ଇଂଲଣ୍ଡ ବିପକ୍ଷ ଟି-୨୦ ମ୍ୟାଚ: ୨-୧ରେ ସିରିଜ ଜିତିଲା ଭାରତ

ବେଙ୍ଗାଲୁରୁ: ବେଙ୍ଗାଲୁରୁ ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ର ଶେଷ ମ୍ୟାଚକୁ  ଭାରତ ୭୫ ରନ୍‌ରେ ଜିତି ନେଇଛି। ଭାରତ ବିଜୟର ପ୍ରମୁଖ ଭୂମିକା ନେଇଥିଲେ ସ୍ପିନ୍‌ ବୋଲର ୟୂଜଭେଦ୍ର ଚହଲ। ସେ ୬ ୱିକେଟ୍‌ ଅକ୍ତିଆର କରିଥିଲେ। ଏଥିପାଇଁ ଚହଲଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ ଓ ମ୍ୟାନ୍‌ ଅଫ୍‌ ଦି ସିରିଜ୍‌ରେ ବିବେଚନା କରାଯାଇଛି। ଏଥିସହ ଭାରତ ୨-୧ରେ ସିରିଜି ଜିତି ନେଇଛି। ଭାରତର ୨୦୩ ରନ୍‌ର ବିଜୟ ଲକ୍ଷ୍ୟକୁ ବିଛା କରି ଇଂଲଣ୍ଡ […]

india win

Rakesh Mallick
  • Published: Wednesday, 01 February 2017
  • , Updated: 01 February 2017, 11:11 PM IST

ବେଙ୍ଗାଲୁରୁ: ବେଙ୍ଗାଲୁରୁ ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ର ଶେଷ ମ୍ୟାଚକୁ  ଭାରତ ୭୫ ରନ୍‌ରେ ଜିତି ନେଇଛି। ଭାରତ ବିଜୟର ପ୍ରମୁଖ ଭୂମିକା ନେଇଥିଲେ ସ୍ପିନ୍‌ ବୋଲର ୟୂଜଭେଦ୍ର ଚହଲ। ସେ ୬ ୱିକେଟ୍‌ ଅକ୍ତିଆର କରିଥିଲେ। ଏଥିପାଇଁ ଚହଲଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ ଓ ମ୍ୟାନ୍‌ ଅଫ୍‌ ଦି ସିରିଜ୍‌ରେ ବିବେଚନା କରାଯାଇଛି। ଏଥିସହ ଭାରତ ୨-୧ରେ ସିରିଜି ଜିତି ନେଇଛି।

ଭାରତର ୨୦୩ ରନ୍‌ର ବିଜୟ ଲକ୍ଷ୍ୟକୁ ବିଛା କରି ଇଂଲଣ୍ଡ ଟିମ୍‌ ମାତ୍ର ୧୨୭ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଦଳ ପକ୍ଷରୁ ଓପ୍ନର ଜେ ରୟ ୩୨, ଜୋ ରୁଟ୍‌ ୪୨, ଇଅନ୍‌ ମୋର୍ଗାନ୍‌ ୪୦ ରନ୍‌ରେ ଆଉଟ୍‌ ହୋଇଯାଇଥିଲେ। ଭାରତ ପକ୍ଷରୁ ଚହଲ ୬ଟି, ଜସ୍‌ପ୍ରିତ ବୁମ୍‌ରା ୩ଟି ଓ ଅମୀତ ମିଶ୍ରା ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

ଇଂଲଣ୍ଡ ଟସ୍‌ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଓପ୍ନିଂ କରିବା ପାଇଁ ଅଧିନାୟକ ବିରାଟ କୋହଲି ଓ ଲୋକେଶ ରାହୁଲ ପଡ଼ିଆକୁ ଉହ୍ଲାଇଥିଲେ। ବିରାଟ୍‌ ୪ଟି ବଲ ଖେଳି ମାତ୍ର ୨ ରନ୍‌ରେ ରନ୍‌ଆଉଟ୍‌ ହୋଇଯାଇ ଥିଲେ। ପରେ ଉପ୍ନର ରାହୁଲ ୨୨, ସୁରେଶ ରୈନା ୬୫, ଏମ୍‌ଏସ୍‌ ଧୋନି ୫୬, ଯୁବରାଜ ସିଂହ ୨୭, ହାର୍ଦ୍ଦିକ ପାଣ୍ଡିଆ ୧୧ ରନ୍ କରି ଆଉଟ୍‌ ହୋଇଯାଇଥିବା ବେଳେ ଋଷଭ ପନ୍ଥ ୬ ରନ୍‌ କରି ଅପରାଜିତ ରହିଥିଲେ।

Related story