ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ ବାତିଲ

ଧର୍ମଶାଳା: ଧର୍ମଶାଳାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁଥିବା ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁ ଧୋଇ ହୋଇଯାଇଛି। ମ୍ୟାଚ୍ ବାତିଲ୍ ହେବା ଦ୍ୱାରା ଉଭୟ ଦଳର ଖେଳାଳି ଏବଂ ଦର୍ଶକ ନିରାଶ ହୋଇଛନ୍ତି। ଗୁରୁବାର ସକାଳୁ ଲଗାତର ବର୍ଷା ଜାରି ରହିଥିଲା, ଯେଉଁ କାରଣରୁ ଗ୍ରାଉଣ୍ଡ ଷ୍ଟାଫ୍ ମଇଦାନକୁ ସମ୍ପୂର୍ଣ୍ଣ କଭର୍ କରି ରଖିଥିଲେ। ବର୍ଷା ଯୋଗୁ ମଧ୍ୟ ଟସ୍ ପଡ଼ିବାରେ ବିଳମ୍ବ ହୋଇଥିଲା। ସନ୍ଧ୍ୟା ସାଢ଼େ ୬ଟା ସୁଦ୍ଧା […]

odi

Ranjit Kumar Jena
  • Published: Thursday, 12 March 2020
  • , Updated: 12 March 2020, 05:40 PM IST

ଧର୍ମଶାଳା: ଧର୍ମଶାଳାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁଥିବା ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁ ଧୋଇ ହୋଇଯାଇଛି। ମ୍ୟାଚ୍ ବାତିଲ୍ ହେବା ଦ୍ୱାରା ଉଭୟ ଦଳର ଖେଳାଳି ଏବଂ ଦର୍ଶକ ନିରାଶ ହୋଇଛନ୍ତି। ଗୁରୁବାର ସକାଳୁ ଲଗାତର ବର୍ଷା ଜାରି ରହିଥିଲା, ଯେଉଁ କାରଣରୁ ଗ୍ରାଉଣ୍ଡ ଷ୍ଟାଫ୍ ମଇଦାନକୁ ସମ୍ପୂର୍ଣ୍ଣ କଭର୍ କରି ରଖିଥିଲେ। ବର୍ଷା ଯୋଗୁ ମଧ୍ୟ ଟସ୍ ପଡ଼ିବାରେ ବିଳମ୍ବ ହୋଇଥିଲା।

ସନ୍ଧ୍ୟା ସାଢ଼େ ୬ଟା ସୁଦ୍ଧା ଯଦି ଗ୍ରାଉଣ୍ଡ ଖେଳିବା ଉପଯୋଗୀ ହୋଇଥାନ୍ତା, ତାହେଲେ ଦର୍ଶକ ଅତିକମରେ ୨୦ ଓଭର ଲେଖାଏ ମ୍ୟାଚ୍ ଦେଖିପାରିଥାନ୍ତେ। କିନ୍ତୁ ୫ଟା ସୁଦ୍ଧା ଆକାଶରେ କଳା ବାଦଲ ଘେରି ହୋଇ ରହିଥିଲା ଏବଂ ନିୟମିତ ବ୍ୟବଧାନରେ ବର୍ଷା ଲାଗି ରହିଥିଲା।

ଏହି କାରଣରୁ ମଇଦାନରୁ କଭର୍ ହଟାଯାଇ ପାରିନଥିଲା। ତେବେ ଅମ୍ପାୟାର ସ୍ଥିତିର ଆକଳନ କରିବା ପରେ ମ୍ୟାଚକୁ ବାତିଲ ଘୋଷଣା କରିଥିଲେ। ଏବେ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ମାର୍ଚ୍ଚ ୧୫ ତାରିଖରେ ଲକ୍ଷ୍ନୌରେ ଖେଳାଯିବ।

Related story