ପ୍ରଥମ ମହିଳା ଟି-୨୦ରେ ଭାରତ ବିଜୟୀ

ସୁରତ: ଦୀପ୍ତି ଶର୍ମାଙ୍କ ଘାତକ ବୋଲିଂକୁ ଆଧାର କରି ଭାରତୀୟ ମହିଳା ଟିମ୍ ଏଠାରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୧୧ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତୀୟ ମହିଳା ଟିମ୍ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ମହିଳା ଟିମ୍ ୮ ୱିକେଟରେ ୧୩୦ ରନ୍ କରିଥିଲା। ଭାରତ ପକ୍ଷରୁ କ୍ୟାପଟେନ୍ ହରମନପ୍ରୀତ କୌର୍ ସର୍ବାଧିକ ୪୩ (୩୪ ବଲ୍, […]

deepti-sharma

deepti-sharma

Ranjit Kumar Jena
  • Published: Tuesday, 24 September 2019
  • Updated: 24 September 2019, 10:15 PM IST

Sports

Latest News

ସୁରତ: ଦୀପ୍ତି ଶର୍ମାଙ୍କ ଘାତକ ବୋଲିଂକୁ ଆଧାର କରି ଭାରତୀୟ ମହିଳା ଟିମ୍ ଏଠାରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୧୧ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତୀୟ ମହିଳା ଟିମ୍ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ମହିଳା ଟିମ୍ ୮ ୱିକେଟରେ ୧୩୦ ରନ୍ କରିଥିଲା।

ଭାରତ ପକ୍ଷରୁ କ୍ୟାପଟେନ୍ ହରମନପ୍ରୀତ କୌର୍ ସର୍ବାଧିକ ୪୩ (୩୪ ବଲ୍, ୩ ଚୌକା, ୨ ଛକା) ରନ୍ କରିଥିବା ବେଳେ ସ୍ମୃତି ମନ୍ଧାନା ୨୧, ଜେମିମା ରୋଡ୍ରିଗ୍ସ ୧୯, ଦୀପ୍ତି ଶର୍ମା ୧୬, ବେଦ କ୍ରିଷ୍ଣମୂର୍ତ୍ତି ୧୦, ତାନିୟା ଭାଟିଆ ଅପରାଜିତ ୧୧ ଓ ଶିଖା ପାଣ୍ଡେ ଅପରାଜିତ ୩ ରନ୍ କରିଥିଲେ। ଦକ୍ଷିଣ ଆଫ୍ରିକା ମହିଳା ଟିମ୍ ପକ୍ଷରୁ ଶବନିମ୍ ଇସମାଇଲ୍ ୩ଟି ଓ ଡି କ୍ଲର୍କ ୨ଟି ୱିକେଟ୍ ନେଇଥିଲେ।

ଜବାବରେ ଦକ୍ଷିଣ ଆଫ୍ରିକା ୧୯.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୧୧୯ ରନ୍ କରିବାକୁ ସକ୍ଷମ ହୋଇଛି। ଭ୍ରମଣକାରୀ ଟିମ୍ ପକ୍ଷରୁ ମିଗନନ୍ ଡୁ'ପ୍ରିଜ୍ ସର୍ବାଧିକ ୫୯ (୪୩ ବଲ୍, ୪ ଚୌକା, ୩ ଛକା) ରନ୍ କରିଥିବା ବେଳେ ଲିଜେଲ୍ ଲି' ୧୬ ଓ ଲୌରା ଉଲଭାର୍ଟ ୧୪ ରନ୍ କରିଥିଲେ। ଭାରତ ପକ୍ଷରୁ ଦୀପ୍ତି ୪ ଓଭରରେ ୩ ମେଡେନ୍ ସହ ୮ ରନ୍ ଦେଇ ୩ଟି ୱିକେଟ୍ ନେଇଥିବା ବେଳେ ଶିଖା ପାଣ୍ଡେ, ପୁନମ ଯାଦବ ଓ ରାଧା ଯାଦବ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos