ଭାରତର ମଇଁଷି ଧାବକ, ଉସେନ ବୋଲ୍ଟଙ୍କ ଠାରୁ ବି ଜୋରରେ ଦୌଡ଼ୁଛନ୍ତି

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଦ୍ରୁତତମ ଧାବକ ହେଉଛନ୍ତି ଜାମାଇକାର ଉସେନ ବୋଲ୍ଟ। ସେ ମାତ୍ର ୯.୫୮ ସେକେଣ୍ଡରେ ୧୦୦ ମିଟିର ଦୂରତାକୁ ଅତିକ୍ରମ କରି ବିଶ୍ୱ ରେକର୍ଡ କରିଛନ୍ତି। ହେଲେ ଭାରତରେ ଏମିତି ଜଣେ ଯୁବକ ସାମ୍ନାକୁ ଆସିଛନ୍ତି ଯିଏ ବୋଲ୍ଟଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ଅବଶ୍ୟ ସେ କୌଣସି ଦୌଡ଼ ପ୍ରତିଯୋଗିତାରେ ବୋଲ୍ଟ ଠାରୁ ଅଧିକ ବେଗରେ ଦୌଡ଼ି ନାହାନ୍ତି। ହେଲେ ମଇଁଷି ସହ ସେ କ୍ଷୀପ୍ର ବେଗରେ ଦୌଡ଼ି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ […]

y

Hemant Lenka
  • Published: Saturday, 15 February 2020
  • , Updated: 15 February 2020, 05:11 PM IST

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଦ୍ରୁତତମ ଧାବକ ହେଉଛନ୍ତି ଜାମାଇକାର ଉସେନ ବୋଲ୍ଟ। ସେ ମାତ୍ର ୯.୫୮ ସେକେଣ୍ଡରେ ୧୦୦ ମିଟିର ଦୂରତାକୁ ଅତିକ୍ରମ କରି ବିଶ୍ୱ ରେକର୍ଡ କରିଛନ୍ତି। ହେଲେ ଭାରତରେ ଏମିତି ଜଣେ ଯୁବକ ସାମ୍ନାକୁ ଆସିଛନ୍ତି ଯିଏ ବୋଲ୍ଟଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି।

ଅବଶ୍ୟ ସେ କୌଣସି ଦୌଡ଼ ପ୍ରତିଯୋଗିତାରେ ବୋଲ୍ଟ ଠାରୁ ଅଧିକ ବେଗରେ ଦୌଡ଼ି ନାହାନ୍ତି। ହେଲେ ମଇଁଷି ସହ ସେ କ୍ଷୀପ୍ର ବେଗରେ ଦୌଡ଼ି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି।

ଏଥିପାଇଁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜ୍ଜିଜୁ ମଧ୍ୟ ଏହି ଯୁବକଙ୍କୁ ଉପଯୁକ୍ତ ତାଲିମ ନେଇ ଭାରତ ପାଇଁ ପ୍ରତିନିଧ୍ୱ କରିବାକୁ ପରାମର୍ଶ ଦେଇଛନ୍ତି। ଭାରତ ସରକାର ଯୁବକଙ୍କୁ ସାଇରେ ସମସ୍ତ ପ୍ରକାରର ସୁବିଧା ଯୋଗାଇ ଦେବେ। ଏଥିପାଇଁ ସାଇର କୋଚମାନେ ଯୁବକଙ୍କ ଟ୍ରାଏଲ ନେବେ। ଏଭଳି ପ୍ରତିଭା ଭାରତ ପାଇଁ ଅଲିମ୍ପିକ୍ସିର ପ୍ରତିନିଧିତ୍ୱ କରିବା ଦରକାର ବୋଲି ସେ କହିଛନ୍ତି।

ଦକ୍ଷିଣ କନ୍ନଡ ଜିଲ୍ଲା ମୁଦାବିଦ୍ରୀର ୨୮ ବର୍ଷୀୟ ଯୁବକ ଶ୍ରୀନିବାସ ଗୌଡ଼ ଏବେ ଚର୍ଚ୍ଚାରେ ରହିଛନ୍ତି। ସେ କର୍ଣ୍ଣାଟକାରେ ଆୟୋଜିତ ପାରମ୍ପରିକ ମଇଁଷି ଦୌଡ଼ରେ ଏତେ ଜୋରରେ ଦୌଡ଼ି ଥିଲେ ଯେ, ଯାହ ଉସେନ ବୋଲ୍ଟଙ୍କ ରେକର୍ଡକୁ ଭାଙ୍ଗି ଦେଇଛି।

ହଳେ ମଇଁଷି ସହିତ ସେ ୧୪୨.୫୦ ମିଟରକୁ ୧୩.୬୨ ସେକେଣ୍ଡରେ ଅତିକ୍ରମ କରିଥିଲେ। ଅର୍ଥାତ ସେ ୧୦୦ ମିଟରକୁ ୯.୫୫‌ ସେକେଣ୍ଡ୍‌ରେ ଅତିକ୍ରମ କରିଥିଲେ। ଏହାର ଅର୍ଥ ଉସେନ ବୋଲ୍ଟ କରିଥିବା ବିଶ୍ୱ ରେକର୍ଡର ସମୟସୀମା ଠାରୁ ଶ୍ରୀନିବାସ .୦୩ ସେକେଣ୍ଡ କମ ସମୟରେ ୧୦୦ ମିଟର ଦୂରତା ଅତିକ୍ରମ କରିଛନ୍ତି।


ଏହାକୁ ବିଶ୍ୱକୀର୍ତ୍ତିମାନ ଭାବେ ଗଣାଯାଉ ନାହିଁ। କାରଣ ଶ୍ରୀନବାସ କୌଣସି ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇ ନଥିଲେ। ହେଲେ ସେ ନିଜ ଅଞ୍ଚଳରରେ ପାରମ୍ପରିକ ମଇଁଷି ଦୌଡ଼ରେ ୩୦ ବର୍ଷ ତଳେ ସୃଷ୍ଟି ହୋଇଥିବା ରେକର୍ଡକୁ ଭାଙ୍ଗିଦେଇଛନ୍ତି।

ଶ୍ରୀନିବାସ ଜଣେ ନିର୍ମାଣ ଶ୍ରମିକ। ଦକ୍ଷିଣ କର୍ଣ୍ଣାଟକାରେ ଆୟୋଜିତ କାମ୍ବାଲା ପ୍ରତିଯୋଗିତା ବେଶ୍‌ ଲୋକପ୍ରିୟ। ବହୁ ଯୁବକ ଏହି ପ୍ରତିଯୋଗିତାରେ ନିଜ ନିଜର ତାଲିମପ୍ରାପ୍ତ ମଇଁଷିଙ୍କ ସହ ଦୌଡ଼ିଥାନ୍ତି।

ମାଙ୍ଗାଲୁରୁର ଚାଷଜମି ପାଣି ପଡ଼ିବା ପରେ କାଦୁଅ ମଧ୍ୟରେ ଏହା ଆୟୋଜିତ ହୋଇଥାଏ। ଶ୍ରୀନିବାସଙ୍କୁ ଉସେନ ବୋଲ୍ଟଙ୍କ ସହ ତୁଳନା କରାଯିବାରୁ ସେ ଏହାକୁ ନାସପନ୍ଦ କରିଛନ୍ତି।

ସେ କହିଛନ୍ତି, “ମୋ ମଇଁଷି ପାଇଁ ଆଜି ଏ ସଫଳତା ମିଳିଛି। ଏହାପରେ ମୋତେ ଉସେନ ବୋଲ୍ଟଙ୍କ ସହ ଲୋକମାନେ ତୁଳନା କରୁଛନ୍ତି। ହେଲେ ସେ ଜଣେ ବିଶ୍ୱ ଚାମ୍ପିୟନ। ମୁଁ ମୋ ମଇଁଷିଙ୍କ ସହ କାଦୁଅ ରାସ୍ତାରେ ଦୌଡ଼ୁଛି। ତେଣୁ ଏଭଳି ତୁଳନା ଠିକ୍ ନୁହେଁ।”

Related story