୨-୧ରେ ଭାରତ ଜିତିଲା ଶ୍ରୀଲଙ୍କା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍

ବିଶାଖାପାଟଣା: ଗତ ମାସରେ ୩-୦ରେ ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍‌କୁ ଜିତି ଥିବା ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍‌କୁ ମଧ୍ୟ ଜିତି ଯାଇଛି। ଆଜି ଥିଲା ଶ୍ରୀଲଙ୍କା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍‌ର ତୃତୀୟ ତଥା ଶେଷ ମ୍ୟାଚ୍। ଆଉ ଭାରତ ଏହାକୁ ଅତି ସହଜରେ ଜିତି ଯାଇଛି। ଶ୍ରୀଲଙ୍କାକୁ ମାତ୍ର ୮୨ ରନ୍‌ରେ ଅଲ୍‌ ଆଉଟ୍ କରିବା ପରେ ଘରୋଇ ଦଳ ୧୩.୫ ଓଭରରେ ମ୍ୟାଚ୍ ଜିତି ଯାଇଥିଲା। ଏହା ସହିତ ଭାରତ ୨-୧ରେ […]

aswini

Rakesh Mallick
  • Published: Sunday, 14 February 2016
  • , Updated: 14 February 2016, 05:24 PM IST

ବିଶାଖାପାଟଣା: ଗତ ମାସରେ ୩-୦ରେ ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍‌କୁ ଜିତି ଥିବା ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍‌କୁ ମଧ୍ୟ ଜିତି ଯାଇଛି। ଆଜି ଥିଲା ଶ୍ରୀଲଙ୍କା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍‌ର ତୃତୀୟ ତଥା ଶେଷ ମ୍ୟାଚ୍। ଆଉ ଭାରତ ଏହାକୁ ଅତି ସହଜରେ ଜିତି ଯାଇଛି। ଶ୍ରୀଲଙ୍କାକୁ ମାତ୍ର ୮୨ ରନ୍‌ରେ ଅଲ୍‌ ଆଉଟ୍ କରିବା ପରେ ଘରୋଇ ଦଳ ୧୩.୫ ଓଭରରେ ମ୍ୟାଚ୍ ଜିତି ଯାଇଥିଲା। ଏହା ସହିତ ଭାରତ ୨-୧ରେ ସିରିଜ୍ ଜିତି ଯାଇଛି। ରବିଚନ୍ଦ୍ରନ ଅଶ୍ୱିନଙ୍କୁ ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ଓ ‘ମ୍ୟାନ ଅଫ୍ ଦି ସିରଜ୍’ ପ୍ରଦାନ କରାଯାଇଛି।

ଆଜି ଟସ୍ ଜିତି ଭାରତ ଭ୍ରମଣକାରୀ ଦଳକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଶ୍ରୀଲଙ୍କାର ପୂରା ଟିମ୍ ୧୮ ଓଭରରେ ୮୨ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା। ପୁଣି ଏଥିରେ ଥିଲା ୬ଟି ଅତିରିକ୍ତ ରନ୍। ଅର୍ଥାତ ଦଳର ବ୍ୟାଟ୍ସମ୍ୟାନ୍‌ଙ୍କ ବ୍ୟାଟ୍‌ରୁ ଆସିଥିଲା ମାତ୍ର ୭୬ ରନ୍। ପ୍ରାରମ୍ଭରୁ ହିଁ ଦଳ ଖରାପ ଖେଳିଥିଲା। ପ୍ରଥମ ଓଭରରେ ଦୁଇଟି ୱିକେଟ୍ ପଡ଼ିଥିଲା। ଦୁଇ ଓପନର୍ ଡିକ୍‌ୱେଲା ଓ ଦିଲଶାନ୍ ମାତ୍ର ୧ ରନ୍ ଲେଖାଏଁ କରି ଆଉଟ୍ ହୋଇଯାଇଥିଲେ। ତୃତୀୟ ଓଭରରେ ୮ ରନ୍ କରି ଆଉଟ୍ ହୋଇଯାଇଥିଲେ ଦୀନେଶ ଚାଣ୍ଡିଲା। ଦଳ ପକ୍ଷରୁ ସର୍ବାଧିକ ରନ୍ କରିଥିଲେ ଦାସୁନ ସାନାକା। ସେ ୨୪ଟି ବଲ୍‌ରୁ ୧୯ ରନ୍ କରିଥିଲେ। ତାଙ୍କ ତଳକୁ ୨୦ ବଲ୍‌ରେ ୧୨ ରନ୍ କରି ଥିଲେ ତିସାରା ପେରେରା। ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ପାର୍ କରି ପାରି ନ ଥିଲେ।

ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନ୍ ୪ଟି ୱିକେଟ୍ ନେଇଥିବା ବେଳେ ସୁରେଶ ରାଇନା୨ଟି ଓ ଆଶିଷ ନେହରା, ଯଶପ୍ରୀତ ବୁମରା ଏବଂ ରବୀନ୍ଦ୍ର ଜାଡ଼େଜା ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର୍ କରି ଥିଲେ।

୮୩ ରନ୍‌ର ବିଜୟ ଲକ୍ଷ୍ୟକୁ ଭାରତ ୧୩.୫ ଓଭରରେ ହାସଲ କରି ନେଇଥିଲା। ଦଳ ମାତ୍ର ଗୋଟିଏ ୱିକେଟ୍ ହରାଇ ଭାରତ ଏହି ମ୍ୟାଚ୍ ଜିତିବା ସହିତ ସିରିଜ୍ ହାତେଇ ନେଇଥିଲା। ଶିଖର ଧାୱନ ଅପରାଜିତ ୪୬ ଓ ଆଜିଙ୍କ୍ୟ ରାହାଣେ ଅପରାଜିତ ୨୨ ରନ୍‌ କରି ମ୍ୟାଚ୍‌କୁ ଜିତାଇ ଦେଇଥିଲେ। ଶ୍ରୀଲଙ୍କା ପକ୍ଷରୁ ଦୁଶ୍ମନ୍ତ ଚାମୀର ଗୋଟିଏ ୱିକେଟ୍ ନେଇଥିଲେ।

Related story