ଦିନକ ପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍: ନଜରରେ ଏହି ପାଞ୍ଚ ଭାରତୀୟ

ନୂଆଦିଲ୍ଲୀ: ବୁଧବାରଠାରୁ ବିଶାଖାପାଟଣାରେ ଆରମ୍ଭ ହେବାକୁଥିବା ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ପ୍ରସ୍ତୁତ। ଏହି ସିରିଜ୍ ପାଇଁ ଭାରତକୁ ଫେଭରିଟ୍ କୁହାଯାଉଛି, କିନ୍ତୁ ଦକ୍ଷିଣ ଆଫ୍ରିକା ଭଳି ଟିମକୁ ଭାରତ ହାଲୁକାରେ ନେବାକୁ ଚାହିଁବ ନାହିଁ। ଏଥର ଭାରତୀୟ ଟିମରେ କିଛି ଖେଳାଳି ନିଜ ସ୍ଥାନ ପକ୍କା କରିବା ପାଇଁ ନିଜର ଶତପ୍ରତିଶତରୁ ଅଧିକ ଯୋଗଦାନ ଦେବାକୁ ବ୍ୟଗ୍ର ଥିବେ। ଗୋଟିଏ ବିଫଳତା ଖେଳାଳିମାନଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ଭାରତର ମିଡିଲ୍ […]

india-player

india-player

Ranjit Kumar Jena
  • Published: Monday, 30 September 2019
  • Updated: 30 September 2019, 06:17 PM IST

Sports

Latest News

ନୂଆଦିଲ୍ଲୀ: ବୁଧବାରଠାରୁ ବିଶାଖାପାଟଣାରେ ଆରମ୍ଭ ହେବାକୁଥିବା ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ପ୍ରସ୍ତୁତ। ଏହି ସିରିଜ୍ ପାଇଁ ଭାରତକୁ ଫେଭରିଟ୍ କୁହାଯାଉଛି, କିନ୍ତୁ ଦକ୍ଷିଣ ଆଫ୍ରିକା ଭଳି ଟିମକୁ ଭାରତ ହାଲୁକାରେ ନେବାକୁ ଚାହିଁବ ନାହିଁ। ଏଥର ଭାରତୀୟ ଟିମରେ କିଛି ଖେଳାଳି ନିଜ ସ୍ଥାନ ପକ୍କା କରିବା ପାଇଁ ନିଜର ଶତପ୍ରତିଶତରୁ ଅଧିକ ଯୋଗଦାନ ଦେବାକୁ ବ୍ୟଗ୍ର ଥିବେ। ଗୋଟିଏ ବିଫଳତା ଖେଳାଳିମାନଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ଭାରତର ମିଡିଲ୍ ଅର୍ଡରରେ ସେଭଳି ପରିବର୍ତ୍ତନ କରାଯାଇନଥିବା ବେଳେ ଓପନିଂରେ ପରିବର୍ତ୍ତନ କରାଯାଇଛି। ତେଣୁ ଟିମ୍ ଇଣ୍ଡିଆରେ ନିଜ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ଏହି ପାଞ୍ଚ ଖେଳାଳି ଭ୍ରମଣକାରୀ ଟିମ୍ ଉପରେ ଆଧିପତ୍ୟ ବିସ୍ତାର କରିବାକୁ ଚାହିଁବେ।

ରୋହିତ୍ ଶର୍ମା: ସୀମିତ ଓଭରୀ କ୍ରିକେଟରେ ଦମତାର ଫର୍ମରେ ଥିବା ଏହି ବ୍ୟାଟ୍ସମ୍ୟାନ୍ ଏବେ ଟେଷ୍ଟ ଟିମରେ ନିଜ ସ୍ଥାନ ପକ୍କା କରିବାକୁ ଚାହିଁବେ। ଟେଷ୍ଟ କ୍ରିକେଟରେ ରୋହିତ୍ ଏପର୍ଯ୍ୟନ୍ତ ମଧ୍ୟକ୍ରମରେ ବ୍ୟାଟିଂ କରିଆସୁଥିଲେ । କିନ୍ତୁ ହନୁମା ବିହାରୀ ଏବଂ ଆଜିଙ୍କ୍ୟ ରାହାଣେ ୱେଷ୍ଟଇଣ୍ଡିଜ୍ ଗସ୍ତରେ ପ୍ରଚୁର ରନ୍ କରି ମିଡିଲ୍ ଅର୍ଡରରେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନଙ୍କ ପାଇଁ ସ୍ଥାନ ଛାଡ଼ି ନାହାନ୍ତି। ଏଭଳି ସ୍ଥିତିରେ ଟିମ୍ ମ୍ୟାନେଜମେଣ୍ଟ ରୋହିତଙ୍କୁ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ପରୀକ୍ଷଣ କରିବେ। ରୋହିତ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ରନ୍ କରି ନିଜ ସ୍ଥାନ ପକ୍କା କରିବାକୁ ଚାହିଁବେ । ଏହି ସ୍ଥାନରେ ରୋହିତଙ୍କୁ ମଧ୍ୟ ଅଧିକ ସୁଯୋଗ ମିଳିବ ନାହିଁ, କାରଣ ଶିଖର ଧୱନ୍, ଲୋକେଶ ରାହୁଲ, ପୃଥ୍ୱୀ ଶ', ମୁରଲୀ ବିଜୟଙ୍କ ଭଳି ଖେଳାଳି ବିଭିନ୍ନ କାରଣରୁ ଏହି ପୋଜିସନରେ ନିଜ ନିଜ ସ୍ଥାନ ହରାଇଛନ୍ତି। ଏହି ସବୁ ଖେଳାଳି ପ୍ରତ୍ୟାବର୍ତ୍ତନ କରିବାକୁ ଉତ୍ସୁକ ଅଛନ୍ତି। ଏମିତି ସ୍ଥିତିରେ ରୋହିତ୍ ଏହି ସିରିଜକୁ ଫାଇନାଲ୍ ଭାବି ଖେଳିବେ।

ଆଜିଙ୍କ୍ୟ ରାହାଣେ: ପ୍ରାୟ ଦୁଇବର୍ଷ ପରେ ୱେଷ୍ଟଇଣ୍ଡିଜରେ ଟେଷ୍ଟ ଶତକ ମାରିଥିବା ରାହାଣେ ନିଜର ଦମଦାର ଫର୍ମ ବଜାୟ ରଖିବାକୁ ଚାହିଁବେ। ରାହାଣେଙ୍କ ଉପରେ ଆଉ ଏକ ଚାପ ରହିଛି ଯେ, ସେ ସ୍ୱଦେଶ ଅପେକ୍ଷା ବିଦେଶରେ ବେଶ୍ ସଫଳ ହୋଇଛନ୍ତି। ରାହାଣେ ଟେଷ୍ଟ କ୍ରିକେଟରେ ଏପର୍ଯ୍ୟନ୍ତ ୧୦ ଶତକ ମାରିଛନ୍ତି। କିନ୍ତୁ ଏଥିରୁ ସେ ମାତ୍ର ତିନୋଟି ଶତକ ଭାରତରେ ହାସଲ କରିଛନ୍ତି। ଟେଷ୍ଟରେ ତାଙ୍କର ବ୍ୟାଟିଂ ଆଭରେଜ୍ ୪୨.୨୩ ରହିଛି। କିନ୍ତୁ ଭାରତରେ ତାଙ୍କର ଆଭରେଜ୍ ୩୪.୫୪ ରହିଛି, ଅନ୍ୟପକ୍ଷରେ ଏହି ତୁଳନାରେ ବିଦେଶରେ ତାଙ୍କର ବ୍ୟାଟିଂ ଆଭରେଜ୍ ୪୬.୭୬ ରହିଛି। ତେଣୁ ଘରୋଇ ମାଟିରେ ପ୍ରଚୁର ରନ୍ କରି ରାହାଣେ ନିଜ ସମାଲୋଚକଙ୍କୁ ଜବାବ ଦେବାକୁ ଚାହିଁବେ।

ହନୁମା ବିହାରୀ: ଗତବର୍ଷ ଇଂଲଣ୍ଡରେ ଟେଷ୍ଟ ଡେବ୍ୟୁ କରିଥିବା ହନୁମା ବିହାରୀ ଏପର୍ଯ୍ୟନ୍ତ ଭାରତ ପକ୍ଷରୁ ମାତ୍ର ୬ ଟେଷ୍ଟ ଖେଳିଛନ୍ତି। ୪୫.୬୦ ହାରରେ ୪୫୬ ରନ୍ କରିଥିବା ବିହାରୀ ନିଜକୁ ମିଡିଲ୍ ଅର୍ଡରର ମେରୁଦଣ୍ଡ ସାବ୍ୟସ୍ତ କରିସାରିଛନ୍ତି। ଏହି ସିରିଜ୍ ଜରିଆରେ ସେ ଭାରତରେ ପ୍ରଥମଥର ପାଇଁ ଟେଷ୍ଟ ମ୍ୟାଚ୍ ଖେଳିବେ। ୱେଷ୍ଟଇଣ୍ଡିଜରେ ନିଜର ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିବା ବିହାରୀ ଏଠାରେ ଲୟ କାଏମ୍ ରଖିବାକୁ ଚାହିଁବେ। ବିହାରୀଙ୍କ ଆଉ ଏକ ପ୍ଲସ୍ ପଏଣ୍ଟ ମଧ୍ୟ ରହିଛି। ବ୍ୟାଟିଂ ବ୍ୟତୀତ ସେ ସ୍ପିନ୍ ବୋଲିଂ ମଧ୍ୟ କରିପାରନ୍ତି ଏବଂ ସେ ଏଥିରେ ମଧ୍ୟ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛନ୍ତି। ସେ ଏପର୍ଯ୍ୟନ୍ତ ୫ଟି ୱିକେଟ୍ ନେଇଛନ୍ତି।

ରବିଚନ୍ଦ୍ରନ୍ ଅଶ୍ୱିନ୍: ଟିମ୍ ଇଣ୍ଡିଆର ଏହି ଷ୍ଟାର୍ ଅଫ୍ ସ୍ପିନର୍ ଦୀର୍ଘ ୯ମାସ ପରେ ଟେଷ୍ଟ କ୍ରିକେଟ୍ ଖେଳିବାକୁ ଯାଉଛନ୍ତି। ଅଶ୍ୱିନ୍ ନିଜ ବୋଲିଂରେ ନୂଆ ଭେରାଇଟି ପାଇଁ ଖୁବ୍ ପରିଚିତ । କେବଳ ଏତିକି ନୁହେଁ, ସେ ମଧ୍ୟ ବ୍ୟାଟିଂରେ ଖୁବ୍ ଭରସାଯୋଗ୍ୟ। ତାଙ୍କ ନାଁରେ ୪ ଟେଷ୍ଟ ଶତକ ରହିଛି ଏବଂ ୱିକେଟ୍ ନେବାରେ ସେ ମାହିର୍। ଏହା ସତ୍ତ୍ୱେ ଅଶ୍ୱିନଙ୍କୁ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଟେଷ୍ଟ ଟିମରେ ଚୂଡ଼ାନ୍ତ ଏକାଦଶରେ ଖେଳିବାକୁ ସୁଯୋଗ ମିଳିନଥିଲା। ଭାରତରେ ପିଚ୍ ସାଧାରଣତଃ ସ୍ପିନରଙ୍କୁ ସୁହାଇଥାଏ ଏବଂ ଏଭଳି ସ୍ଥିତିରେ ଭାରତ ଦୁଇଜଣ ସ୍ପିନରଙ୍କ ସହ ମଇଦାନକୁ ଓହ୍ଲାଏ, ତାହେଲେ ଅଶ୍ୱିନଙ୍କ ଖେଳିବା ପକ୍କା। ଚୂଡ଼ାନ୍ତ ଏକାଦଶରେ ନିୟମିତ ସ୍ଥାନ ପାଇବା ପାଇଁ ଅଶ୍ୱିନ୍ ଯଥାସମ୍ଭବ ପ୍ରୟାସ କରିବେ।

ଉମେଶ ଯାଦବ: ଏହି ସିରିଜ୍ ପାଇଁ ଯେତେବେଳେ ଟିମ୍ ଚୟନ ହେଲା, ସେତେବେଳେ ଉମେଶ ଯାଦବଙ୍କୁ ସ୍ଥାନ ମିଳିନଥିଲା। ଏହା ପରେ ଅଚାନକ୍ ଯଶପ୍ରୀତ ବୁମ୍ରା ଆହତ ହୋଇ ସିରିଜରୁ ବାଦ୍ ପଡ଼ିବା ପରେ ବିଦର୍ଭ ବୋଲର ଉମେଶଙ୍କୁ ଟିମରେ ସାମିଲ୍ କରାଯାଇଥିଲା। ଉମେଶ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇପାରିନଥିଲେ ଏବଂ ଏଠାରେ ଟିମରେ ଈଶାନ୍ତ ଶର୍ମା ଏବଂ ମହମ୍ମଦ ଶାମିଙ୍କ ଭଳି ସିନିୟର ବୋଲର ଉପସ୍ଥିତ ଅଛନ୍ତି। ଏହା ମଧ୍ୟରେ ଉମେଶଙ୍କୁ ଯଦି ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳେ, ତାହେଲେ ନିଜର ରିଭର୍ସ ସୁଇଂ ବଳରେ ଦକ୍ଷିଣ ଆଫ୍ରିକା ଟିମର ଅଧାରୁ ଅଧିକ ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ୍ ପଠାଇବାକୁ ଚାହିଁବେ। ଏପର୍ଯ୍ୟନ୍ତ ଉମେଶ ୪୧ ଟେଷ୍ଟ ଖେଳି ୧୧୯ ୱିକେଟ୍ ହାସଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story