ଟେଷ୍ଟ ପରେ ଦିନିକିଆ ସିରିଜ୍‌ କବ୍‌ଜା କଲା ଭାରତ: ରୋହିତ ଓ ବୁମ୍‌ରା ଫେରିଲେ ଫର୍ମକୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ପାଲେକେଲ ଦିନିକିଆରେ ଭାରତର ବାଜିମାତ। ଶ୍ରୀଲଙ୍କାକୁ ହରାଇ ୬ ୱିକେଟ୍‌ରେ ଜିତିଲା ଭାରତ। ଏହାସହ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ପରେ ଦିନିକିଆରେ ମଧ୍ୟ ସିରିଜ ଜିତିନେଇଛି ଟିମ୍‌ ଇଣ୍ଟିଆ। ୫ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ଭାରତ ଲଗାତର ୩ଟି ମ୍ୟାଚ୍ ଜିତି ସିରିଜ ଜିତିନେଇଛନ୍ତି। ଶ୍ରୀଲଙ୍କା ପ୍ରଥମେ ଟସ୍‌ ଜିତି ନିର୍ଦ୍ଧାରିତ ୫୦ ଓଭରରେ ୨୧୭ ରନ କରିଥିଲା। ଜବାବରେ ଭାରତ ୨୧୮ ରନର ବିଜୟ ଲକ୍ଷ୍ୟକୁ ସହଜରେ ହାସଲ କରିନେଇଥିଲା। ଭାରତ ପକ୍ଷରୁ […]

Rakesh Mallick
  • Published: Sunday, 27 August 2017
  • , Updated: 27 August 2017, 10:52 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ପାଲେକେଲ ଦିନିକିଆରେ ଭାରତର ବାଜିମାତ। ଶ୍ରୀଲଙ୍କାକୁ ହରାଇ ୬ ୱିକେଟ୍‌ରେ ଜିତିଲା ଭାରତ। ଏହାସହ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ପରେ ଦିନିକିଆରେ ମଧ୍ୟ ସିରିଜ ଜିତିନେଇଛି ଟିମ୍‌ ଇଣ୍ଟିଆ। ୫ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ଭାରତ ଲଗାତର ୩ଟି ମ୍ୟାଚ୍ ଜିତି ସିରିଜ ଜିତିନେଇଛନ୍ତି।

ଶ୍ରୀଲଙ୍କା ପ୍ରଥମେ ଟସ୍‌ ଜିତି ନିର୍ଦ୍ଧାରିତ ୫୦ ଓଭରରେ ୨୧୭ ରନ କରିଥିଲା। ଜବାବରେ ଭାରତ ୨୧୮ ରନର ବିଜୟ ଲକ୍ଷ୍ୟକୁ ସହଜରେ ହାସଲ କରିନେଇଥିଲା। ଭାରତ ପକ୍ଷରୁ ରୋହିତ ଶର୍ମା ଶତକୀୟ ପାଳି ଖେଳି ଭାରତ ପାଇଁ ବିଜୟକୁ ସହଜ କରିଥିଲେ। ଭାରତର ଜିତିବାକୁ ମାତ୍ର ୮ ରନ ଯେତେବେଳେ ବାକି ଥିଲା ସେତେବେଳେ ଶ୍ରୀଲଙ୍କା ଦର୍ଶକ ପଡିଆକୁ ପାଣି ବୋଟଲ୍‌ ଫିଙ୍ଗିଥିଲେ। ଫଳରେ ମ୍ୟାଚକୁ କିଛି ସମୟ ପାଇଁ ବନ୍ଦ କରିଦିଆଯାଇଥିଲା। ଏହାର କିଛି ସମୟ ପରେ ପୁଣି ଖେଳ ଆରମ୍ଭ ହୋଇଥିଲା। ଅନ୍ୟପଟେ ବୋଲିଂରେ ଆଜି ଭାରତୀୟ ବୋଲର ବୁମ୍‌ରା ଆକର୍ଷଣୀୟ ବୋଲିଂ କରି ୫ଟି ୱିକେଟ୍‌ ହାସଲ କରିଥିଲେ। ଫଳରେ ଶ୍ରୀଲଙ୍କାକୁ ୨୧୭ ରନ୍‌ ମଧ୍ୟରେ ଭାରତ ଅଟକାଇପାରିଥିଲା।

Related story