ଅଷ୍ଟ୍ରେଲିଆକୁ ୪-୧ରେ ପରାସ୍ତ କରିବ ଟିମ୍‌ ଇଣ୍ଡିଆ: ଲକ୍ଷ୍ମଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ ମାତ୍ର ଦିନ କେଇଟା ପରେ ଆରମ୍ଭ ହେବାକୁ ଯାଉଛି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ୍‌। ଏଥିପାଇଁ ଉଭୟ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଉଭୟ ଟିମ୍‌ ନିଜ ନିଜର ରଣକୌଶଳ ସହ ପଡିଆକୁ ଓହ୍ଲାଇବେ। ପ୍ରଥମ ମ୍ୟାଚ୍‌ ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ଚେନ୍ନାଇ ଠାରେ ଖେଳାଯିବ। ଦୀର୍ଘବର୍ଷ ପରେ ଚେନ୍ନାଇରେ ଭାରତ-ଅଷ୍ଟ୍ରେଲିଆ ସମ୍ନାସାମ୍ନି ହେବେ। ଏଥିପାଇଁ ଅଷ୍ଟ୍ରେଲିଆ ଟିମ୍‌ ଜୋରଦାର ଅଭ୍ୟାସ ଚଲାଇଛି। ନିକଟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତୀୟ […]

Rakesh Mallick
  • Published: Wednesday, 13 September 2017
  • , Updated: 13 September 2017, 10:22 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ ମାତ୍ର ଦିନ କେଇଟା ପରେ ଆରମ୍ଭ ହେବାକୁ ଯାଉଛି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ୍‌। ଏଥିପାଇଁ ଉଭୟ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଉଭୟ ଟିମ୍‌ ନିଜ ନିଜର ରଣକୌଶଳ ସହ ପଡିଆକୁ ଓହ୍ଲାଇବେ। ପ୍ରଥମ ମ୍ୟାଚ୍‌ ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ଚେନ୍ନାଇ ଠାରେ ଖେଳାଯିବ।

ଦୀର୍ଘବର୍ଷ ପରେ ଚେନ୍ନାଇରେ ଭାରତ-ଅଷ୍ଟ୍ରେଲିଆ ସମ୍ନାସାମ୍ନି ହେବେ। ଏଥିପାଇଁ ଅଷ୍ଟ୍ରେଲିଆ ଟିମ୍‌ ଜୋରଦାର ଅଭ୍ୟାସ ଚଲାଇଛି। ନିକଟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତୀୟ ବୋର୍ଡ ପ୍ରସିଡେଣ୍ଟସ୍‌ ଇଲେଭେନ୍‌ ବିପକ୍ଷରେ ଅଷ୍ଟ୍ରେଲିଆ ଆକର୍ଷଣୀୟ ବିଜୟ ସହ ଟିମ୍‌ର ମନୋବଳ ବୃଦ୍ଧି ପାଇଛି। ସେପଟେ ୩ଟି ଦିନିକିଆ ପାଇଁ ଭାରତୀୟ ଦଳରେ ଅନେକ ଯୁବ ପ୍ରତିଭାଙ୍କୁ ସମିଲ କରାଯାଇଛି। ଯାହାକୁ ନେଇ ଟିମ୍‌ ଇଣ୍ଡିଆ ଏଥର ପଡିଆରେ ଦମ୍‌ ଦେଖାଇବ।

ଏପରି ପରିସ୍ଥିତିରେ ପୂର୍ବତନ କ୍ରିକେଟ୍‌ର ଭିଭିଏସ୍ ଲକ୍ଷ୍ମଣ କହିଛନ୍ତି ଅଷ୍ଟ୍ରେଲିଆ ବିପକ୍ଷରେ ଟିମ୍‌ ଇଣ୍ଡିଆ ୪-୧ ରେ ସିରିଜ ଜିତିବ। ଅଷ୍ଟ୍ରେଲିଆ ବୋଲିଂ ଏବେ ଆଉ ପୂର୍ବଭଳି ଶକ୍ତିଶାଳୀ ନାହିଁ। ତେଣୁ ଘରୋଇ ମାଟିରେ ଟିମ୍‌ ଇଣ୍ଡିଆ ସାମ୍ନାରେ ଅଷ୍ଟ୍ରେଲିଆ ଟିମ୍‌ ତିଷ୍ଟି ପାରିବା ନାହିଁ।

Related story