ନୂଆଦିଲ୍ଲୀ: କରୋନା ଭାଇରସ୍ ବିରୋଧରେ ସାରା ଭାରତ ଏକଜୁଟ ହୋଇଛି। ଏହି ମହାମାରୀରୁ ରକ୍ଷା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ମାର୍ଚ୍ଚ ୨୨ ତାରିଖ ଅର୍ଥାତ୍ ରବିବାର ଦିନକୁ ଜନତା କର୍ଫ୍ୟୁ ରୂପେ ପାଳନ କରାଯାଇଥିଲା। ଏଥିରେ ମଧ୍ୟ ପୂରା ଦେଶବାସୀ ସାମିଲ୍ ହୋଇଥିଲେ।
Thank you PM @narendramodi ji for leading us.
Thank you doctors, medical staff and all officials for protecting us.Thank you citizens of India for uniting against #CaronaVirus#JantaCurfew #5baje5minute #clapforourcarers #Shankh #Covid_19india #clapping pic.twitter.com/CmXVnfJjgJ— Col Rajyavardhan Rathore (@Ra_THORe) March 22, 2020
ତେବେ ଅପରାହ୍ଣ ୫ଟା ବେଳେ ଯାହା ହେଲା, ତାହା ହୁଏତ ଭାରତ ଇତିହାସରେ କେବେ ହୋଇନଥିଲା। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଅପରାହ୍ଣ ୫ଟା ବେଳେ ପୂରା ଦେଶବାସୀ ତାଳି, ଘଣ୍ଟ, ଥାଳି ବଜାଇ ଜରୁରୀକାଳୀନ ସେବା ପ୍ରଦାନକାରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଏଥିରେ ଯେ କେବଳ ସାଧାରଣ ଲୋକେ ନୁହଁନ୍ତି ବରଂ ଦେଶର ଅନେକ ସେଲିବ୍ରିଟି ଓ କ୍ରୀଡ଼ାବିତ୍ ମଧ୍ୟ ନିଜକୁ ସାମିଲ୍ କରିଥିଲେ।
Let us all come together and give a round of applause to the heroes who are working in this pandemic in keeping the world safe!
It's time to let your cheers, echo out loud 👏🏼 👏🏼 👏🏼@narendramodi pic.twitter.com/YpUD5MHGrf
— Delhi Capitals (@DelhiCapitals) March 22, 2020
ଭାରତର ପୂର୍ବତନ ଅଲିମ୍ପିକ୍ସ ପଦକ ବିଜେତା ତଥା ସାଂସଦ ରାଜ୍ୟବର୍ଦ୍ଧନ ସିଂହ ମୋଦିଙ୍କ ଏହି ଆହ୍ୱାନକୁ ବିପୁଳ ସମର୍ଥନ କରିଛନ୍ତି। ସେ ଟ୍ୱିଟରରେ ଏକ ଭିଡିଓ ଶେଆର୍ କରିଛନ୍ତି, ଯେଉଁଥିରେ ସେ କହିଛନ୍ତି, ଦେଶର ନେତୃତ୍ୱ ନେଉଥିବାରୁ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କୁ ଧନ୍ୟବାଦ। ଏହାସହ ଆମକୁ ସୁରକ୍ଷା ଦେଉଥିବା ଡାକ୍ତର, ମେଡିକାଲ୍ ଷ୍ଟାଫ୍ ଏବଂ ସମସ୍ତ ଅଫିସିଆଲ୍ସଙ୍କୁ ମଧ୍ୟ ଧନ୍ୟବାଦ। କରୋନା ବିରୋଧରେ ସବୁ ଭାରତୀୟ ନାଗରିକ ଏକଜୁଟ୍ ହୋଇଥିବାରୁ ଅଶେଷ ଧନ୍ୟବାଦ।
United in this fight against #COVID19. A big thank you to our doctors and the medical fraternity!#JanataCurfew
Shri. @narendramodi Ji pic.twitter.com/nj1KoR7NhS— P.T. USHA (@PTUshaOfficial) March 22, 2020
ସେହିପରି ପୂର୍ବତନ କିମ୍ବଦନ୍ତୀ ଆଥଲେଟ୍ ପିଟି ଉଷା ଟ୍ୱିଟରରେ ଫଟୋ ପୋଷ୍ଟ କରି କହିଛନ୍ତି, କୋଭିଡ-୧୯ ମହାମାରୀ ଆମକୁ ଲଢ଼ିବା ପାଇଁ ଏକାଠି କରିଛି। ସମସ୍ତ ଡାକ୍ତର ଏବଂ ମେଡିକାଲ୍ ୟୁନିଟକୁ ବହୁତ ଧନ୍ୟବାଦ । ପିଟି ଉଷା ଏହି ଟ୍ୱିଟକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟ୍ୟାଗ୍ କରିଛନ୍ତି।
Big Big Thank you to all doctors,nurses,bankers,police,Cisf,chemists, and everyone who r risking their lives to save many lives...well done India for obeying this janta curfew.. please keep safe and let’s pray for everyone’s well being 🙏🙏🙏❤️❤️ 🇮🇳 pic.twitter.com/L4QpiXpojQ
— Harbhajan Turbanator (@harbhajan_singh) March 22, 2020
ଭାରତର ଷ୍ଟାର୍ ସ୍ପିନର ହରଭଜନ ସିଂହ ଫଟୋ ପୋଷ୍ଟ କରି ଲେଖିଛନ୍ତି, ସମସ୍ତ ଡାକ୍ତର, ନର୍ସ, ବ୍ୟାଙ୍କର୍ସ, ପୁଲିସ୍, ସିଆଇଏସଏଫ୍, କେମିଷ୍ଟ ଏବଂ ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇ ଆମକୁ ସୁରକ୍ଷା ପ୍ରଦାନ କରୁଛନ୍ତି, ସେମାନଙ୍କୁ ବହୁତ ଧନ୍ୟବାଦ। ଜନତା କର୍ଫ୍ୟୁର ପାଳନ କରିଥିବାରୁ ସମସ୍ତ ଭାରତବାସୀଙ୍କୁ ମୋର ଶୁଭେଚ୍ଛା। ସମସ୍ତେ ସୁରକ୍ଷିତ ଏବଂ ସୁସ୍ଥ ରୁହନ୍ତି।
Here's a grand round of applause for the spirit of an undying togetherness from our #IndianEves, clapping in solidarity for a better tomorrow! 👏🇮🇳
#IndiaKaGame#JantaCurfew@imranirampal pic.twitter.com/5DILEqSTCh
— Hockey India (@TheHockeyIndia) March 22, 2020
ରେସଲର୍ ଭିନେଶ୍ ଫୋଗଟ୍ କହିଛନ୍ତି, ଯେଉଁମାନେ ବିନା କୌଣସି କଷ୍ଟରେ ଆମ ପାଇଁ ଦିନରାତି କାମ କରୁଛନ୍ତି, ସେମାନଙ୍କୁ ସଲାମ୍। ଭାରତକୁ ଏଭଳି ଏକଜୁଟ୍ ହେବା ଦେଖି ନିଜକୁ ଗର୍ବିତ ମନେ କରୁଛି।
Salute to all those who are working tirelessly 👏👏 What a feeling to see india on a united front against this battle.!! 🇮🇳🙏 #Covid_19india pic.twitter.com/yCsEUF0iAk
— Vinesh Phogat (@Phogat_Vinesh) March 22, 2020
ଦେଶର ଅନ୍ୟତମ ଷ୍ଟାର୍ ରେସଲର୍ ବଜରଙ୍ଗ ପୁନିଆ କହିଛନ୍ତି, ଆମ ସ୍ୱାସ୍ଥ୍ୟ ପାଇଁ ଯତ୍ନବାନ ସମସ୍ତ କର୍ମଚାରୀ ଏବଂ କୋଭିଡ୍-୧୯ ବିରୋଧରେ ଲଢ଼ୁଥିବା ସମସ୍ତ ଜନସାଧାରଣଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ଆପଣ ସମସ୍ତେ ଅସଲ୍ ହିରୋ ଏବଂ ମୁଁ ସମସ୍ତଙ୍କୁ ସଲାମ୍ କରୁଛି।
I thank all the health-care workers and all the people in the frontline fighting COVID-19. You are the real heroes I salute you 🙏🏽 pic.twitter.com/U9FxPpJCup
— Bajrang Punia 🇮🇳 (@BajrangPunia) March 22, 2020
#JantaCurfew pic.twitter.com/MMtjDpHVfe
— Sjoerd Marijne (@SjoerdMarijne) March 22, 2020
This was the best feeling in the world!! It felt like a war cry...we r all in this together. I have never before felt such unity in the air. No diwali, no holi, christmas have ever brought us together.
Lets do this everyday till its over Lets all be together #IndiaFightsCorona pic.twitter.com/2KMfXCzrrS— Heena SIDHU (@HeenaSidhu10) March 22, 2020
ଭାରତର ଷ୍ଟାର୍ ଶୁଟର୍ ହୀନା ସିଦ୍ଧୁ ଟ୍ୱିଟ୍ କରିଛନ୍ତି, ମୋ ମତରେ ଏହା ହିଁ ଦୁନିଆର ସବୁଠାରୁ ଭଲ ଅନୁଭୂତି। ଏହା ଏକ ଯୁଦ୍ଧର ଆର୍ତ୍ତନାଦ ବୋଲି ଲାଗୁଛି । ଆମେ ସମସ୍ତେ ଏକଜୁଟ୍ ହୋଇଛି । ମୁଁ ପୂର୍ବରୁ କେବେବି ଏଭଳି ଏକତା ଦେଖିବାକୁ ପାଇନାହିଁ। କୌଣସି ଦୀପାବଳି, ହୋଲି, ଖ୍ରୀଷ୍ଟମାସ ଆମକୁ ଏମିତି ଏକାଠି କରିନଥିଲା। କରୋନା ଭାଇରସ୍ ନଯିବା ଯାଏ, ଆମ ସମସ୍ତଙ୍କୁ ପ୍ରତିଦିନ ଏମିତି କରିବା ଦରକାର।
Saluting our heroes who are working day and night to protect us from Covid-19. #SaluteCoronaFighters #StayHomeStaySafe pic.twitter.com/nYk0FYfKVg
— Manika Batra (@manikabatra_TT) March 22, 2020
ପୂର୍ବତନ କ୍ରିକେଟର୍ ମହମ୍ମଦ କୈଫ୍ ନିଜର ଘର ବାଲକୋନୀରେ ତାଳିମାରି ସେବା ପ୍ରଦାନକାରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ତାଙ୍କ ବ୍ୟତୀତ ଭାରତର ଟେବୁଲ୍ ଟେନିସ୍ ଖେଳାଳି ମନିକା ବାତ୍ରା, ବ୍ୟାଡମିଣ୍ଟନ୍ ତାରକା ପରୁପଲ୍ଲୀ କଶ୍ୟପ୍ ଓ ଭାରତୀୟ ମହିଳା ହକି ଟିମ୍ କୋଚ୍ ମାରିନ୍ ମଧ୍ୟ ତାଳି ଓ ଘଣ୍ଟ ଦ୍ୱାରା ନିଆରା ଢଙ୍ଗରେ ଏହି ଜନତା କର୍ଫ୍ୟୁର ପାଳନ କରିଥିଲେ।
Out in the balcony to thank one and all who are leaving no stone unturned to make India Corona free. 👏🏼👏🏼🇮🇳#JantaCurfew #5baje5minute #Covid_19india pic.twitter.com/q9Lajfn1j2
— Mohammad Kaif (@MohammadKaif) March 22, 2020
#IndiaComeTogether 🇮🇳 🇮🇳 #JantaCurfew #Covid_19india #CoronavirusPandemic Thank you 🙏🙏🙏 pic.twitter.com/4eWvgn69At
— Parupalli Kashyap (@parupallik) March 22, 2020
ଅନ୍ୟପକ୍ଷରେ ଆଇପିଏଲ୍ ଫ୍ରାଞ୍ଚାଇଜି ଦିଲ୍ଲୀ କ୍ୟାପିଟାଲ୍ସ, ହକି ଇଣ୍ଡିଆ, ଆଥଲେଟିକ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ ମଧ୍ୟ ଏହି ପ୍ରୟାସରେ ସାମିଲ୍ ହୋଇଛନ୍ତି।