୧୨ ବର୍ଷ ପରେ ପ୍ରଥମ ଥର ଭାରତ ଖେଳିବ ଏଭଳି ସିରିଜ: ଯାହା ପୂର୍ବରୁ କେବେ ହୋଇନଥିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ କ୍ରିକେଟ୍ ଟିମ୍ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଶ୍ରୀଲଙ୍କା ଗସ୍ତରେ ଅଛି। ଆଜି ଠାରୁ ନିଦହାସ ଟ୍ରଫି ଖେଳାଯାଉଥିବା ବେଳେ ଏଥିରେ ଆୟୋଜନ ଶ୍ରୀଲଙ୍କା ସମେତ ଭାରତ ଓ ବାଂଲାଦେଶ ଅଶଂଗ୍ରହଣ କରିଛି। ଆଜି ଭାରତ ତାର ପ୍ରଥମ ମ୍ୟାଚ୍‌ ଶ୍ରୀଲଙ୍କା ବିପକ୍ଷରେ ଖେଳିବ। ଏହି ଗସ୍ତରେ ଭାରତୀୟ ଟିମ୍‌ ନିଆରା ରେକର୍ଡର ଅଧିକାରୀ ହେବ, ଯାହା  ପୂର୍ବରୁ କେବେ ହୋଇନଥିଲା। ଦୀର୍ଘ ୧୨ ବର୍ଷ ପରେ ପ୍ରଥମ ଥର ପାଇଁ ଏଭଳି ହେବାକୁ […]

05_03_2018-team-india

Ordigital Desk
  • Published: Tuesday, 06 March 2018
  • , Updated: 06 March 2018, 11:09 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ କ୍ରିକେଟ୍ ଟିମ୍ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଶ୍ରୀଲଙ୍କା ଗସ୍ତରେ ଅଛି। ଆଜି ଠାରୁ ନିଦହାସ ଟ୍ରଫି ଖେଳାଯାଉଥିବା ବେଳେ ଏଥିରେ ଆୟୋଜନ ଶ୍ରୀଲଙ୍କା ସମେତ ଭାରତ ଓ ବାଂଲାଦେଶ ଅଶଂଗ୍ରହଣ କରିଛି। ଆଜି ଭାରତ ତାର ପ୍ରଥମ ମ୍ୟାଚ୍‌ ଶ୍ରୀଲଙ୍କା ବିପକ୍ଷରେ ଖେଳିବ। ଏହି ଗସ୍ତରେ ଭାରତୀୟ ଟିମ୍‌ ନିଆରା ରେକର୍ଡର ଅଧିକାରୀ ହେବ, ଯାହା  ପୂର୍ବରୁ କେବେ ହୋଇନଥିଲା। ଦୀର୍ଘ ୧୨ ବର୍ଷ ପରେ ପ୍ରଥମ ଥର ପାଇଁ ଏଭଳି ହେବାକୁ ଯାଉଛି।

ଭାରତ ପ୍ରଥମ ଥର ପାଇଁ ଟି-ଟ୍ୱେଣ୍ଟି ମ୍ୟାଚ୍‌ ୨୦୦୬ରେ ଦକ୍ଷିଣ ଆଫ୍ରିକରେ ଖେଳିଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ଭାରତ କେବେ ବି ଟି-ଟ୍ୱେଣ୍ଟି ଟ୍ରାଇ ସିରିଜ ଖେଳିନାହିଁ। ଏହି ସିରିଜରେ ଭାରତ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିର ୧୦୦ତମ ମ୍ୟାଚ୍‌ ପୂରଣ କରିବାକୁ ଯାଉଛି। ଭାରତ ଏପର୍ଯ୍ୟନ୍ତ ୯୪ ମ୍ୟାଚ୍‌ରୁ ୫୭ ମ୍ୟାଚ୍‌ରେ ବିଜୟୀ ହୋଇଛି ଏବଂ ୩୪ଟି ମ୍ୟାଚ୍‌ ପରାସ୍ତ ହୋଇଛି। ସବୁଠୁ ଅଧିକ ପାକିସ୍ତାନ ୧୨୩ ମ୍ୟାଚ୍‌ ଖେଳିଛି। ଅନ୍ୟପଟେ ଅଷ୍ଟ୍ରେଲିଆ, ଇଂଲଣ୍ଡ ୧୦୦ଟି ଲେଖାଏଁ ମ୍ୟାଚ୍‌ ଖେଳିଥିବା ବେଳେ ନ୍ୟୁଜଲାଣ୍ଡ ୧୧୧ଟି, ଶ୍ରୀଲଙ୍କା ୧୦୪ ଓ ଦକ୍ଷିଣ ଆଫ୍ରିକା ୧୦୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିଛି।   ଏହି ଗସ୍ତରେ ଟିମ୍‌ ଇଣ୍ଡିଆ ୬ଜଣ ଖେଳାଳିଙ୍କୁ ବିଶ୍ରାମ ଦେଇଛି। ଧୋନୀ  ଓ ବିରାଟଙ୍କ ବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟା, ବୁମ୍‌ରା, କୁଲଦୀପ ଯାଦବ ଓ ଭୁବନେଶ୍ୱର କୁମାରଙ୍କୁ ବିଶ୍ରାମ ଦିଆଯାଇଛି।

Related story