ରାଜ୍ୟଗୋଷ୍ଠୀ କ୍ରୀଡ଼ା: ସୁଟିଂରୁ ପୁଣି ଆସିଲା ସ୍ୱର୍ଣ୍ଣ

ଗୋଲ୍ଡକୋଷ୍ଟ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ଶୁକ୍ରବାର ପ୍ରଦର୍ଶନ ସ୍ୱର୍ଣ୍ଣ ଓ ରୌପ୍ୟ ଜିତିବାରୁ ଆରମ୍ଭ ହୋଇଛି। ସୁଟିଂର ୫୦ ମିଟର ମହିଳା ବର୍ଗର ରାଇଫଲ୍‌ ପ୍ରତିଯୋଗିତାରେ ତେଜସ୍ୱିନୀ ସାୱନ୍ତ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଅଞ୍ଜୁମ ମୁଦଗିଲଙ୍କୁ ମିଳିଛି ରୌପ୍ୟ। ଏଥିସହିତ ତେଜସ୍ୱିନୀ ୪୫୭.୯ ପଏଣ୍ଟ ହାସଲ କରି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରେକର୍ଡ ସୃଷ୍ଟି କରିଛନ୍ତି। ଏହି ଦୁଇ ପଦକକୁ ମିଶାଇ ଭାରତର ପଦକ ସଂଖ୍ୟା ୩୨ରେ ପହଞ୍ଚିଛି। ଏଥିରେ ୧୫ଟି ସ୍ୱର୍ଣ୍ଣ, ୭ଟି ରୌପ୍ୟ ଓ […]

shooting

Rakesh Mallick
  • Published: Friday, 13 April 2018
  • , Updated: 13 April 2018, 09:53 AM IST

ଗୋଲ୍ଡକୋଷ୍ଟ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ଶୁକ୍ରବାର ପ୍ରଦର୍ଶନ ସ୍ୱର୍ଣ୍ଣ ଓ ରୌପ୍ୟ ଜିତିବାରୁ ଆରମ୍ଭ ହୋଇଛି। ସୁଟିଂର ୫୦ ମିଟର ମହିଳା ବର୍ଗର ରାଇଫଲ୍‌ ପ୍ରତିଯୋଗିତାରେ ତେଜସ୍ୱିନୀ ସାୱନ୍ତ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଅଞ୍ଜୁମ ମୁଦଗିଲଙ୍କୁ ମିଳିଛି ରୌପ୍ୟ। ଏଥିସହିତ ତେଜସ୍ୱିନୀ ୪୫୭.୯ ପଏଣ୍ଟ ହାସଲ କରି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରେକର୍ଡ ସୃଷ୍ଟି କରିଛନ୍ତି।

ଏହି ଦୁଇ ପଦକକୁ ମିଶାଇ ଭାରତର ପଦକ ସଂଖ୍ୟା ୩୨ରେ ପହଞ୍ଚିଛି। ଏଥିରେ ୧୫ଟି ସ୍ୱର୍ଣ୍ଣ, ୭ଟି ରୌପ୍ୟ ଓ ୧୦ଟି ବ୍ରୋଞ୍ଜ ପଦକ ରହିଛି। ୨୦୧୪ ବର୍ଷରେ ମଧ୍ୟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ୧୫ଟି ଗୋଲ୍ଡ ମେଡାଲ ଜିତିଥିଲା।

Related story