ବାରବାଟୀ ଲଢ଼େଇ ପାଇଁ ରାଜଧାନୀରେ ପହଞ୍ଚିଲେ ଦୁଇ ଟିମ୍‌

କଟକ (ଓଡ଼ିଶା ରିପୋର୍ଟର): ବିଶାଖାପାଟଣାରେ ବଡ଼ ବିଜୟ ପରେ ଟିମ୍ ଇଣ୍ଡିଆ ଗୁରୁବାର ଭୁବନେଶ୍ୱରରେ ପହଞ୍ଚିଛି। ଭାରତୀୟ ଟିମ୍ ଏବଂ ତା’ର ପ୍ରତିଦ୍ୱନ୍ଦ୍ୱୀ ୱେଷ୍ଟଇଣ୍ଡିଜ୍ ସ୍ୱତନ୍ତ୍ର ବିମାନ ଯୋଗେ ପ୍ରାୟ ଅପରାହ୍ଣ ଗୋଟାଏ ବେଳେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ଉଭୟ ଦଳକୁ ଜୋରଦାର ସ୍ୱାଗତ କରାଯାଇଥିଲା। ଉଭୟ ଦଳକୁ ସ୍ୱତନ୍ତ୍ର ବସ୍ ଯୋଗେ କଡ଼ା ସୁରକ୍ଷାର ସହ ହୋଟେଲ୍ ମେ’ ଫେୟାରକୁ ନିଆଯାଇଥିଲା। ହୋଟେଲରେ ପାରମ୍ପରିକ ବାଦ୍ୟ ଓ ନୃତ୍ୟ […]

virat

Ranjit Kumar Jena
  • Published: Thursday, 19 December 2019
  • , Updated: 19 December 2019, 05:53 PM IST

କଟକ (ଓଡ଼ିଶା ରିପୋର୍ଟର): ବିଶାଖାପାଟଣାରେ ବଡ଼ ବିଜୟ ପରେ ଟିମ୍ ଇଣ୍ଡିଆ ଗୁରୁବାର ଭୁବନେଶ୍ୱରରେ ପହଞ୍ଚିଛି। ଭାରତୀୟ ଟିମ୍ ଏବଂ ତା'ର ପ୍ରତିଦ୍ୱନ୍ଦ୍ୱୀ ୱେଷ୍ଟଇଣ୍ଡିଜ୍ ସ୍ୱତନ୍ତ୍ର ବିମାନ ଯୋଗେ ପ୍ରାୟ ଅପରାହ୍ଣ ଗୋଟାଏ ବେଳେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ଉଭୟ ଦଳକୁ ଜୋରଦାର ସ୍ୱାଗତ କରାଯାଇଥିଲା। ଉଭୟ ଦଳକୁ ସ୍ୱତନ୍ତ୍ର ବସ୍ ଯୋଗେ କଡ଼ା ସୁରକ୍ଷାର ସହ ହୋଟେଲ୍ ମେ' ଫେୟାରକୁ ନିଆଯାଇଥିଲା।

ହୋଟେଲରେ ପାରମ୍ପରିକ ବାଦ୍ୟ ଓ ନୃତ୍ୟ ସହ ଦୁଇ ଦଳକୁ ସ୍ୱାଗତ କରାଯାଇଥିଲା। ଉଭୟ ଦଳ ପ୍ରତିଟି ସଦସ୍ୟଙ୍କୁ ଉତ୍ତରୀୟ ସହ ପୁଷ୍ପ ଗୁଚ୍ଛ ଦିଆଯାଇଥିଲା। ପ୍ରଥମେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ହୋଟେଲ୍ ଭିତରକୁ ପ୍ରବେଶ କରିଥିଲେ। ପ୍ରିୟ ଖେଳାଳିମାନଙ୍କ ସାମାନ୍ୟ ଝଲକ ପାଇବା ପାଇଁ ପ୍ରଶଂସକ ଏୟାରପୋର୍ଟରୁ ହୋଟେଲ୍ ପର୍ଯ୍ୟନ୍ତ ରାସ୍ତାର ଦୁଇପାଶ୍ୱର୍ରେ ଅପେକ୍ଷା କରିଥିଲେ।

ହୋଟେଲରେ ପ୍ରାୟ ୯୦ଟି ରୁମ୍ ଖେଳାଳିମାନଙ୍କ ପାଇଁ ବୁକ୍ କରାଯାଇଛି। ଖେଳାଳିମାନଙ୍କ ପାଇଁ ହୋଟେଲରେ ସ୍ୱତନ୍ତ୍ର ଖାଦ୍ୟର ବ୍ୟବସ୍ଥା କରାଯାଇଛି। ସେମାନେ ହୋଟେଲରେ ମଧ୍ୟ ଓଡ଼ିଆ ଖାଦ୍ୟର ମଜା ନେବେ। ତେବେ ସବୁ ଖାଦ୍ୟରେ ଯେପରି କମ୍ ମସଲା ଓ ତେଲ ରହିବ, ତାହା ଉପରେ ବିଶେଷ ଧ୍ୟାନ ଦିଆଯାଇଛି।

ଆଜି ଦିନକ ବିଶ୍ରାମ କରିବା ପରେ ଉଭୟ ଦଳ ଆସନ୍ତାକାଲି ଏବଂ ଶନିବାର ପର୍ଯ୍ୟାୟକ୍ରମେ ଅଭ୍ୟାସ କରିବାକୁ ବାରବାଟୀ ଷ୍ଟାଡିୟମ ଯିବେ । ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ୱେଷ୍ଟଇଣ୍ଡିଜ୍ ଟିମ୍ ଅଭ୍ୟାସ କରିବେ ଏବଂ ଏହା ପରେ ଅପରାହ୍ଣ ୨ଟାରୁ ୫ଟା ପର୍ଯ୍ୟନ୍ତ ଭାରତୀୟ ଖେଳାଳିମାନେ ଅଭ୍ୟାସ କରିବେ। ଅଭ୍ୟାସ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି। ଦୁଇ ଦଳ ଦୁଇଟି ଲେଖାଏ ନେଟ୍ସରେ ଅଭ୍ୟାସ କରିବେ।

ଉଭୟ ଦଳ ଜୟଦେବ ବିହାରରୁ ଜାତୀୟ ରାଜପଥ ଦେଇ ସିଧା କଟକ ଆସିବେ। କଟକ ଶିଖରପୁର, ଯୋବ୍ରା ଦେଇ ଖେଳାଳିମାନେ ରିଙ୍ଗ୍ ରୋଡରେ ଷ୍ଟାଡିୟମ ଅଭିମୁଖେ ଯାତ୍ରା କରିବେ। ଆସନ୍ତାକାଲିଠାରୁ ରବିବାର ପର୍ଯ୍ୟନ୍ତ ଷ୍ଟାଡିୟମ ଏବଂ ଏହାର ଆଖାପାଖରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁରକ୍ଷା ପାଇଁ ୬୩ ପ୍ଲାଟୁଲ୍ ପୁଲିସ୍ ମୁତୟନ କରାଯାଇଛି।

Related story