଦଶ ଘୋଷଣା କରିସାରିଛି, ଯେଉଁଥିରେ ଅନେକ ପରିବର୍ତ୍ତନ କରାଯାଇଛି। ସୀମିତ ଓଭର୍ କ୍ରିକେଟର ଅନ୍ୟତମ ମହାନ୍ ବ୍ୟାଟ୍ସମ୍ୟାନ୍ ଆଖ୍ୟା ପାଇସାରିଥିବା ରୋହିତ୍ ଶର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଇନିଂସ୍ ଓପନ୍ କରିବେ। ସେହିପରି ଯୁବ ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କ ସ୍ଥାନରେ ଋଦ୍ଧିମାନ ସାହାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରାଯାଇଛି। ସେହିପରି ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ଏହି ଟିମରେ ସ୍ଥାନ ପାଇଛନ୍ତି।

ମ୍ୟାଚରେ ସମସ୍ତଙ୍କ ନଜର ରୋହିତଙ୍କ ଉପରେ ରହିବ, ଯିଏ ପ୍ରଥମଥର ପାଇଁ ଟେଷ୍ଟ କ୍ରିକେଟରେ ଓପନ୍ କରିବେ। ଦକ୍ଷିଣ ଆଫ୍ରିକା ବିପକ୍ଷ ଅଭ୍ୟାସ ମ୍ୟାଚରେ ସେ ଖାତା ଖୋଲିପାରି ନଥିଲେ । ରୋହିତଙ୍କ ଦମଦାର ଫର୍ମକୁ ଦୃଷ୍ଟିରେ ରଖି ଯୁବରାଜ ସିଂହଙ୍କ ସମେତ ଅନେକ ପୂର୍ବତନ କ୍ରିକେଟର ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନଙ୍କୁ ସବୁ ଫର୍ମାଟରେ ଖେଳାଇବାକୁ କହିଛନ୍ତି। ଏପରିକି ଟେଷ୍ଟରେ ତାଙ୍କୁ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ଅଧିକ ସୁଯୋଗ ମଧ୍ୟ ମିଳିବା ଦରକାର ବୋଲି କହିଛନ୍ତି। ୱେଷ୍ଟଇଣ୍ଡିଜ୍ ଗସ୍ତରେ ତାଙ୍କୁ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ମଧ୍ୟକ୍ରମରେ ସୁଯୋଗ ମିଳିନଥିଲା, କିନ୍ତୁ ଖରାପ ଫର୍ମ କାରଣରୁ ଲୋକେଶ ରାହୁଲଙ୍କୁ ବାଦ୍ ଦିଆଯାଇଥିଲା। ଯାହା ପରେ ଓପନିଂ ପାଇଁ ରୋହିତଙ୍କ ନାଁ ସର୍ବପ୍ରଥମେ ଆସିଥିଲା। ସେ ମୟଙ୍କ ଅଗ୍ରୱାଲଙ୍କ ସହ ଓପନ୍ କରିବେ। ରୋହିତ୍ ଏପର୍ଯ୍ୟନ୍ତ ୨୭ ଟେଷ୍ଟରେ ୩୯.୬୨ ହାରରେ ୧୫୮୫ ରନ୍ କରିଛନ୍ତି ଏବଂ ସୀମିତ ଓଭର କ୍ରିକେଟରେ ତାଙ୍କ ନାଁରେ ୧୧ହଜାରରୁ ଅଧିକ ରନ୍ ରହିଛି।

କୋହଲି ମଧ୍ୟ ରୋହିତଙ୍କୁ ସମର୍ଥନ କରି କହିଥିଲେ, ଟେଷ୍ଟରେ ରୋହିତଙ୍କୁ ପର୍ଯ୍ୟାପ୍ତ ସୁଯୋଗ ମିଳିବ। ଯଦି ଓପନର ଭାବେ ସେ ସଫଳ ହୁଅନ୍ତି, ତାହେଲେ ଆମର ବ୍ୟାଟିଂକ୍ରମ ବେଶ୍ ଘାତକ ହେବ। ତାଙ୍କ ସ୍ତରର ଖେଳାଳିଙ୍କୁ ଅନ୍ତିମ ଏକାଦଶରେ ସ୍ଥାନ ନଦେବା, ନିଶ୍ଚିତ ଭାବେ କଷ୍ଟକର ହୋଇଥାଏ। କିନ୍ତୁ ଏବେ ଆମେ ତାଙ୍କୁ ଅଧିକ ସୁଯୋଗ ଦେବୁ ବୋଲି କୋହଲି କହିଛନ୍ତି।
ଗତବର୍ଷ ଡିସେମ୍ବରରେ ଆଡିଲେଡ୍ ଟେଷ୍ଟରେ ଆହତ ହେବା ପରେ ଅଶ୍ୱିନ୍ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିନାହାନ୍ତି। ତେବେ ବାକି ଟିମ୍ ପ୍ରାୟତଃ ସମାନ ରହିବ। ଭାରତ ଏହି ମ୍ୟାଚରେ ଦୁଇ ସ୍ପିନରଙ୍କୁ ନେଇ ଓହ୍ଲାଇବ। ଅଶ୍ୱିନଙ୍କ ସାଥ୍ ଦେବେ ରବୀନ୍ଦ୍ର ଜାଡେଜା। ଯଦି ୱିକେଟ୍ ଟର୍ଣ୍ଣ କରେ, ତାହେଲେ ହନୁମା ବିହାରୀ ତୃତୀୟ ସ୍ପିନର୍ ଭୂମିକା ବହନ କରିପାରନ୍ତି। ଯଶପ୍ରୀତ ବୁମ୍ରାଙ୍କୁ ବାଦ୍ ପଡ଼ିବା ଭାରତ ପାଇଁ ବଡ଼ ଝଟକା ଥିଲା, କିନ୍ତୁ ତାଙ୍କ ଅନୁପସ୍ଥିତିରେ ଈଶାନ୍ତ ଶର୍ମା ଏବଂ ମହମ୍ମଦ ଶାମିଙ୍କ ଯୋଡ଼ି ପେସ୍ ବିଭାଗ ସମ୍ଭାଳିବେ।

ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଟିମ୍ ଭାରତ ଗସ୍ତରେ କିଛି ନୂଆ ଖେଳାଳିଙ୍କ ସହ ଆସିଛି ଏବଂ ସେମାନଙ୍କ ବିପକ୍ଷରେ ଆୟୋଜକ ଟିମକୁ ବିଜୟର ପ୍ରବଳ ଦାବିଦାର କୁହାଯାଉଛି। କ୍ୟାପଟେନ୍ ଫାଫ୍ ଡ୍ୟୁପ୍ଲେସିସଙ୍କ ବର୍ତ୍ତମାନ ଟିମରେ ପାଞ୍ଚଜଣ ଖେଳାଳି ପୂର୍ବରୁ ଭାରତ ଗସ୍ତରେ ଆସିଥିଲେ। ସେହି ସିରିଜରେ ଦକ୍ଷିଣ ଆଫ୍ରିକା ଭାରତ ନିକଟରୁ ୦-୩ରେ ପରାସ୍ତ ହୋଇଥିଲା। ଦକ୍ଷିଣ ଆଫ୍ରିକାକୁ ଏହି ସିରିଜ୍ ପାଇଁ ଫେଭରିଟ୍ କୁହାଯାଇନପାରେ, କାରଣ ଭାରତର ସ୍ପିନିଂ ଟ୍ରାକରେ ଖେଳିବା ସେମାନଙ୍କ ପକ୍ଷେ ସର୍ବଦା କଷ୍ଟକର ହୋଇଥାଏ।

ଆଇଡେନ୍ ମର୍କରାମ ଓ ତେମ୍ବା ବାଭୁମା ଅଭ୍ୟାସ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ, ଯାହା ଦ୍ୱାରା ସେମାନଙ୍କର ମନୋବଳ ନିଶ୍ଚୟ ବୃଦ୍ଧି ପାଇଥିବ। କାଗିସୋ ରବାଡା, ଭର୍ନନ୍ ଫିଲାଣ୍ଡର ଏବଂ ଲୁଙ୍ଗି ଏନଗିଡିଙ୍କୁ ଗଠିତ ପେସ୍ ଆକ୍ରମଣ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ସମସ୍ୟାରେ ପକାଇ ପାରନ୍ତି, କାରଣ ଏଠାରେ ଆଗାମୀ ପାଞ୍ଚଦିନ ପର୍ଯ୍ୟନ୍ତ ଆକାଶରେ ବାଦଲ ରହିବାର ଏବଂ ବର୍ଷା ହେବାର ଆଶଙ୍କା ରହିଛି। ଭାରତ ଘରୋଇ ମାଟିରେ ରେକର୍ଡ ଲଗାତାର ୧୧ତମ ଟେଷ୍ଟ ସିରିଜ୍ ଜିତିବା ଲକ୍ଷ୍ୟରେ ଓହ୍ଲାଇବ ଏବଂ ସେମାନଙ୍କୁ ଦକ୍ଷିଣ ଆଫ୍ରିକା ପେସ୍ ଆକ୍ରମଣଠାରୁ ସତର୍କ ରହିବାକୁ ପଡ଼ିବ।

ଦକ୍ଷିଣ ଆଫ୍ରିକା: ଫାଫ୍ ଡ୍ୟୁପ୍ଲେସିସ୍ (କ୍ୟାପଟେନ୍), ତେମ୍ବା ବାଭୁମା, ଥ୍ୟୁନିସ୍ ଡି ବ୍ରୁନ୍, କ୍ୱିଣ୍ଟନ୍ ଡି'କକ୍, ଡିନ୍ ଏଲଗାର, ଜୁବୈର୍ ହମଜା, କେଶବ ମହାରାଜ, ଆଇଡେନ୍ ମର୍କରାମ୍, ସେନୁରାନ ମୁଥୁସାମୀ, ଲୁଙ୍ଗି ଏନଗିଡି, ଏନରିଚ୍ ନୋର୍ଟଜେ, ଭର୍ନନ୍ ଫିଲାଣ୍ଡର୍, ଡେନ୍ ପିଟ୍, କାଗିସୋ ରବାଡା, ରୁଡି ସେକେଣ୍ଡ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story