ଗୋଲ୍ଡେନ୍ ଗାର୍ଲ ଚାମ୍ପିୟନଶିପ୍‌: ଭାରତୀୟ ବକ୍ସର ଜିତିଲେ ୬ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ସ୍ୱିଡେନର ବୋରାସଠାରେ ଅନୁଷ୍ଠିତ ଗୋଲ୍ଡେନ୍ ଗାର୍ଲ ଚାମ୍ପିୟନଶିପରେ ଭାରତୀୟ ଜୁନିୟର ଓ ୟୁଥ୍ ବକ୍ସର ଜବରଦସ୍ତ ପ୍ରଦର୍ଶନ କରି ୬ ସ୍ୱର୍ଣ୍ଣ ସମେତ ମୋଟ ୧୪ ପଦକ ଜିତିଛନ୍ତି। ଏହି ସଫଳତା ପାଇଁ ଭାରତକୁ ଚାମ୍ପିୟନ୍ ଟ୍ରଫି ଏବଂ ଶ୍ରେଷ୍ଠ ବକ୍ସର ପୁରସ୍କାର ମଧ୍ୟ ମିଳିଛି। ତେବେ ଚାମ୍ପିୟନଶିପରେ ଜୁନିୟର ମହିଳା ଟିମ୍ ୫ଟି ସ୍ୱର୍ଣ୍ଣ, ତିନୋଟି ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଥିବା ବେଳେ ୟୁଥ୍ ଟିମ୍ ଗୋଟିଏ ସ୍ୱର୍ଣ୍ଣ ଓ ଚାରୋଟି ବ୍ରୋଞ୍ଜ […]

boxing

Ranjit Kumar Jena
  • Published: Monday, 03 February 2020
  • , Updated: 03 February 2020, 06:42 PM IST

ନୂଆଦିଲ୍ଲୀ: ସ୍ୱିଡେନର ବୋରାସଠାରେ ଅନୁଷ୍ଠିତ ଗୋଲ୍ଡେନ୍ ଗାର୍ଲ ଚାମ୍ପିୟନଶିପରେ ଭାରତୀୟ ଜୁନିୟର ଓ ୟୁଥ୍ ବକ୍ସର ଜବରଦସ୍ତ ପ୍ରଦର୍ଶନ କରି ୬ ସ୍ୱର୍ଣ୍ଣ ସମେତ ମୋଟ ୧୪ ପଦକ ଜିତିଛନ୍ତି। ଏହି ସଫଳତା ପାଇଁ ଭାରତକୁ ଚାମ୍ପିୟନ୍ ଟ୍ରଫି ଏବଂ ଶ୍ରେଷ୍ଠ ବକ୍ସର ପୁରସ୍କାର ମଧ୍ୟ ମିଳିଛି। ତେବେ ଚାମ୍ପିୟନଶିପରେ ଜୁନିୟର ମହିଳା ଟିମ୍ ୫ଟି ସ୍ୱର୍ଣ୍ଣ, ତିନୋଟି ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଥିବା ବେଳେ ୟୁଥ୍ ଟିମ୍ ଗୋଟିଏ ସ୍ୱର୍ଣ୍ଣ ଓ ଚାରୋଟି ବ୍ରୋଞ୍ଜ ପଦକ ଜିତିଛନ୍ତି।

ନିୟର ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ହରିୟାଣାର ପ୍ରାଚୀ ଧାନକର୍ (୫୦କେଜି) ଶ୍ରେଷ୍ଠ ବକ୍ସର ପୁରସ୍କାର ଜିତିଛନ୍ତି। ପ୍ରାଚୀଙ୍କ ବ୍ୟତୀତ ଇଥୋଇବି ଚାନୁ ୱାଙ୍ଗଜାମ୍ (୫୪ କେଜି), ଲାଶୁ ଯାଦବ (୬୬ କେଜି) ଓ ମାହି ରାଘବ (୮୦ କେଜି) ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ୟୁଥ୍ ବର୍ଗରେ ମୁସ୍କାନ୍ (୫୪ କେଜି) ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ସାନ୍ୟା ନେଗି (୫୭କେଜି), ଦୀପିକା (୬୪କେଜି), ମୁସ୍କାନ୍ (୬୯କେଜି) ଓ ସାକ୍ଷୀ ଜାଦଲେ (୭୫ କେଜି) ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି।

ଜୁନିୟର ବର୍ଗରେ ଜାହ୍ନବୀ ଚୁରି (୪୬ କେଜି), ରୁଡି ଲାଲମିଙ୍ଗମୁଆନୀ (୬୬କେଜି) ଓ ତନିସ୍କ ପାଟିଲ୍ (୮୦ କେଜି) ରୌପ୍ୟ ପଦକ ହାସଲ କରିଥିବା ବେଳେ ଦିୟା ନେଗି ୬୦ କେଜି ବର୍ଗରେ ବ୍ରୋଞ୍ଜ ପଦକ ଅକ୍ତିଆର କରିଛନ୍ତି।

Related story