ଜୋହର୍ କପ୍ ହକି: ଭାରତ ବିଜୟରେ ଓଡ଼ିଆଙ୍କ କମାଲ୍

ଜୋହର ବାହରୁ (ମ୍ୟାଲେସିୟା): ଏଠାରେ ଆରମ୍ଭ ହୋଇଥିବା ନବମ ସୁଲତାନ ଜୋହର କପ୍ ହକି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଜୁନିୟର ଟିମ୍ ପ୍ରଥମ ମ୍ୟାଚରେ ମ୍ୟାଲେସିୟାକୁ ୪-୨ ଗୋଲରେ ପରାସ୍ତ ରକିଛି। ଭାରତ ବିଜୟରେ ଓଡ଼ିଆ ତାରକା ପ୍ରତାପ ଲାକ୍ରା (୧୯ତମ, ୩୩ତମ) ଦୁଇଟି, ଶିଳାନନ୍ଦ ଲାକ୍ରା (୩୯ତମ) ଓ ଉତ୍ତମ ସିଂହ (୬୦ତମ) ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ। ସେହିପରି ମ୍ୟାଲେସିୟା ପକ୍ଷରୁ ମହମ୍ମଦ ହାସନ୍ (ଅଷ୍ଟମ), ମହମ୍ମଦ ଜୈନୁଦ୍ଦିନ (ନବମ) ଗୋଟିଏ ଲେଖାଏ ଗୋଲ୍ ସ୍କୋର […]

hockey

Ranjit Kumar Jena
  • Published: Saturday, 12 October 2019
  • , Updated: 12 October 2019, 09:13 PM IST

ଜୋହର ବାହରୁ (ମ୍ୟାଲେସିୟା): ଏଠାରେ ଆରମ୍ଭ ହୋଇଥିବା ନବମ ସୁଲତାନ ଜୋହର କପ୍ ହକି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଜୁନିୟର ଟିମ୍ ପ୍ରଥମ ମ୍ୟାଚରେ ମ୍ୟାଲେସିୟାକୁ ୪-୨ ଗୋଲରେ ପରାସ୍ତ ରକିଛି। ଭାରତ ବିଜୟରେ ଓଡ଼ିଆ ତାରକା ପ୍ରତାପ ଲାକ୍ରା (୧୯ତମ, ୩୩ତମ) ଦୁଇଟି, ଶିଳାନନ୍ଦ ଲାକ୍ରା (୩୯ତମ) ଓ ଉତ୍ତମ ସିଂହ (୬୦ତମ) ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ। ସେହିପରି ମ୍ୟାଲେସିୟା ପକ୍ଷରୁ ମହମ୍ମଦ ହାସନ୍ (ଅଷ୍ଟମ), ମହମ୍ମଦ ଜୈନୁଦ୍ଦିନ (ନବମ) ଗୋଟିଏ ଲେଖାଏ ଗୋଲ୍ ସ୍କୋର କରିଥିଲେ।

ମ୍ୟାଚର ପ୍ରଥମ କ୍ୱାର୍ଟର୍ ମ୍ୟାଲେସିୟା କବଜାରେ ଥିଲା। ମ୍ୟାଚର ଅଷ୍ଟମ ଓ ନବମ ମିନିଟରେ ଯଥାକ୍ରମେ ମହମ୍ମଦ ହାସନ୍ ଓ ମହମ୍ମଦ ଜୈନୁଦ୍ଦିନ ଗୋଲ୍ ଦେଇ ମ୍ୟାଲେସିୟାକୁ ୨-୦ରେ ଆଗୁଆ କରାଇଥିଲେ। ଦୁଇ ଗୋଲରେ ପଛୁଆ ରହିବା ପରେ ଭାରତକୁ ପ୍ରତ୍ୟାବର୍ତ୍ତନ କରାଇଥିଲେ ପ୍ରତାପ ଲାକ୍ରା। ପ୍ରତାପ ୧୯ତମ ମିନିଟରେ ଭାରତ ପାଇଁ ପ୍ରଥମ ଗୋଲ୍ ପରିଶୋଧ କରିଥିଲେ। କିନ୍ତୁ ଦ୍ୱିତୀୟ କ୍ୱାର୍ଟରରେ ଭାରତ ଆଉ ଗୋଲ୍ ଦେବାକୁ ସକ୍ଷମ ହୋଇନଥିଲା।

ତୃତୀୟ କ୍ୱାର୍ଟରରେ ପ୍ରତାପ ୩୩ତମ ମିନିଟରେ ଆଉ ଏକ ଗୋଲ୍ ଦେଇ ସ୍କୋରକୁ ୨-୨ରେ ବରାବର କରିଥିଲେ। ୩୯ତମ ମିନିଟରେ ଅନ୍ୟତମ ଓଡ଼ିଆ ତାରକା ଶିଳାନନ୍ଦ ଗୋଟିଏ ଗୋଲ୍ ଦେଇ ଭାରତକୁ ୩-୨ରେ ଆଗୁଆ କରାଇଥିଲେ । ଚତୁର୍ଥ କ୍ୱାର୍ଟରରେ ଭାରତ ଘନଘନ ଆକ୍ରମଣ କରିଥିଲା। ଫଳସ୍ୱରୂପ ମ୍ୟାଚର ଶେଷ ମିନିଟରେ ଉତ୍ତମ ସିଂହ ଆକର୍ଷଣୀୟ ଗୋଲ୍ ଦେଇ ଭାରତକୁ ୪-୨ରେ ବିଜୟୀ କରାଇଥିଲେ। ଆସନ୍ତାକାଲି ଭାରତ ତା'ର ପରବର୍ତ୍ତୀ ମୁକାବିଲାରେ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ।

Related story