ମୟଙ୍କ ଅଗ୍ରୱାଲଙ୍କ ରେକର୍ଡ ଦ୍ୱିଶତକ

ବିଶାଖାପାଟଣା: ଭାରତୀୟ ଓପନିଂ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରୱାଲ୍ ଟେଷ୍ଟ କ୍ରିକେଟରେ ନିଜର ପ୍ରଥମ ଦ୍ୱିଶତକ ହାସଲ କରିଛନ୍ତି। ଭାଇଜାଗରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିବସରେ ମୟଙ୍କ ଏହି କୀର୍ତ୍ତିମାନ କରିଛନ୍ତି। ୱେଷ୍ଟଇଣ୍ଡିଜ୍ ଗସ୍ତରେ ଆକର୍ଷଣୀୟ ଅର୍ଦ୍ଧଶତକ ମାରିବା ପରେ ମୟଙ୍କ ଏଠାରେ ରୋହିତ୍ ଶର୍ମାଙ୍କ ସହ ଇନିଂସ୍ ଓପନ୍ କରିବାକୁ ଓହ୍ଲାଇଥିଲେ। ଦୁହେଁ ମଧ୍ୟ ପ୍ରଥମ ୱିକେଟ୍ ପାଇଁ ତ୍ରିଶତକୀୟ ଭାଗୀଦାରୀ କରି ରେକର୍ଡ ସ୍ଥାପନ କରିଛନ୍ତି। ରୋହିତ୍ ୧୭୬ ରନ୍ […]

mayanka

mayanka

Ranjit Kumar Jena
  • Published: Thursday, 03 October 2019
  • Updated: 03 October 2019, 04:03 PM IST

Sports

Latest News

ବିଶାଖାପାଟଣା: ଭାରତୀୟ ଓପନିଂ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରୱାଲ୍ ଟେଷ୍ଟ କ୍ରିକେଟରେ ନିଜର ପ୍ରଥମ ଦ୍ୱିଶତକ ହାସଲ କରିଛନ୍ତି। ଭାଇଜାଗରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିବସରେ ମୟଙ୍କ ଏହି କୀର୍ତ୍ତିମାନ କରିଛନ୍ତି। ୱେଷ୍ଟଇଣ୍ଡିଜ୍ ଗସ୍ତରେ ଆକର୍ଷଣୀୟ ଅର୍ଦ୍ଧଶତକ ମାରିବା ପରେ ମୟଙ୍କ ଏଠାରେ ରୋହିତ୍ ଶର୍ମାଙ୍କ ସହ ଇନିଂସ୍ ଓପନ୍ କରିବାକୁ ଓହ୍ଲାଇଥିଲେ। ଦୁହେଁ ମଧ୍ୟ ପ୍ରଥମ ୱିକେଟ୍ ପାଇଁ ତ୍ରିଶତକୀୟ ଭାଗୀଦାରୀ କରି ରେକର୍ଡ ସ୍ଥାପନ କରିଛନ୍ତି।

ରୋହିତ୍ ୧୭୬ ରନ୍ କରି ଆଉଟ୍ ହେବା ପରେ ମୟଙ୍କ ଦୃଢ଼ତାର ସହ ବ୍ୟାଟିଂ କରିଥିଲେ ଏବଂ ୨୩ତମ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଟେଷ୍ଟ କ୍ରିକେଟରେ ଦ୍ୱିଶତକ ମାରିଛନ୍ତି। ତେବେ ଦ୍ୱିଶତକ ମାରିବା ପରେ ସେ ବେଶୀ ସମୟ କ୍ରିଜରେ ରହିପାରିନଥିଲେ। ସେ ୩୭୧ ବଲରେ ୨୩ ଚୌକା ଓ ୬ ଛକା ସହ ୨୧୫ ରନ୍ କରି ଡିନ୍ ଏଲଗାରଙ୍କ ଶିକାର ହୋଇଥିଲେ।

ମେଲବର୍ଣ୍ଣରେ ଅଷ୍ଟ୍ରେଲିଆ ବିପକ୍ଷରେ ମୟଙ୍କ ନିଜର ଡେବ୍ୟୁ ଟେଷ୍ଟରେ ଯଥାକ୍ରମେ ୭୬ ଓ ୪୨ ରନର ଇନିଂସ୍ ଖେଳିଥିଲେ। ଏହା ପରେ ସିଡନୀରେ ସେ ୭୭ ରନର ଆଉ ଏକ ଦମଦାର ଇନିଂସ୍ ଖେଳିଥିଲେ। କିନ୍ତୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସେ ଯଥାକ୍ରମେ ୫, ୧୬, ୫୫ ଓ ୪ ରନର ଇନିଂସ୍ ଖେଳିଥିଲେ। ହେଲେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ସେ ନୂଆ ଆଶା ନେଇ ଓହ୍ଲାଇଥିଲେ ଏବଂ ସଫଳ ମଧ୍ୟ ହୋଇଛନ୍ତି।

ମୟଙ୍କ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ମାତ୍ର ୮ଟି ଇନିଂସରେ ହିଁ ଦ୍ୱିଶତକ ମାରି କୀର୍ତ୍ତିମାନ କରିଛନ୍ତି। ବର୍ତ୍ତମାନ ଭାରତୀୟ ସ୍କ୍ୱାଡରେ ଥିବା ଚେତେଶ୍ୱର ପୂଜାରା ଓ ବିରାଟ୍ କୋହଲିଙ୍କ ପରେ ମୟଙ୍କ ତୃତୀୟ ଭାରତୀୟ ଭାବେ ଦ୍ୱିଶତକ ମାରିଛନ୍ତି। କୋହଲି ୨୦୧୭ରେ ଶ୍ରୀଲଙ୍କା ବିପକ୍ଷରେ ନିଜର ପ୍ରଥମ ଦ୍ୱିଶତକ ହାସଲ କରିଥିଲେ। ପୂଜାରାଙ୍କ ସହ ଓପନ୍ କରିବାକୁ ଆସିଥିବା ରୋହିତ୍ ଶର୍ମା ୨୪ ରନ୍ ପାଇଁ ଦ୍ୱିଶତକରୁ ବଞ୍ଚିତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story