ଟେନିସ୍‌ରେ ଭାରତକୁ ସ୍ୱର୍ଣ୍ଣ, ହୀନା ଜିତିଲେ ବ୍ରୋଞ୍ଜ

ଜାକର୍ତ୍ତା: ଏସିଆନ୍ ଗେମ୍‌ସରେ ଶୁକ୍ରବାର ଭାରତର ପ୍ରଦର୍ଶନ ଭଲ ରହିଛି। ଆଜି ଗୋଟିଏ ଦିନରେ ଭାରତ ଦୁଇଟି ସ୍ୱର୍ଣ୍ଣ ପଦକ ହସଲ କରିଛି। ପ୍ରଥମେ ନୌଚାଳନାରେ ସ୍ୱର୍ଣ୍ଣ ପଦକ ମିଳିଥିଲା। ତା’ପରେ ଟେନିସ୍‌ରେ ସ୍ୱର୍ଣ୍ଣ ପଦକ ମିଳିଛି। ପୁରୁଷ ଡବଲ୍‌ସରେ ରୋହନ ବୋପାନ୍ନା ଓ ଡିଭିଜ୍ ଶରନଙ୍କ ଯୋଡ଼ି କାଜାଖସ୍ତାନ୍‌ର ଏ. ବୁବ୍‌ଲିକ୍‌ ଏବଂ ଡେନିସ୍‌ ୟେଭ୍‌ସେୟେଭ୍‌ ଯୋଡ଼ିକୁ ୬-୩ ଓ ୬-୪ ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହସଲ୍‌ କରିଛନ୍ତି। ଏଥିସହିତ ୧୦ ମିଟର୍‌ […]

bopanna

Jitendra Garnayak
  • Published: Friday, 24 August 2018
  • , Updated: 24 August 2018, 08:58 AM IST

ଜାକର୍ତ୍ତା: ଏସିଆନ୍ ଗେମ୍‌ସରେ ଶୁକ୍ରବାର ଭାରତର ପ୍ରଦର୍ଶନ ଭଲ ରହିଛି। ଆଜି ଗୋଟିଏ ଦିନରେ ଭାରତ ଦୁଇଟି ସ୍ୱର୍ଣ୍ଣ ପଦକ ହସଲ କରିଛି।

ପ୍ରଥମେ ନୌଚାଳନାରେ ସ୍ୱର୍ଣ୍ଣ ପଦକ ମିଳିଥିଲା। ତା’ପରେ ଟେନିସ୍‌ରେ ସ୍ୱର୍ଣ୍ଣ ପଦକ ମିଳିଛି।

ପୁରୁଷ ଡବଲ୍‌ସରେ ରୋହନ ବୋପାନ୍ନା ଓ ଡିଭିଜ୍ ଶରନଙ୍କ ଯୋଡ଼ି କାଜାଖସ୍ତାନ୍‌ର ଏ. ବୁବ୍‌ଲିକ୍‌ ଏବଂ ଡେନିସ୍‌ ୟେଭ୍‌ସେୟେଭ୍‌ ଯୋଡ଼ିକୁ ୬-୩ ଓ ୬-୪ ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହସଲ୍‌ କରିଛନ୍ତି।

[caption id="attachment_267168" align="aligncenter" width="750"] photo credit- twitter[/caption]

ଏଥିସହିତ ୧୦ ମିଟର୍‌ ଏୟାର୍‌ ପିସ୍ତଲ୍‌ରେ ହୀନା ସିଦ୍ଧୁ ବ୍ରୋଞ୍ଜ୍‌ ପଦକ ହାସଲ୍‌ କରିଛନ୍ତି।

ଭାରତ ଆଜି ନୌଚାଳାନରେ ଦୁଇଟି ବ୍ରୋଞ୍ଜ୍‌ ପଦକ ମଧ୍ୟ ଜିତିଛି। ଏହା ସହିତ ଭାରତର ମୋଟ ପଦକ ସଂଖ୍ୟା ୨୩ରେ ପହଞ୍ଚି ଯାଇଛି। ସେଥିରେ ରହିଛି ୬ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୧୩ଟି ବ୍ରୋଞ୍ଜ।

Related story