ନୂଆ କୀର୍ତ୍ତିମାନ ଅପେକ୍ଷାରେ ରୋହିତ୍ ଓ ପୋଲାର୍ଡ

ମୁମ୍ବାଇ: ଆସନ୍ତାକାଲି ମୁମ୍ବାଇରେ ଖେଳାଯିବାକୁ ଥିବା ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ରୋହିତ୍ ଶର୍ମାଙ୍କ ପାଖରେ ନୂଆ ରେକର୍ଡ କରିବାର ସୁଯୋଗ ରହିଛି। ରୋହିତ୍ ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରେ ୪୦୦ ଛକା ମାରିବାରୁ ମାତ୍ର ଗୋଟିଏ ପାଦ ଦୂରରେ ଅଛନ୍ତି। ପ୍ରଥମ ଦୁଇଟି ମ୍ୟାଚରେ ରୋହିତଙ୍କ ବ୍ୟାଟରୁ ଗୋଟିଏ ବି ଛକା ଦେଖିବାକୁ ମିଳିନଥିଲା। ତେଣୁ ଘରୋଇ ଦର୍ଶକଙ୍କ ଆଗରେ ରୋହିତ୍ ଗୋଟିଏ ଛକା ମାରି […]

pollard-and-rohit

pollard-and-rohit

Ranjit Kumar Jena
  • Published: Tuesday, 10 December 2019
  • Updated: 10 December 2019, 08:14 PM IST

ମୁମ୍ବାଇ: ଆସନ୍ତାକାଲି ମୁମ୍ବାଇରେ ଖେଳାଯିବାକୁ ଥିବା ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ରୋହିତ୍ ଶର୍ମାଙ୍କ ପାଖରେ ନୂଆ ରେକର୍ଡ କରିବାର ସୁଯୋଗ ରହିଛି। ରୋହିତ୍ ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରେ ୪୦୦ ଛକା ମାରିବାରୁ ମାତ୍ର ଗୋଟିଏ ପାଦ ଦୂରରେ ଅଛନ୍ତି। ପ୍ରଥମ ଦୁଇଟି ମ୍ୟାଚରେ ରୋହିତଙ୍କ ବ୍ୟାଟରୁ ଗୋଟିଏ ବି ଛକା ଦେଖିବାକୁ ମିଳିନଥିଲା। ତେଣୁ ଘରୋଇ ଦର୍ଶକଙ୍କ ଆଗରେ ରୋହିତ୍ ଗୋଟିଏ ଛକା ମାରି ୪୦୦ ରନର ମାଇଲଖୁଣ୍ଟ ଛୁଇଁବା ନେଇ ଆଶା ରହିଛି।

ଏହାଛଡ଼ା ରୋହିତ ଆଉ ଏକ ରେକର୍ଡର ଅଧିକାରୀ ମଧ୍ୟ ହୋଇପାରନ୍ତି। ଅନ୍ତର୍ଜାତୀୟ ଟି-୨୦ରେ ସର୍ବାଧିକ ରନର ରେକର୍ଡ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ନାଁରେ ଅଛି। କୋହଲି ୬୯ ଇନିଂସରେ ୨୫୬୩ ରନ୍ କରିଛନ୍ତି । ତେବେ ରୋହିତ୍ ଏହି ମାମଲାରେ କୋହଲିଙ୍କଠାରୁ ମାତ୍ର ୧ ରନ୍ ପଛରେ ଅଛନ୍ତି। ରୋହିତ୍ ୯୫ ଇନିଂସରେ ୨୫୬୨ ରନ୍ କରି ଦ୍ୱିତୀୟରେ ଅଛନ୍ତି। ଏହାବାଦ୍ ରୋହିତ୍ କୌଣସି ଟିମ୍ ବିପକ୍ଷରେ ସର୍ବାଧିକ ଛକା ମାରିବାର ରେକର୍ଡଠାରୁ ୮ ଛକା ଦୂରରେ ରହିଛନ୍ତି।

ଭାରତୀୟ ଦଳର ଭାଇସ୍‌-କ୍ୟାପଟେନ୍ ରୋହିତ୍ ଇଣ୍ଡିଜ୍ ବିପକ୍ଷରେ ଏପର୍ଯ୍ୟନ୍ତ ୨୪ ଛକା ମାରିଛନ୍ତି। ଟି-୨୦ରେ କୌଣସି ଦଳ ବିପକ୍ଷରେ ସର୍ବାଧିକ ଛକା ମାରିବାର ରେକର୍ଡ ଆଫଗାନିସ୍ତାନର ହଜରତୁଲ୍ଲା ଜାଜାଇଙ୍କ ନାଁରେ ରହିଛି, ଯିଏ ଆୟର୍ଲ୍ୟାଣ୍ଡ୍ ବିପକ୍ଷରେ ୩୧ ଛକା ମାରିଛନ୍ତି। ୱେଷ୍ଟଇଣ୍ଡିଜ୍ କ୍ୟାପଟେନ୍ କାଇରନ୍ ପୋଲାର୍ଡ ବୁଧବାର ଭାରତ ବିପକ୍ଷରେ ଯଦି ୫୬ ରନ୍ କରନ୍ତି, ତାହେଲେ ସେ ଟି-୨୦ କ୍ରିକେଟରେ ଦ୍ୱିତୀୟ ସର୍ବାଧିକ ସ୍କୋରର ହେବେ।

ପୋଲାର୍ଡ ଏପର୍ଯ୍ୟନ୍ତ ୪୯୫ ମ୍ୟାଚ୍ ଖେଳି ୯୮୭୮ ରନ୍ କରିଛନ୍ତି। ତାଙ୍କ ଆଗରେ ନ୍ୟୁଜିଲ୍ୟାଣ୍ଡର ବ୍ରେଣ୍ଡନ୍ ମ୍ୟାକକୁଲମ୍ ୩୭୦ ମୈାଚରେ ୯୯୨୨ ରନ୍ ସହ ଦ୍ୱିତୀୟରେ ଅଛନ୍ତି। 'ୟୁନିଭର୍ସ ବସ୍‌'ର ଖ୍ୟାତି ଅର୍ଜନ କରିଥିବା କ୍ରିସ୍ ଗେଲ୍ ଏକମାତ୍ର ବ୍ୟାଟ୍ସମ୍ୟାନ୍ ଭାବେ ଟି-୨୦ରେ ୧୦ହଜାରରୁ ଅଧିକ ରନ୍ କରିଛନ୍ତି। ସେ ୪୦୦ ମ୍ୟାଚ୍ ଖେଳି ୩୮.୨୩ ହାରରେ ୨୨ ଶତକ ଓ ୮୧ ଅର୍ଦ୍ଧଶତକ ସହ ୧୩୧୫୨ ରନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story