୧୮ ବର୍ଷରୁ କମ୍ ଏସିଆ କପ୍ ହକିରେ ଭାରତ ଚାମ୍ପିଅନ୍

ନୂଆଦିଲ୍ଲୀ: ଚତୁର୍ଥ ୧୮ ବର୍ଷରୁ କମ୍ ପୁରୁଷ ଏସିଆ କପ୍ ହକି ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ୍‌ ହୋଇଛି ଭାରତ। ଆଜି ବାଂଲାଦେଶର ରାଜଧାନୀ ଢାକାରେ ଖେଳା ଯାଇଥିବା ଫାଇନାଲ୍ ମ୍ୟାଚ୍‌ରେ ଭାରତୀୟ ଦଳ ବାଂଲାଦେଶକୁ ୫-୪ ଗୋଲରେ ହରାଇ ଚାମ୍ପିଅନ୍ ହୋଇଛି। ଏହା ସହିତ ବାଂଲାଦେଶ ଉପରେ ଭାରତୀୟ ଦଳ ପ୍ରତିଶୋଧ ମଧ୍ୟ ନେଇଛି। ଗତ ଶନିବାର ଏହି ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତୀୟ ଦଳ ବାଂଲାଦେଶଠାରୁ ୪-୫ ଗୋଲରେ ହାରି ଯାଇଥିଲା। ସେମି ଫାଇନାଲରେ ପାକିସ୍ତାନକୁ ହରାଇ […]

hockeyteam

Rakesh Mallick
  • Published: Friday, 30 September 2016
  • , Updated: 30 September 2016, 05:39 PM IST

ନୂଆଦିଲ୍ଲୀ: ଚତୁର୍ଥ ୧୮ ବର୍ଷରୁ କମ୍ ପୁରୁଷ ଏସିଆ କପ୍ ହକି ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ୍‌ ହୋଇଛି ଭାରତ। ଆଜି ବାଂଲାଦେଶର ରାଜଧାନୀ ଢାକାରେ ଖେଳା ଯାଇଥିବା ଫାଇନାଲ୍ ମ୍ୟାଚ୍‌ରେ ଭାରତୀୟ ଦଳ ବାଂଲାଦେଶକୁ ୫-୪ ଗୋଲରେ ହରାଇ ଚାମ୍ପିଅନ୍ ହୋଇଛି। ଏହା ସହିତ ବାଂଲାଦେଶ ଉପରେ ଭାରତୀୟ ଦଳ ପ୍ରତିଶୋଧ ମଧ୍ୟ ନେଇଛି। ଗତ ଶନିବାର ଏହି ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତୀୟ ଦଳ ବାଂଲାଦେଶଠାରୁ ୪-୫ ଗୋଲରେ ହାରି ଯାଇଥିଲା।

ସେମି ଫାଇନାଲରେ ପାକିସ୍ତାନକୁ ହରାଇ ଫାଇନାଲ୍‌ରେ ପ୍ରବେଶ କରିଥିଲା ଭାରତ।

ସୂଚନାଯୋଗ୍ୟ, ଭାରତୀୟ ଦଳର ନେତୃତ୍ୱ ନେଇଥିଲେ ଓଡ଼ିଶାର ସଞ୍ଜୀପ ନୀଲମ ଖେସ୍।

Related story