ଟେଷ୍ଟ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଫେଭରିଟ୍

ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଶୁଭାରମ୍ଭ ଅକ୍ଟୋବର ୨ ତାରିଖରୁ ଆରମ୍ଭ ହେବ। ଟି-୨୦ ସିରିଜ୍ ବରାବର ରହିବା ପରେ ଏବେ ଉଭୟ ଦଳର ନଜର ନାଲି ବଲର ଫର୍ମାଟ୍ ଉପରେ। ବୁଧବାରଠାରୁ ବିଶାଖାପାଟଣାରେ ବିଶ୍ୱର ଅନ୍ୟତମ ଦୁଇ ଶକ୍ତିଶାଳୀ ଟିମ୍ ସାମ୍ନାସାମ୍ନି ହେବେ। ସିରିଜ୍ ଆରମ୍ଭ ହେବା ପୂର୍ବରୁ ଭାରତକୁ ଫେଭରିଟ୍ ବୋଲି କୁହାଯାଉଛି। ତେବେ ଏହା କହିବାର ଯଥାର୍ଥ ମଧ୍ୟ ଅଛି। ଟିମ୍ ଇଣ୍ଡିଆ ପାଖରେ […]

india

india

Ranjit Kumar Jena
  • Published: Sunday, 29 September 2019
  • Updated: 29 September 2019, 05:34 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଶୁଭାରମ୍ଭ ଅକ୍ଟୋବର ୨ ତାରିଖରୁ ଆରମ୍ଭ ହେବ। ଟି-୨୦ ସିରିଜ୍ ବରାବର ରହିବା ପରେ ଏବେ ଉଭୟ ଦଳର ନଜର ନାଲି ବଲର ଫର୍ମାଟ୍ ଉପରେ। ବୁଧବାରଠାରୁ ବିଶାଖାପାଟଣାରେ ବିଶ୍ୱର ଅନ୍ୟତମ ଦୁଇ ଶକ୍ତିଶାଳୀ ଟିମ୍ ସାମ୍ନାସାମ୍ନି ହେବେ। ସିରିଜ୍ ଆରମ୍ଭ ହେବା ପୂର୍ବରୁ ଭାରତକୁ ଫେଭରିଟ୍ ବୋଲି କୁହାଯାଉଛି। ତେବେ ଏହା କହିବାର ଯଥାର୍ଥ ମଧ୍ୟ ଅଛି। ଟିମ୍ ଇଣ୍ଡିଆ ପାଖରେ ମଜଭୁତ୍ ବ୍ୟାଟିଂ ଲାଇନ୍ ଏବଂ ଘରୋଇ ପରିବେଶ ରହିଛି। ଯଶପ୍ରୀତ ବୁମ୍ରା ଏହି ସିରିଜରେ ଖେଳିବେ ନାହିଁ, କିନ୍ତୁ ଏହା ସତ୍ତ୍ୱେ ଘରୋଇ ଟିମର ବୋଲିଂ ଆକ୍ରମଣ ଦକ୍ଷିଣ ଆଫ୍ରିକା ବ୍ୟାଟିଂକ୍ରମର ୨୦ ୱିକେଟ୍ ନେବା ପାଇଁ ସକ୍ଷମ। ଏହାସହ ଦକ୍ଷିଣ ଆଫ୍ରିକା ଟିମରେ ଅଭିଜ୍ଞତାର ଅଭାବ ମଧ୍ୟ ଅନ୍ୟତମ କାରଣ।

ଭାରତର ଆତ୍ମବିଶ୍ୱାସ ମଜଭୁତ୍: ଟେଷ୍ଟ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଟିମ୍ ଇଣ୍ଡିଆ ପାଖରେ କିଛି ସକାରାତ୍ମକ ଜିନିଷ ଅଛି। ଭାରତର ମିଡିଲ୍ ଅର୍ଡର ଫର୍ମରେ ଅଛି। ଯୁବ ବ୍ୟାଟ୍ସମ୍ୟାନ୍ ହନୁମା ବିହାରୀ ୱେଷ୍ଟଇଣ୍ଡିଜ୍ ଗସ୍ତରେ ପ୍ରଶଂସନୀୟ ପ୍ରଦର୍ଶନ କରି ସାବିନା ପାର୍କରେ ଶତକ ମାରିଥିଲେ। ବିହାରୀଙ୍କ ଫର୍ମ ଟିମ୍ ମ୍ୟାନେଜମେଣ୍ଟର ଚିନ୍ତା ଦୂର କରିଛି। ଏହାବ୍ୟତୀତ ଅଭିଜ୍ଞ ଆଜିଙ୍କ୍ୟ ରାହାଣେଙ୍କ ମଧ୍ୟ ଟେଷ୍ଟ କ୍ରିକେଟରେ ଦୁଇବର୍ଷ ପରେ ଶତକ ମାରି ଲୟକୁ ଫେରିଛନ୍ତି।

ବୁମ୍ରାଙ୍କ ଆହତ ଚିନ୍ତା ଏବଂ ଓପନିଂ ସମସ୍ୟା: ପେସ୍ ବୋଲର ବୁମ୍ରାଙ୍କ ଆହତ ଟିମ୍ ଇଣ୍ଡିଆ ପାଇଁ ନିଶ୍ଚୟ ଚିନ୍ତାର ବିଷୟ। ତାଙ୍କ ସ୍ଥାନରେ ଉମେଶ ଯାଦବଙ୍କୁ ଟିମରେ ସାମିଲ୍ କରାଯାଇଛି। ତେବେ ମହମ୍ମଦ ଶାମି ଏବଂ ଈଶାନ୍ତ ଶର୍ମାଙ୍କ ଦକ୍ଷିଣ ଆଫ୍ରିକାରେ ଭଲ ପ୍ରଦର୍ଶନ କରିଥିଲେ। ସ୍ପିନରଙ୍କ ମଧ୍ୟରେ ରବିଚନ୍ଦ୍ରନ୍ ଅଶ୍ୱିନ୍ ଏବଂ ରବୀନ୍ଦ୍ର ଜାଡେଜା ଭାରତୀୟ ୱିକେଟରେ ସଫଳ ହେବେ। ଲୋକେଶ ରାହୁଲଙ୍କ ସ୍ଥାନରେ ରୋହିତ୍ ଶର୍ମାଙ୍କୁ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ସାମିଲ୍ କରାଯାଇଛି। ତେବେ ସେ ବୋର୍ଡ ସଭାପତି ଏକାଦଶ ପକ୍ଷରୁ ସେ ଓପନର ଭାବେ ଖେଳି ଖାତା ଖୋଲିପାରି ନଥିଲେ। ଅନ୍ୟପକ୍ଷରେ ରାହୁଲ ବିଜୟ ହଜାରେ ଟ୍ରଫିରେ କର୍ଣ୍ଣାଟକ ପକ୍ଷରୁ ଶତକ ମାରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏଭଳି ସ୍ଥିତିରେ ପ୍ରଥମ ଟେଷ୍ଟରେ ରୋହିତଙ୍କ ଉପରେ ଚାପ ରହିବା ସ୍ୱାଭାବିକ।

ଦକ୍ଷିଣ ଆଫ୍ରିକା ପାଇଁ ଚିନ୍ତା: ଦକ୍ଷିଣ ଆଫ୍ରିକା ଟିମ୍ ପାଖରେ ହାଶିମ୍ ଆମଲା ଓ ଏବି ଡି'ଭିଲିୟର୍ସଙ୍କ ଭଳି ବଡ଼ ନାଁ ନାହାନ୍ତି। ଏଭଳି ସ୍ଥିତିରେ ଯୁବ ଟିମରେ ହେନରିଚ୍ କ୍ଲାସେନ୍, ଜୁବୈର୍ ହମଜାଙ୍କୁ ନିଜ ପ୍ରଦର୍ଶନ ଦ୍ୱାରା କ୍ୟାପଟେନ୍ ଫାଫ୍ ଡ୍ୟୁପ୍ଲେସିସଙ୍କୁ ସହଯୋଗ କରିବାକୁ ପଡ଼ିବ। ତେବେ ଟିମର ପେସ୍ ବୋଲିଂ ବେଶ ମଜଭୁତ୍ ଲାଗୁଛି। ଟିମରେ କାଗିସୋ ରବାଡା, ଲୁଙ୍ଗି ଏନଗିଡି, ଭର୍ନନ୍ ଫିଲାଣ୍ଡର ଏବଂ ଆନରିଚ୍ ନର୍ଟଗେଙ୍କ ଭଳି ପେସର ଉପସ୍ଥିତ ଅଛନ୍ତି।

ପିଚ୍ ରିପୋର୍ଟ: ବିଶାଖାପାଟଣାର ମଇଦାନର ପିଚ୍ ବ୍ୟାଟ୍ସମ୍ୟାନଙ୍କୁ ସୁହାଇବ। ଏହାସହ ଏଠାକାର ପିଚ୍ ପେସ୍ ବୋଲରଙ୍କ ମଧ୍ୟ ବେଶ୍ ସହାୟକ ହୋଇଥାଏ। ତେବେ ଖେଳ ଆଗକୁ ବଢ଼ିବା ସହ ପିଚ୍ ସ୍ପିନରଙ୍କୁ ସୁହାଇବ। ଯଦି ପିଚ୍ ସ୍ପିନରଙ୍କୁ ସୁହାଇଲା, ତାହେଲେ ଭ୍ରମଣକାରୀ ଦଳ ପାଇଁ ଏହା କ୍ଷତିକାରକ ହୋଇପାରେ।

ପାଣିପାଗ: ବୁଧବାର ହେବାକୁଥିବା ପ୍ରଥମ ଟେଷ୍ଟର ଦୁଇଦିନ ପୂର୍ବରୁ ବିଶାଖାପାଟଣାରେ ପାଗ ସଫା ରହିଛି। ତେବେ ମ୍ୟାଚ୍ ଦିନ ଆକାଶରେ କଳା ବାଦଲ ରହିପାରେ, କିନ୍ତୁ ବର୍ଷାର କୌଣସି ପୂର୍ବାନୁମାନ ନାହିଁ। ମ୍ୟାଚର ତୃତୀୟ ଦିନ ଅର୍ଥାତ୍ ଶୁକ୍ରବାର ଘଡ଼ଘଡ଼ି ସହ ବର୍ଷାର ଆଶଙ୍କା ରହିଛି। ସେହିପରି ଚତୁର୍ଥ ଦିବସରେ ହାଲୁକା ବର୍ଷା ହୋଇପାରେ। ହେଲେ ପଞ୍ଚମ ଦିବସରେ ବିଶାଖାପାଟଣାରେ ପାଗ ମୁଖ୍ୟତ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ରେକର୍ଡ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୋଟ ୩୬ ଟେଷ୍ଟ ଖେଳାଯାଇଛି। ଏଥିରୁ ଦକ୍ଷିଣ ଆଫ୍ରିକା ୧୫ ଏବଂ ଭାରତ ୧୧ ଟେଷ୍ଟ ମ୍ୟାଚ୍ ଜିତିଥିବା ବେଳେ ୧୦ ମ୍ୟାଚ୍ ଡ୍ର' ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos