ଭାରତ ନିକଟରେ ଟି-ଟ୍ୱେଣ୍ଟିରେ ନମ୍ବର୍‌-2 ହେବାର ସୁଯୋଗ: ଜାଣନ୍ତୁ ଏଥିପାଇଁ କେତୋଟି ମ୍ୟାଚ୍‌ ଜିତିବାକୁ ହେବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆ ଆଜିଠାରୁ ୧୮ ତାରିଖ ପର୍ଯ୍ୟନ୍ତ ଶ୍ରୀଲଙ୍କାରେ ନିଦହାସ ଟ୍ରଫି ଖେଳିବାକୁ ଯାଉଛି। ଭାରତ,ବାଂଲାଦେଶ ଓ ଶ୍ରୀଲଙ୍କାକୁ ନେଇ ଏହି ଟି-ଟ୍ୱେଣ୍ଟି ଟ୍ରାଇ ସିରିଜ ଖେଳାଯାଉଛି। ଯାହାର ପ୍ରଥମ ମ୍ୟାଚ୍‌ ଆଜି ପ୍ରେମଦାସା ଷ୍ଟାଡିୟମରେ ଆୟୋଜକ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ନିକଟରେ ଅନେକ ରେକର୍ଡ ବନେଇବାର ସୁଯୋଗ ରହିଛି। ବର୍ତ୍ତମାନ ଆଇସିସି ଟି-ଟ୍ୱେଣ୍ଟି ମାନ୍ୟତାରେ ଭାରତ ୧୨୨ ଅଙ୍କ ସହ ତୃତୀୟ ସ୍ଥାନରେ ରହିଛି। ଟପ୍‌ରେ […]

South-Africa-India-Cricket

Ordigital Desk
  • Published: Tuesday, 06 March 2018
  • , Updated: 06 March 2018, 02:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆ ଆଜିଠାରୁ ୧୮ ତାରିଖ ପର୍ଯ୍ୟନ୍ତ ଶ୍ରୀଲଙ୍କାରେ ନିଦହାସ ଟ୍ରଫି ଖେଳିବାକୁ ଯାଉଛି। ଭାରତ,ବାଂଲାଦେଶ ଓ ଶ୍ରୀଲଙ୍କାକୁ ନେଇ ଏହି ଟି-ଟ୍ୱେଣ୍ଟି ଟ୍ରାଇ ସିରିଜ ଖେଳାଯାଉଛି। ଯାହାର ପ୍ରଥମ ମ୍ୟାଚ୍‌ ଆଜି ପ୍ରେମଦାସା ଷ୍ଟାଡିୟମରେ ଆୟୋଜକ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ନିକଟରେ ଅନେକ ରେକର୍ଡ ବନେଇବାର ସୁଯୋଗ ରହିଛି। ବର୍ତ୍ତମାନ ଆଇସିସି ଟି-ଟ୍ୱେଣ୍ଟି ମାନ୍ୟତାରେ ଭାରତ ୧୨୨ ଅଙ୍କ ସହ ତୃତୀୟ ସ୍ଥାନରେ ରହିଛି। ଟପ୍‌ରେ ପାକିସ୍ତାନ ଓ ଦ୍ୱତୀୟ ସ୍ଥାନରେ ଅଷ୍ଟ୍ରେଲିଆ ରହିଛି।

ଅନ୍ୟପଟେ ଏହି ଫର୍ମାଟରେ ସର୍ବାଧିକ ମ୍ୟାଚ୍ ଜିତିବାର ରେକର୍ଡ ପାକିସ୍ତାନ ନାଁରେ ରହିଛି। ପାକିସ୍ତାନ ୭୪ଟି ମ୍ୟାଚ୍‌ ଜିତିଥିବା ବେଳେ ଏହା ତଳକୁ ଦକ୍ଷିଣ ଆଫ୍ରିକା ୬୦ଟି ମ୍ୟାଚ୍‌ ଜିତି ଦ୍ୱିତୀୟ ସ୍ଥାନରେ ରହିଛି।  ଯଦି ଏହି ପ୍ରତିଯୋଗିତାରେ ଟିମ୍‌ ଇଣ୍ଡିଆ ସମସ୍ତ ମ୍ୟାଚ୍‌ ଜିତୁଛି ତେବେ ଟିମ୍‌ ସବୁଠୁ ଅଧିକ ମ୍ୟାଚ୍‌ ଜିତିବା ତାଲିକାରେ ବିଶ୍ୱର ଦ୍ୱିତୀୟ ସ୍ଥାନରେ ପହଞ୍ଚିଯିବ। କାରଣ ଭାରତ ଏହି ଫର୍ମାଟରେ ୯୪ଟି ମ୍ୟାଚ୍‌ ଖେଳି ୫୭ଟି ମ୍ୟାଚରେ ବିଜୟୀ ହୋଇଛି। ଅନ୍ୟପଟେ ଯଦି ଟିମ୍ ଇଣ୍ଡିଆ ଏହି ପ୍ରତିଯୋଗିତାରେ ୪ଟି ମ୍ୟାଚ୍‌ ଜିତିନେଉଛି ତେବେ ଭାରତ ଖାତାରେ ଆଇସିସି ମାନ୍ୟତାରେ ମାତ୍ର ଗୋଟିଏ ଅଙ୍କ ବୃଦ୍ଧି ହେବ। କାରଣ ଅନ୍ୟ ଯେଉଁ ଦୁଇଟି ଦଳ ଶ୍ରୀଲଙ୍କା ଓ ବାଂଲାଦେଶ ଖେଳୁଛନ୍ତି ଏହି ପ୍ରତିଯୋଗିତାରେ ସେମାନେ ଟି-ଟ୍ୱେଣ୍ଟି ମାନ୍ୟତାରେ ଅନେକ ପଛରେ ଅଛନ୍ତି। ତେଣୁ ଟିମ୍‌ ଇଣ୍ଡିଆ ଆଇସିସି ମାନ୍ୟତରେ କୌଣସି ବୃଦ୍ଧି ହେବାର ସମ୍ଭାବନା ନାହିଁ।

ଏହି ପ୍ରତିଯୋଗିତାରେ ପ୍ରତି ଦଳ ୪ଟି ଲେଖାଏଁ ମ୍ୟାଚ୍ ଖେଳିବେ। ସବୁଠୁ ଅଧିକ ମ୍ୟାଚ୍‌ ଜିତିଥିବା ଦୁଇଟି ଟିମ୍‌ ୧୮ ତାରିଖକୁ ଫାଇନାଲ୍‌ ମ୍ୟାଚ୍‌ ଖେଳିବ। ଭାରତ ପ୍ରଥମ ଥର ପାଇଁ ଟି-ଟ୍ୱେଣ୍ଟି ମ୍ୟାଚ୍‌ ୨୦୦୬ରେ ଦକ୍ଷିଣ ଆଫ୍ରିକରେ ଖେଳିଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ଭାରତ କେବେବି ଟି-ଟ୍ୱେଣ୍ଟି ଟ୍ରାଇ ସିରିଜ ଖେଳିନାହିଁ। ଏହି ଫର୍ମାଟରେ ଏପର୍ଯ୍ୟନ୍ତ ସବୁଠୁ ଅଧିକ ପାକିସ୍ତାନ ୧୨୩ ମ୍ୟାଚ୍‌ ଖେଳିଛି। ସେହିପରି ଅଷ୍ଟ୍ରେଲିଆ, ଇଂଲଣ୍ଡ ୧୦୦ଟି ଲେଖାଏଁ ମ୍ୟାଚ୍‌ ଖେଳିଥିବା ବେଳେ ନ୍ୟୁଜଲାଣ୍ଡ ୧୧୧ଟି, ଶ୍ରୀଲଙ୍କା ୧୦୪ ଓ ଦକ୍ଷିଣ ଆଫ୍ରିକା ୧୦୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିଛି।

Related story