- Videos
- National
- ଏସିଆନ୍ ଆଥଲେଟିକ୍ ଚାମ୍ପିୟନସିପ୍: ଭୁବନେଶ୍ୱରରେ ଜମିଲାଣି ଆଥଲେଟ୍ଙ୍କ ଭିଡ଼, ଅଭ୍ୟାସ ଜୋରଦାର
ଏସିଆନ୍ ଆଥଲେଟିକ୍ ଚାମ୍ପିୟନସିପ୍: ଭୁବନେଶ୍ୱରରେ ଜମିଲାଣି ଆଥଲେଟ୍ଙ୍କ ଭିଡ଼, ଅଭ୍ୟାସ ଜୋରଦାର
- Published: Thursday, 29 June 2017
- , Updated: 29 June 2017, 09:06 PM IST
<p>ଭୁବନେଶ୍ୱର: ଆସନ୍ତା ୫ ତାରିଖରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଉଦ୍‌ଘାଟନ ହେବ ଏସିଆନ୍ ଆଥଲେଟିକ୍‌ ଚାମ୍ପିୟନ୍ସିପ୍। ଗତକାଲି ୯୫ ଜଣିଆ ଭାରତୀୟ ଦଳ ଘୋଷଣା ହେବା ପରେ ଧୀରେ ଧୀରେ ଆଥଲେଟ୍ ମାନେ ଭୁବନେଶ୍ୱରରେ ପହଞ୍ଚିବାରେ ଲାଗିଛନ୍ତି। ଗତକାଲି ୧୭ ଜଣ ଆଥଲେଟ୍‌ ଓ କୋଚ ପହଞ୍ଚି ଥିବାବେଳେ ଆଜି ଅପରାହ୍ନରେ ଆଉ ୪୨ ଜଣ ଆଥଲେଟ ଓ କୋଚ ପହଞ୍ଚିଛନ୍ତି। ୨ ଜଣ ଓଡ଼ିଆ ଆଥଲେଟ ଜଉନା ମୁର୍ମୁ ଓ ଦୂତୀ ଚାନ୍ଦ୍ ମଧ୍ୟ ଆଜି ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଭାରତକୁ ନିଶ୍ଚିତ ସ୍ୱର୍ଣ୍ଣ ପଦକ ଦେବେ ବୋଲି ଆଶା କରାଯାଉଥିବା ସଟଫୁଟ୍ ଥ୍ରୋଓର୍ ବିକାଶ ଗୌଡ଼ା ମଧ୍ୟ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଆଜି ସଂନ୍ଧ୍ୟାବେଳେ ଅନେକ ଆଥଲେଟ୍‌ ଗ୍ରାଉଣ୍ଡ ଯାଇ ଅଭ୍ୟାସ କରିଛନ୍ତି। ଅନ୍ୟପଟେ ଆଜି ସକାଳେ ଭାରତର ଦୃତତମ ଧାବକ ତଥା ଓଡିଆ ସ୍ପିଣ୍ଟର ଅମୀୟ ମଲ୍ଲିକ ଓ ସହଯୋଗୀ ଆଥଲେଟ୍‌ମାନେ ଗ୍ରାଉଣ୍ଡକୁ ଯାଇ ଅଭ୍ୟାସ କରିଥିଲେ।</p>