ମହିଳା କ୍ରିକେଟର ଶିଖା ପାଣ୍ଡେ ସମ୍ବର୍ଦ୍ଧିତ

ନୂଆଦିଲ୍ଲୀ: ନିକଟରେ ଅଷ୍ଟ୍ରେଲିଆରେ ଶେଷ ହୋଇଥିବା ଆଇସିସି ମହିଳା ଟି-୨୦ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିବା ଭାରତୀୟ ପେସ୍ ବୋଲର ଶିଖା ପାଣ୍ଡେଙ୍କୁ ଶନିବାର ସମ୍ବର୍ଦ୍ଧିତ କରାଯାଇଛି। ତାଙ୍କୁ ଏୟାର ମାର୍ଶଲ୍ ଏମଜିଏସ୍ ମେମନ୍ ସମ୍ବର୍ଦ୍ଧିତ କରିଛନ୍ତି। ଶିଖା ଭାରତୀୟ ବାୟୁସେନାରେ ସ୍କ୍ୱାଡନ୍ ଲିଡର୍ ଅଛନ୍ତି। ଇଣ୍ଡିଆନ୍ ଏୟାର ଫୋର୍ସର ଟ୍ୱିଟର୍ ହ୍ୟାଣ୍ଡଲରେ ତାଙ୍କର ଏକ ଫଟୋ ଶେଆର୍ କରାଯାଇଛି। ମହିଳା ଟି-୨୦ ବିଶ୍ୱକପରେ ଶିଖା ୭ଟି ୱିକେଟର ସଫଳତା ପାଇଥିଲେ। କିନ୍ତୁ ଫାଇନାଲରେ ତାଙ୍କ ପ୍ରଦର୍ଶନ […]

SHIKHA

Ranjit Kumar Jena
  • Published: Saturday, 14 March 2020
  • , Updated: 14 March 2020, 04:21 PM IST

ନୂଆଦିଲ୍ଲୀ: ନିକଟରେ ଅଷ୍ଟ୍ରେଲିଆରେ ଶେଷ ହୋଇଥିବା ଆଇସିସି ମହିଳା ଟି-୨୦ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିବା ଭାରତୀୟ ପେସ୍ ବୋଲର ଶିଖା ପାଣ୍ଡେଙ୍କୁ ଶନିବାର ସମ୍ବର୍ଦ୍ଧିତ କରାଯାଇଛି। ତାଙ୍କୁ ଏୟାର ମାର୍ଶଲ୍ ଏମଜିଏସ୍ ମେମନ୍ ସମ୍ବର୍ଦ୍ଧିତ କରିଛନ୍ତି। ଶିଖା ଭାରତୀୟ ବାୟୁସେନାରେ ସ୍କ୍ୱାଡନ୍ ଲିଡର୍ ଅଛନ୍ତି।

ଇଣ୍ଡିଆନ୍ ଏୟାର ଫୋର୍ସର ଟ୍ୱିଟର୍ ହ୍ୟାଣ୍ଡଲରେ ତାଙ୍କର ଏକ ଫଟୋ ଶେଆର୍ କରାଯାଇଛି। ମହିଳା ଟି-୨୦ ବିଶ୍ୱକପରେ ଶିଖା ୭ଟି ୱିକେଟର ସଫଳତା ପାଇଥିଲେ। କିନ୍ତୁ ଫାଇନାଲରେ ତାଙ୍କ ପ୍ରଦର୍ଶନ ସେତେଟା ଭଲ ରହିନଥିଲା, ଯେଉଁକାରଣରୁ ଭାରତ ଅଷ୍ଟ୍ରେଲିଆ ନିକଟରୁ ହାରି ଟାଇଟଲରୁ ବଞ୍ଚିତ ହୋଇଥିଲା।

ଅଷ୍ଟ୍ରେଲିଆରେ ଖେଳାଯାଇଥିବା ଟି-୨୦ ବିଶ୍ୱକପର ଗ୍ରୁପ୍ ପର୍ଯ୍ୟାୟରେ ଭାରତୀୟ ମହିଳା ଟିମର ପ୍ରଦର୍ଶନ ଜବରଦସ୍ତ ରହିଥିଲା ଏବଂ ସେମାନେ ଅପରାଜେୟ ରହି ଫାଇନାଲ୍ ଟିକେଟ୍ କାଟିଥିଲେ। ସେମିଫାଇନାଲରେ ଭାରତର ସାମ୍ନା ଇଂଲଣ୍ଡ ସହ ହେବାର ଥିଲା, କିନ୍ତୁ ବର୍ଷା କାରଣରୁ ଏହି ମୁକାବିଲା ବାତିଲ ହୋଇଯାଇଥିଲା। ଗ୍ରୁପ୍‌-ଏ'ରେ ଶୀର୍ଷରେ ରହିବା କାରଣରୁ ଭାରତୀୟ ଟିମ୍ ଫାଇନାଲରେ ସ୍ଥାନ ପକ୍କା କରିଥିଲା, କିନ୍ତୁ ଅଷ୍ଟ୍ରେଲିଆ ଟିମ୍ ସେମାନଙ୍କର ପ୍ରଥମଥର ଟାଇଟଲ୍ ଜିତିବା ସ୍ୱପ୍ନ ଧୂଳିସାତ୍ କରିଦେଇଥିଲା।

Related story