କୋଲକାତା ଟେଷ୍ଟ୍ ଜିତି ସିରିଜ୍ ହାତେଇଲେ ଭାରତ

କୋଲକାତା: କୋଲକାତାର ଇଡେନ୍‌ ଗାର୍ଡେନ୍‌ରେ ଖେଳା ଯାଇଥିବା ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ୍‌ରେ ଭାରତ ୧୭୮ ରନ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ସିରିଜ୍ ହାତେଇଛି। ୩ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ରେ ଦଳ ୨-୦ରେ ଆଗୁଆ ରହିଛି। ତା’ସହିତ ଆଇସିସି ଟେଷ୍ଟ ମାନ୍ୟତାର ୧ ନମ୍ବର ସ୍ଥାନକୁ ଫେରିଛି ଟିମ୍‌ ଇଣ୍ଡିଆ। ଏହି ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ସମସ୍ତ ୱିକେଟ୍ ହରାଇ ୩୧୬ ରନ୍ କରିଥିଲା। ନ୍ୟୁଜିଲାଣ୍ଡ ଦଳ ପ୍ରଥମ ଇନିଂସରେ […]

kohli

Rakesh Mallick
  • Published: Monday, 03 October 2016
  • , Updated: 03 October 2016, 06:15 PM IST

କୋଲକାତା: କୋଲକାତାର ଇଡେନ୍‌ ଗାର୍ଡେନ୍‌ରେ ଖେଳା ଯାଇଥିବା ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ୍‌ରେ ଭାରତ ୧୭୮ ରନ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ସିରିଜ୍ ହାତେଇଛି। ୩ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ରେ ଦଳ ୨-୦ରେ ଆଗୁଆ ରହିଛି। ତା’ସହିତ ଆଇସିସି ଟେଷ୍ଟ ମାନ୍ୟତାର ୧ ନମ୍ବର ସ୍ଥାନକୁ ଫେରିଛି ଟିମ୍‌ ଇଣ୍ଡିଆ।

ଏହି ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ସମସ୍ତ ୱିକେଟ୍ ହରାଇ ୩୧୬ ରନ୍ କରିଥିଲା। ନ୍ୟୁଜିଲାଣ୍ଡ ଦଳ ପ୍ରଥମ ଇନିଂସରେ ୨୦୪ ରନ୍ କରିଥିଲା। ଦ୍ୱିତୀୟ ଇନିଂସରେ ଭାରତ ୨୬୩ ରନ୍ କରି ଅଲ୍‌ଆଉଟ୍ ହୋଇଯିବା ସହିତ ନ୍ୟୁଜିଲାଣ୍ଡ ପାଇଁ ୩୭୬ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା। ତେବେ ନ୍ୟୁଜିଲାଣ୍ଡ ଦଳ ମାତ୍ର ୧୯୭ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା।

ଆଜି ଭାରତୀୟ ଦଳ ୨୨୭ ରନ୍‌ରୁ ପୁଣି ଖେଳ ଆରମ୍ଭ କରିଥିଲା। ୱିକେଟ୍ କିପର  ରିଦ୍ଧିମାନ ଶାହା ଗତକାଲି ଠାରୁ ୩୯ ରନ୍ କରି ଅପରାଜିତ ଥିବା ବେଳେ ୮ ରନ୍ କରି କ୍ରିଜ୍‌ରେ ରହିଥିଲେ ଭୁବନେଶ୍ୱର କୁମାର।

ଭୁବନେଶ୍ୱର କୁମାର ଆଜି ଆଉ ୧୫ ରନ୍ କରି ଆଉଟ୍ ହୋଇଯାଇଥିଲେ। ମହମ୍ମଦ ସାମି ମାତ୍ର ୧ ରନ୍ କରିଥିଲେ। ପ୍ରଥମ ଇନିଂସ୍‌ରେ ୫୪ ରନ୍ କରି ନଟ୍ ଆଉଟ୍ ରହିଥିବା ରିଦ୍ଧିମାନ ଶାହା ଏହି ଇନିଂସରେ ବି ୫୮ ରନ୍ କରି ନଟ୍ ଆଉଟ୍ ରହିଥିଲେ।

୩୭୬ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିବା ନ୍ୟୁଜିଲାଣ୍ଡ ଦଳର ପ୍ରଥମ ୱିକେଟ୍ ପଡ଼ିଥିଲା ୫୫ ରନ୍‌ରେ। ମେର୍ଟିନ୍ ଗୁପ୍‌ଟିଲ୍‌ ୨୪ ରନ୍ କରି ରବିଚନ୍ଦ୍ରନ ଅଶ୍ୱିନଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ଦ୍ୱିତୀୟ ୱିକେଟ୍ ପଡ଼ିଲା ୧୦୪ ରନ୍‌ରେ। ଆଉଟ୍ ହୋଇଥିଲେ ନିକୋଲ୍‌ସ। ସେ ବି ୨୪ ରନ୍ କରିଥିଲେ। ତା’ପରେ ନ୍ୟୁଜିଲାଣ୍ଡର ଗୋଟିଏ ପରେ ଗୋଟିଏ ୱିକେଟ୍ ପଡ଼ିଗଲା। ଦଳ ପକ୍ଷରୁ ଓପନ୍‌ର ଟମ୍ ଲାଥାମ୍ ସର୍ବାଧିକ ୭୪ ରନ୍ କରିଥିବା ବେଳେ ୬ ଜଣ ବ୍ୟାଟ୍ସମ୍ୟାନ୍ ଏକ ଅଙ୍କ ଟପି ପାରି ନ ଥିଲେ।

ଏହି ଟେଷ୍ଟର ଉଭୟ ଇନିଂସ୍‌ରେ ଅପରାଜିତ ରହି ଯଥାକ୍ରମେ ୫୪ ଓ ୫୮ ରନ୍ କରିଥିବା ଭାରତୀୟ ୱିକେଟ୍ କିପର ରିଦ୍ଧିମାନ ଶାହାଙ୍କୁ ‘ମ୍ୟାନ୍‌ ଅଫ୍ ଦ ମ୍ୟାଚ୍’ ପୁରସ୍କାର ଦିଆଯାଇଛି।

ତୃତୀୟ ତଥା ଶେଷ ଟେଷ୍ଟ୍ ମ୍ୟାଚ୍‌ ଅକ୍ଟୋବର ୮ରୁ ଇନ୍ଦୋରରେ ଖେଳାଯିବ।

Related story