ଭାଇଜାଗ: ଦକ୍ଷିଣ ଆଫ୍ରିକାର ଓପନିଂ ବ୍ୟାଟ୍ସମ୍ୟାନ୍ ଡିନ୍ ଏଲଗାର ଭାରତ ବିପକ୍ଷ ପ୍ରଥମ ଟେଷ୍ଟରେ ଆକର୍ଷଣୀୟ ଶତକ ମାରି ରେକର୍ଡ କରିଛନ୍ତି। ଏଲଗାର୍ ଦକ୍ଷିଣ ଆଫ୍ରିକାର ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ୯ ବର୍ଷ ପରେ ଭାରତରେ ଶତକ ମାରିବାର ଗୌରବ ଅର୍ଜନ କରିଛନ୍ତି।
ଦକ୍ଷିଣ ଆଫ୍ରିକା ଇନିଂସର ୬୦ତମ ଓଭରରେ ଏଲଗାର୍ ନିଜର ଦ୍ୱାଦଶ ଶତକ ପୂରଣ କରିଥିଲେ। ତାଙ୍କ ପୂର୍ବରୁ ୨୦୧୦ରେ ହାଶିମ୍ ଆମଲା ଭାରତ ଗସ୍ତରେ ଶେଷଥର ପାଇଁ ଶତକ ମାରିଥିଲେ। ତେବେ ୨୦୧୨ରେ ଅଷ୍ଟ୍ରେଲିଆ ବିପକ୍ଷରେ ଡେବ୍ୟୁ କରିଥିବା ଏଲଗାର ନିଜର ପ୍ରଥମ ଦୁଇଟି ଇନିଂସରେ ଖାତା ଖୋଲିପାରିନଥିଲେ। କିନ୍ତୁ ଏହା ପରେ ସେ ନିୟମିତ ରନ୍ ସଂଗ୍ରହ କରି ଦକ୍ଷିଣ ଆଫ୍ରିକା ଟିମରେ ନିଜ ସ୍ଥାନ ପକ୍କା କରିଥିଲେ।
ଆଜି ତାଙ୍କର ଏହି ଶତକ ବଳରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ଭାରତକୁ ଦୃଢ଼ ଜବାବ ଦେଇଛି। କିନ୍ତୁ ସେ ଶତକକୁ ଦ୍ୱିଶତକରେ ପରିଣତ କରିପାରିନାହାନ୍ତି। ସେ ୧୬୨ (୨୮୭ ବଲ୍, ୧୮ ଚୌକା, ୪ ଛକା) ରନ୍ କରି ରବୀନ୍ଦ୍ର ଜାଡେଜାଙ୍କ ବଲରେ ଆଉଟ୍ ହୋଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମିଲିଟାରୀ କଲୋନୀରୁ ମିଳିଥିଲା ନାବାଳିକାଙ୍କ ମୃତଦେହ, ବନ୍ଧା ହେଲେ ପଡ଼ୋଶୀ ଯୁବକ
ଏହି ମାମଲାର ଖୋଳତାଡ଼ କରି ପୁଲିସ୍ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଜଣକ ମୃତା ନାବାଳିକାଙ୍କ ପଡ଼ୋଶୀ ବୋଲି ଜଣାଯାଇଛି।
National
ପୂର୍ବତନ ଗୃହ ସଚିବ ଅଜୟ ଭଲ୍ଲା ମଣିପୁର ରାଜ୍ୟପାଳ
କେରଳ ଓ ବିହାର ରାଜ୍ୟପାଳଙ୍କୁ ଅଦଳବଦଳ କରାଯାଇଛି। କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ବିହାରକୁ ବଦଳି କରାଯାଇଥିବା ବେଳେ ବିହାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ କେରଳର ରାଜ୍ୟପାଳ କରାଯାଇଛି।
National
ମିଲିଟାରୀ ଅଞ୍ଚଳରୁ ମିଳିଲା ନିଖୋଜ ନାବାଳିକାଙ୍କ ମୃତଦେହ, ପରିବାର ଲୋକ ଆଣିଲେ ଦୁଷ୍କର୍ମ ଅଭିଯୋଗ
ଗତକାଲି ସନ୍ଧ୍ୟାରୁ ନାବାଳିକା ଜଣଙ୍କ ନିଖୋଜ ରହିଥିଲେ। ବାପା ମା’ ରାତି ତମାମ ନିଖୋଜ ଝିଅକୁ ଖୋଜିଥିଲେ ହେଁ କୌଣସି ପ୍ରକାରର ସୁଫଳ ପାଇ ନଥିଲେ।
National
୩୫୦ ଫୁଟ ତଳକୁ ଖସିଲା ସେନା ଗାଡ଼ି, ୫ ଯବାନ ମୃତ
ବର୍ତ୍ତମାନ ସୁଦ୍ଧା ୫ ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆହତ ଯବାନମାନଙ୍କୁ ଉଦ୍ଧାର କରାଯାଇ ଏବେ ହସ୍ପିଟାଲରେ ଭର୍ତ୍ତି କରାଯାଉଛି।
Politics
ଅନାସ୍ଥା ପ୍ରସ୍ତାବକୁ ନେଇ ମୁହଁ ଖୋଲିଲେ ରାଜ୍ୟସଭା ଅଧ୍ୟକ୍ଷ: କହିଲେ- ବାଇପାସ ସର୍ଜରୀ ପାଇଁ ପରିବାର କଟା ଛୁରୀ
ଆଜି ପ୍ରଥମଥର ପାଇଁ ଉପ ରାଷ୍ଟ୍ରପତି ତଥା ରାଜ୍ୟସଭାର ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଏହି ଅନାସ୍ଥା ପ୍ରସ୍ତାବ ଉପରେ ମୁହଁ ଖୋଲିଛନ୍ତି।