କଲମ୍ବୋରେ କମାଲ ଦେଖାଇଲା ଭାରତ: ଶ୍ରୀଲଙ୍କାକୁ ୧୬୮ ରନ୍‌ରେ କଲା ପରାସ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଲମ୍ବୋରେ କମାଲ ଦେଖାଇଲା ଭାରତ। ୪ର୍ଥ ଦିନିକିଆରେ ମଧ୍ୟ ଟିମ୍‌ ଇଣ୍ଡିଆ ଶ୍ରୀଲଙ୍କାକୁ ୧୬୮ ରନରେ ପରାସ୍ତ କରି ଏକ ବଡ ବିଜୟ ହାସଲ କରିଛି। ଅଧିନାୟକ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଶତକ ବଳରେ ଟିମ୍‌ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୩୭୫ ରନ କରିଥିଲା। ଏହାସହ ଟିମ୍ ଇଣ୍ଡିଆ ପକ୍ଷରୁ ମନୀଷ ପାଣ୍ଡେ ୫୦ ଓ ଧୋନୀ ୪୯ ରନ୍‌ କରି ଶ୍ରୀଲଙ୍କା ପାଇଁ ଏକ […]

Rakesh Mallick
  • Published: Thursday, 31 August 2017
  • , Updated: 31 August 2017, 11:18 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଲମ୍ବୋରେ କମାଲ ଦେଖାଇଲା ଭାରତ। ୪ର୍ଥ ଦିନିକିଆରେ ମଧ୍ୟ ଟିମ୍‌ ଇଣ୍ଡିଆ ଶ୍ରୀଲଙ୍କାକୁ ୧୬୮ ରନରେ ପରାସ୍ତ କରି ଏକ ବଡ ବିଜୟ ହାସଲ କରିଛି। ଅଧିନାୟକ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଶତକ ବଳରେ ଟିମ୍‌ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୩୭୫ ରନ କରିଥିଲା। ଏହାସହ ଟିମ୍ ଇଣ୍ଡିଆ ପକ୍ଷରୁ ମନୀଷ ପାଣ୍ଡେ ୫୦ ଓ ଧୋନୀ ୪୯ ରନ୍‌ କରି ଶ୍ରୀଲଙ୍କା ପାଇଁ ଏକ ବିଶାଳ ଲକ୍ଷ୍ୟ ଛିଡ଼ାକରିଥିଲେ। ଜବାବରେ ୩୭୬ ବିଶାଳ ବିଜୟ ଲକ୍ଷ୍ୟକୁ ପିଛାକରି ଶ୍ରୀଲଙ୍କାର ବ୍ୟାଟ୍ସମ୍ୟାନ୍‌ ପଡିଆକୁ ଓହ୍ଲାଇଥିଲେ। ହେଲେ ଭାରତୀୟ ବୋଲିଂ ଆଗରେ ଶ୍ରୀଲଙ୍କାର ବ୍ୟାଟ୍ସମ୍ୟାନ୍‌ ଆତ୍ମସମର୍ପଣ କରିବା ଭଳି ଲାଗୁଥିଲା। ମାଥୁସ୍‌ଙ୍କ ବ୍ୟତିତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍‌  ଭାରତୀୟ ବୋଲିଂକୁ ସାମ୍ନା କରିପାରିନଥିଲେ। ମାଥୁସ୍ ଦୀର୍ଘ ସମୟ ଧରି କ୍ରିଜ୍‌ରେ ରହିଥିଲେ ହିଁ ଅନ୍ୟ କୌଣସି ଖେଳାଳି ତାଙ୍କୁ ସାଥ ଦେଇନଥିଲେ। ଫଳରେ ସେ ୭୦ ରନ୍‌ କରି ଆଉଟ୍‌ ହୋଇଥିଲେ। ଭରତ ପକ୍ଷରୁ ବୁମ୍‌ରା, ପାଣ୍ଡ୍ୟା ଓ କୁଲଦୀପ ଯାଦବ ଦୁଇଟି ଲେଖାଏଁ ୱିକେଟ୍‌ ନେଇଥିଲେ। ୫ ଟିକିଆ ସିରିଜରେ ଏପର୍ଯ୍ୟନ୍ତ ୪ଟି ମ୍ୟାଚ୍‌ ଖେଳାଯାଇଥିବା ବେଳେ ଭାରତ ୪ଟିରୁ ୪ଟି ମ୍ୟାଚ୍‌ରେ ବିଜୟ ହାସଲ କରି ସିରିଜ ବିଜୟୀ ହୋଇସାରିଛି।

Related story