କରୋନା କବଳରେ ଆଉ ଜଣେ କ୍ରିକେଟର

ନୂଆଦିଲ୍ଲୀ: ଦେଶରେ କଡ ଲେଉଟାଇଛି କରୋନା। ଚାରିଆଡ ଜାରି ରହିଛି କରୋନାର ସେକେଣ୍ଡ ୱେଭ। ଏହି କିଲର ଭାଇରସ କବଳରେ ଏବେ ଗୋଟିଏ ପରେ ଗୋଟିଏ କ୍ରିକେଟର ପଡିବାରେ ଲାଗିଛନ୍ତି। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ୟୁସୁଫ ପଠାନଙ୍କ ପରେ ଏବେ ତାଙ୍କ ଭାଇ ଇରଫାନ ପଠାନ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି।  ତାଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଥିବା  ନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି। ସେ ଏବେ ସଙ୍ଗରୋଧରେ ଅଛନ୍ତି। ଇରଫାନ୍ […]

Irfan-Pathan-Covid-Positive

Madhupriya Mistry
  • Published: Tuesday, 30 March 2021
  • , Updated: 30 March 2021, 09:22 AM IST

ନୂଆଦିଲ୍ଲୀ: ଦେଶରେ କଡ ଲେଉଟାଇଛି କରୋନା। ଚାରିଆଡ ଜାରି ରହିଛି କରୋନାର ସେକେଣ୍ଡ ୱେଭ। ଏହି କିଲର ଭାଇରସ କବଳରେ ଏବେ ଗୋଟିଏ ପରେ ଗୋଟିଏ କ୍ରିକେଟର ପଡିବାରେ ଲାଗିଛନ୍ତି। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ୟୁସୁଫ ପଠାନଙ୍କ ପରେ ଏବେ ତାଙ୍କ ଭାଇ ଇରଫାନ ପଠାନ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି।  ତାଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଥିବା  ନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି। ସେ ଏବେ ସଙ୍ଗରୋଧରେ ଅଛନ୍ତି।

ଇରଫାନ୍ ଟ୍ୱିଟ କରି କହିଛନ୍ତି ଯେ, “ମୋ ଠାରେ କରୋନାର କୌଣସି ଲକ୍ଷଣ ନଥିଲା କିନ୍ତୁ ମୋ କୋଭିଡ଼ ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଛି । ଘରେ ହିଁ ମୁଁ ନିଜକୁ ଆଇସୋଲେଟ୍ କରିଛି ଏଥିସହ ମୁଁ ସୁସ୍ଥ ଅଛି।  ତେବେ ଯେଉଁମାନେ ମୋ ସହ କଣ୍ଟାକ୍ଟରେ ଆସିଛନ୍ତି ସେମାନେ ଯଥାଶୀଘ୍ର ନିଜର ପରୀକ୍ଷା କରାଇଦିଅନ୍ତୁ । ସମସ୍ତେ ମାସ୍କ ପିନ୍ଧନ୍ତ ଓ ସୋସିଆଲ ଡିଷ୍ଟାନ୍ସ ପାଳନ କରନ୍ତୁ।”

ଇରଫାନଙ୍କ ପୂର୍ବରୁ ସଚିନ୍ ତେନ୍ଦୁଲକର, ୟୁସୁଫ ପଠାନ୍, ବଦ୍ରିନାଥ କରୋନାରେ ସଂକ୍ରମିତ ହୋଇସାରିଛନ୍ତି। ଏବେ ଏହି ୪ ଜଣ କ୍ରିକେଟର ନିଜ ନିଜ ଘରେ ହିଁ ସଂଗରୋଧ ରହୁଛନ୍ତି । ନିକଟରେ ଖେଳାଯାଇଥିବା ରୋଡ୍ ସେଫଟି ଓ୍ୱାର୍ଲଡ ସିରିଜ୍ ଟୁର୍ଣ୍ଣାମେଣ୍ଟରୁ ଖେଳାଳିମାନେ କରୋନା ସଂକ୍ରମଣର ଶିକାର ହୋଇଛନ୍ତି । ଛତିଶଗଡର ରାୟପୁରରେ ଖେଳାଯାଇଥିଲା ଏହି ଟୁର୍ଣ୍ଣାମେଣ୍ଟ ।

https://twitter.com/IrfanPathan/status/1376575500680798209?s=20

Related story