ଧୋନି ଧମାଲ ଓ ଚହଲ କମାଲ, ମ୍ୟାଚ୍‌ ଜିତି ଇତିହାସ ରଚିଲା ଟିମ୍‌ ଇଣ୍ଡିଆ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ବିପକ୍ଷ ନିର୍ଣ୍ଣାୟକ ଦିନିକିଆରେ ଉଭୟ ବୋଲିଂ ଓ ବ୍ୟାଟିଂରେ ଜବରଦସ୍ତ ପ୍ରଦର୍ଶନ କରିଛି ଟିମ୍‌ ଇଣ୍ଡିଆ। ଟେଷ୍ଟ୍‌ ଭଳି ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ମାଟିରେ ଦ୍ୱିପାକ୍ଷିକ ଦିନିକିଆ ସିରିଜ୍‌ ଜିତିବାର ଇତିହାସ ରଚିଛି ବିରାଟ୍‌ ବାହିନୀ। ଆଜି ତୃତୀୟ ଦିନିକିଆରେ ପ୍ରଥମେ ବୋଲିଂରେ କମାଲ ଦେଖାଇଥିଲେ ରିଷ୍ଟ ସ୍ପିନର ୟୁଜବେନ୍ଦର ଚହଲ। ସେହିଭଳି ବ୍ୟାଟିଂରେ ଧମାଲ ମଚାଇଛନ୍ତି ଭେଟରାନ୍‌ ମହେନ୍ଦ୍ର ସିଂହ ଧୋନି। ସେ ଭାରତକୁ ୭ ୱିକେଟ୍‌ରେ ମ୍ୟାଚ୍‌ ଜିତାଇବା ସହ […]

india-won

Hemant Lenka
  • Published: Friday, 18 January 2019
  • , Updated: 18 January 2019, 05:38 PM IST

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ବିପକ୍ଷ ନିର୍ଣ୍ଣାୟକ ଦିନିକିଆରେ ଉଭୟ ବୋଲିଂ ଓ ବ୍ୟାଟିଂରେ ଜବରଦସ୍ତ ପ୍ରଦର୍ଶନ କରିଛି ଟିମ୍‌ ଇଣ୍ଡିଆ। ଟେଷ୍ଟ୍‌ ଭଳି ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ମାଟିରେ ଦ୍ୱିପାକ୍ଷିକ ଦିନିକିଆ ସିରିଜ୍‌ ଜିତିବାର ଇତିହାସ ରଚିଛି ବିରାଟ୍‌ ବାହିନୀ।

ଆଜି ତୃତୀୟ ଦିନିକିଆରେ ପ୍ରଥମେ ବୋଲିଂରେ କମାଲ ଦେଖାଇଥିଲେ ରିଷ୍ଟ ସ୍ପିନର ୟୁଜବେନ୍ଦର ଚହଲ। ସେହିଭଳି ବ୍ୟାଟିଂରେ ଧମାଲ ମଚାଇଛନ୍ତି ଭେଟରାନ୍‌ ମହେନ୍ଦ୍ର ସିଂହ ଧୋନି। ସେ ଭାରତକୁ ୭ ୱିକେଟ୍‌ରେ ମ୍ୟାଚ୍‌ ଜିତାଇବା ସହ ପୁଣିଥରେ ନିଜ ଅଭିଜ୍ଞତାର ପ୍ରମାଣ ଦେଖାଇଛନ୍ତି। ଧୋନି ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୮୭ ରନ୍‌ର ଇନିଂସ୍‌ ଖେଳିଛନ୍ତି। ସେହିପରି କେଦାର ଯାଦବ ଅପରାଜିତ ୬୧ ରନ୍‌ କରିଛନ୍ତି।  ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ବିରାଟ୍‌ କୋହଲି ୪୬ କରିଥିଲେ।

ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୩୦ ରନ୍‌ କରିଥିବା ବେଳେ ଭାରତ ୪୯.୨ ଓଭର୍‌ରେ ୩ ୱିକେଟ୍‌ ହରାଇ ୨୩୪ରନ୍‌ କରିଛି।

ଘାତକ ବୋଲିଂ ପାଇଁ ଚହଲଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚନା କରାଯାଇଛି। ସେ ୪୨ ରନ୍‌ ବ୍ୟୟକରି ୬ଟି ୱିକେଟ୍‌ ହାସଲ କରିଛନ୍ତି। ଭାରତ ଅଷ୍ଟ୍ରେଲିଆକୁ ୨-୧ରେ ହରାଇ ସିରିଜ୍‌ ଜିତିଛି ଏବଂ ମହେନ୍ଦ୍ର ସିଂହ ଧୋନି ପ୍ଲେୟର ଅଫ୍‌ ଦି ସିରିଜ୍‌ ବିବେଚିତ ହୋଇଛନ୍ତି।

ଅଷ୍ଟ୍ରେଲିଆ ଦେଇଥିବା ୨୩୧ ରନ୍‌ର ଟାର୍ଗେଟକୁ ପିଛା କରୁଥିବା ଟିମ୍‌ ଇଣ୍ଡିଆ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳୀୟ ସ୍କୋର ୧୫ ଥିବା ବେଳେ ଓପନର ରୋହିତ ଶର୍ମା ୯ ରନ୍‌ କରି ପ୍ୟାଭିଲିୟନ୍‌ ଫେରିଥିଲେ। ଏହାପରେ କିଛି ସମୟରେ ଅନ୍ୟତମ ଓପନର ଶିଖର ଧୱନଙ୍କ ସହ ମିଶି ବିରାଟ୍‌ ସ୍ଥିତି ସମ୍ଭାଳିଥିଲେ।

ତେବେ ଦଳୀୟ ସ୍କୋର ୫୯ ଥିବା ବେଳେ ଧୱନ୍‌ ବ୍ୟକ୍ତିଗତ ୨୩ ରନ୍‌ କରି ପ୍ୟାଭିଲିୟନ୍‌ ଫେରିଥିଲେ। ପ୍ରମୋସନ ପାଇ ୪ ନଂ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ମହେନ୍ଦ୍ର ସିଂହ ଧୋନି ୩ୟ ୱିକେଟ୍‌ ପାଇଁ ବିରାଟ୍‌ଙ୍କ ସହ ମିଶି ୫୪ ରନ୍‌ର ଭାଗୀଦାରି କରିଥିଲେ। ଉଭୟ ସ୍କୋରକୁ ଆଗକୁ ନେଉଥିବା ବେଳେ ବିରାଟ୍‌ ଭୁଲ ଶଟ୍‌ ଖେଳି ଆଉଟ୍ ହୋଇଯାଇଥିଲେ। ଆଉଟ୍‌ ହେବା ପୂର୍ବରୁ ସେ ୪୬ ରନ୍‌ର ଇନିଂସ୍‌ ଖେଳିଥିଲେ। ବିରାଟ୍‌ ଆଉଟ୍‌ ହେବା ପରେ କ୍ରିଜ୍‌କୁ ଆସିଥିଲେ କେଦାର ଯାଦବ। ସିରିଜ୍‌ରେ ପ୍ରଥମ ମ୍ୟାଚ୍‌ ଖେଳୁଥିବା କେଦାର କାହାକୁ ନିରାଶ କରି ନଥିଲେ। ସେ ଧୋନିଙ୍କ ସହ ମିଶି ୫ମ ୱିକେଟ ପାଇଁ ୧୨୧ ରନ୍‌ର ଭାଗୀଦାରି କରିଥିଲେ।

ଇତି ମଧ୍ୟରେ ଧୋନି ସିରିଜ୍‌ରେ କ୍ରମାଗତ ୩ୟ ଅର୍ଦ୍ଧଶତକ ହାସଲ କରିଥିଲେ। ସେହପରି ଏହା ତାଙ୍କ ଦିନିକିଆ କ୍ୟାରିୟର୍‌ର ୭୦ତମ ଅର୍ଦ୍ଧଶତକ। କେଦାର ଯାଦବ ମଧ୍ୟ ୫୨ଟି ବଲ୍‌ରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଉଭୟ ଦଳୀୟ ସ୍କୋରକୁ ୪୮ ଓଭର ସୁଦ୍ଧା ୨୧୭ରେ ପହଞ୍ଚାଇଥିଲେ।

ଶେଷ ୨ ଓଭର୍‌ରେ ଭାରତକୁ ୧୪ ରନ୍‌ ଦରକାର ଥିଲା। ଧୋନି ଷ୍ଟ୍ରାଇକ୍‌ କରୁଥିବା ବେଳେ ସାମ୍ନାରେ ଥିଲେ। ସିଡିଲ୍‌। ଏହି ଓଭରେ ଉଭୟ ଧୋନି ଓ କେଦାର ମିଳିତ ଭାବେ ୧୩ ରନ୍‌ ହାସଲ କରିଥିଲେ। ବିଶେଷ କରି କେଦାର ନିଜର ବିସ୍ଫୋରକ ରୂପ ଦେଖାଇଥିଲେ।

ଶେଷ ଓଭର୍‌ରେ ମାତ୍ର ୧ ରନ୍‌ ଥିବା ବେଳେ କେଦାର ଯାଦବ ଚୌକା ମାରି ଭାରତର ବିଜୟର ମୁଣ୍ଡି ମାରିଥିଲେ।

ଏଥିସହ ଭାରତ ୪ଟି ବଲ୍‌ ପୂର୍ବରୁ ବିଜୟ ଲାଭ କରିଥିଲା। ଧୋନି ଶେଷ ପର୍ଯ୍ୟନ୍ତ ୮୭ ଓ କେଦାର ଯାଦବ ୬୧ ରନ୍‌ କରି ଅପରାଜିତ ରହିଥିଲେ। ଏଥିସହିତ ଭାରତ ପୁଣିଥରେ ୭ ୱିକେଟ୍‌ରେ ବିଜୟ ଲାଭ କରିଥିଲା।

ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟୋଇନିସ୍‌, ରିଚାର୍ଡସନ୍‌ ଓ ପିଟିର ସିଡିଲ୍‌ ଗୋଟିଏ ଲେଖାଏ ୱିକେଟ୍‌ ନେଇଛନ୍ତି।
ଏହାପୂର୍ବରୁ ଅଷ୍ଟ୍ରେଲିଆ ପିଟର ହ୍ୟାଣ୍ଡସ୍କମ୍ବଙ୍କ ୫୮ ରନ୍‌ ବଳରେ ୨୩୦ କରି ଅଲଆଉଟ୍‌ ହୋଇଯାଇଥିଲା।

Related story